କୋଲକାତା, ୦୪/୦୫: ଆଉ କିଛି ଘଣ୍ଟାର ଅପେକ୍ଷା । ଆରମ୍ଭ ହୋଇଯିବ କାଉଣ୍ଟ୍ ଡାଉନ୍ । ନେତାଙ୍କ ଛାତି ଧଡଧଡ । କାରଣ ଖୋଲିବ ଇଭିଏମ୍ । ଭୋଟ୍ ର ହେବ ହିସାବ ନିକାଶ । କିଏ ମାରିବ ବାଜି ତାହା ସ୍ପଷ୍ଟ ହୋଇଯିବ । ୫ ରାଜ୍ୟର ଶାସନ ଡୋରି ବଦଳିବ ନା ସମାନ ରହିବ ତାହା ମଧ୍ୟ ଜଣାପଡିଯିବ ।

ସୋମବାର ଉପରେ ସାରା ଦେଶର ନଜର। କାରଣ ଆଜି ଆସିବ ଜନାଦେଶ।୨୦୨୬ର ସବୁଠୁ ବଡ଼ ନିର୍ବାଚନୀ ଲଢେଇର ଫଳାଫଳ ପ୍ରକାଶ ପାଇବ।ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ, କେରଳ ଓ ପୁଡୁଚେରୀ ବିଧାନସଭା ନିର୍ବାଚନର ରେଜଲ୍ଟ ପ୍ରକାଶ ପାଇବ । ତେବେ ପଶ୍ଚିମବଙ୍ଗ ଉପରେ ରହିଛି ସମସ୍ତଙ୍କ ନଜର।ଏବେ ଓଡ଼ିଶା ରାଜନୀତିକୁ କେତେ ପ୍ରଭାବିତ କରିବ ତାକୁ ନେଇ ଚାଲିଛି ଚର୍ଚ୍ଚା ଏବଂ ଆରମ୍ଭ ହୋଇଛି ବୟାନବାଜୀ।

ଆସିବ ଜନାଦେଶ।୨୦୨୬ର ସବୁଠୁ ବଡ଼ ନିର୍ବାଚନୀ ଲଢେଇର ଫଳାଫଳ କାଲି ପ୍ରକାଶ ପାଇବ। ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ, କେରଳ ଓ ପୁଡୁଚେରୀ ବିଧାନସଭା ନିର୍ବାଚନର ରେଜଲ୍ଟ ପ୍ରକାଶ ପାଇବ।ତେବେ ସାରା ଦେଶର ନଜର ଏବେ ପଶ୍ଚିମବଙ୍ଗ ଉପରେ। ୨୯୪ ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଓ ତୃଣମୂଳ କଂଗ୍ରେସ ଭିତରେ କଡ଼ା ଟକ୍କର ହୋଇଥିଲା।ତେବେ କିଏ ମାରିବ ବାଜି ? ଜନାଦେଶ ବା ନିର୍ବାଚନ ଫଳାଫଳ କାହା ସପକ୍ଷରେ ଯିବ, ତାକୁ ଚାହିଁ ରହିଛନ୍ତି ଦେଶବାସୀ।

ପଶ୍ଚିମବଙ୍ଗରେ ବିଜେପି ବନାମ ଟିଏମସି

ଏକଜିଟ୍ ପୋଲର ଆକଳନ ଅନୁଯାୟୀ, ତୃଣମୂଳ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି ଏବଂ କିଛି ଏକଜିଟ ପୋଲରେ ଭାଜପା ଆଗୁଆ ରହିଛି, ଯାହା ବିଜେପି ଶିବିରରେ ଉତ୍ସାହ ଭରି ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ସେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ପଶ୍ଚିମବଙ୍ଗ ଗସ୍ତ କରିବାକୁ ଚାହୁଁଛନ୍ତି। ସେପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୃଢ଼ୋକ୍ତି କରିଛନ୍ତି ଟିଏମସି ବିଜୟୀ ହେବ। ମମତା ନିଜ ବିଜୟ ଏବଂ କ୍ରମାଗତ ଚତୁର୍ଥ ଥର କ୍ଷମତାକୁ ଫେରିବା ନେଇ ଆତ୍ମବିଶ୍ବାସୀ ଅଛନ୍ତି।