ଭୁବନେଶ୍ୱର ୨୭।୧୦ : ବାତ୍ୟାକୁ ନେଇ ବଢ଼ୁଛି ଚିନ୍ତା। ଏହି ସମୟରେ ପବନର ବେଗକୁ ନେଇ ସତର୍କ କରାଇଛନ୍ତି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳ। ତାଙ୍କ ସୂଚନା ମୁତାବିକ, ବର୍ତ୍ତମାନ କରାଯାଇଥିବା ଅନୁଧ୍ୟାନ ଅନୁସାରେ ପବନର ବେଗ ଘଣ୍ଟାପ୍ରତି ୨୧୩ କିମି ରହିପାରେ। ଆଜି ରାତି ସୁଦ୍ଧା ପବନର ସର୍ବାଧିକ ବେଗ ଘଣ୍ଟାପ୍ରତି ୨୨୨ କିଲୋମିଟର ହୋଇପାରେ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବାତ୍ୟା ଆନ୍ଧ୍ରପ୍ରଦେଶର କାକିନାଡ଼ା–ୟେନମ ଉପକୂଳ ନିକଟରେ ସ୍ଥଳଭାଗ ଅତିକ୍ରମ କରିପାରେ। ଏହାପରେ ଆନ୍ଧ୍ରପ୍ରଦେଶ ଦେଇ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ଛତିଶଗଡ଼ ଆଡ଼କୁ ଯିବ। ସ୍ଥଳଭାଗ ଅତିକ୍ରମ କରିବା ପରେ ବାତ୍ୟା ଶୀଘ୍ର ଦୁର୍ବଳ ହେବାର ସମ୍ଭାବନା ରହିଛି ସେହିପରି ଓଡ଼ିଶାର ଗଞ୍ଜାମ ଓ ଗଜପତି ଜିଲ୍ଲା ଉପରେ ରହିଛି ନଜର। ଗଞ୍ଜାମ ଜିଲ୍ଲା ବାତ୍ୟାର ଉତ୍ତର ପାର୍ଶ୍ୱର ବାହ୍ୟ ପବନ ବଳୟର ଅତି ନିକଟରେ ରହିବ। ଗଜପତି ଜିଲ୍ଲା ମୁଖ୍ୟ ପବନ ବଳୟଠାରୁ ଦୂରରେ ରହିବାର ଆକଳନ କରାଯାଇଛି।

Also Read:-Cyclone Arnab: ମାଲକାନଗିରି ସବୁଠୁ ଅଧିକ ପ୍ରଭାବିତ ଆଶଙ୍କା, ମୁକାବିଲା ପାଇଁ ମଇଦାନରେ NDRF ଓ ODRF

ସୂଚନାଯୋଗ୍ୟ ଯେ, ବାତ୍ୟା ଅର୍ଣ୍ଣବ ବର୍ତ୍ତମାନ ଦକ୍ଷିଣ ଏବଂ ଦକ୍ଷିଣ ପୂର୍ବ ବିଶାଖାପାଟନମ ଠାରୁ ୨୨୦ ଏବଂ କାକିନାଡ଼ା ଠାରୁ ୨୪୦, ଗୋପାଳପୁର ଠାରୁ ୩୭୦ କିମି ଦୂରରେ ରହିଛି । ଘଣ୍ଟା ପ୍ରତି ୨୦ କିମି ବେଗରେ ଆଗକୁ ବଢୁଛି ବାତ୍ୟା ଅର୍ଣ୍ଣବ। ପଶ୍ଚିମ ମୁହାଁ ହୋଇ ସନ୍ଧ୍ୟା ବେଳକୁ ଆହୁରି ଶକ୍ତିଶାଳୀ ହେବ ଏବଂ ଉତ୍ତର ପଶ୍ଚିମ ମୁହାଁ ହୋଇ ଆନ୍ଧ୍ର ପ୍ରଦେଶ ଅତିକ୍ରମ କରି ଶକ୍ତିଶାଳୀ ହେବ ।

Watch Video:-