ନୂଆଦିଲ୍ଲୀ: ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ଓ ଦିନିକିଆ ସିରିଜ୍ ସଂପନ୍ନ ହୋଇ ସାରିଛି। ଉଭୟ ଫର୍ମାଟରେ ଘରୋଇ ନ୍ୟୁଜିଲାଣ୍ଡ ବିପକ୍ଷରେ ସିରିଜ ଜିତି ସାରିଛି ଟିମ୍ ଇଣ୍ଡିଆ। ଏବେ ଟେଷ୍ଟ ସିରିଜ୍ ଉପରେ କ୍ରିକେଟ୍ ପ୍ରେମୀଙ୍କ ନଜର। ଦୁଇ ଦଳ ମଧ୍ୟରେ ଖେଳାଯିବ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା। ତେବେ ଟେଷ୍ଟ ମ୍ୟାଚରେ ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶ କିପରି ରହିବ ? ଏହାକୁ ନେଇ ବଡ଼ ହିଣ୍ଟ ଦେଇଛନ୍ତି ଅଧିନାୟକ ଶୁଭମନ ଗିଲ୍। ସେ ସଙ୍କେତ ଦେଇଛନ୍ତି ଯେ, ଚାରି ଦ୍ରୁତ ବୋଲର ଏବଂ ସାତ ବ୍ୟାଟରଙ୍କୁ ନେଇ ମଇଦାନକୁ ଓହ୍ଲାଇବ ଭାରତ। ଏମିତିରେ କୌଣସି ସ୍ପିନ ବୋଲରଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିବ ନାହିଁ। ରବୀନ୍ଦ୍ର ଜାଡ଼େଜା ଏକମାତ୍ର ସ୍ପିନ ଅଲରାଉଣ୍ଡର ବିକଳ୍ପ ଭାବେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇ ପାରନ୍ତି। ତେବେ ଆସନ୍ତୁ ଜାଣିବା ଭାରତର ଚୂଡ଼ାନ୍ତ ଏକାଦଶ କିଭଳି ରହିପାରେ।

Also Read: ରାଜସ୍ଥାନ ରୟାଲ୍ସକୁ ଯିବେ ମହମ୍ମଦ ଶାମି ! ସାମ୍ କରନଙ୍କ ସହ ହେବ ବଡ଼ ଟ୍ରେଡ୍

ନଭେମ୍ବର ୧୯ରେ ଓ୍ଵେଲିଂଟନର ବେସିନ ରିଜର୍ଭ ଗ୍ରାଉଣ୍ଡରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳାଯିବ। ଏହି ସିରିଜ୍ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ(WTC) ୨୦୨୫-୨୭ ସାଇକିଲ୍ ଆଧାରରେ ଖେଳାଯିବ। ଟି-୨୦ ଓ ଦିନିକିଆ ସିରିଜ୍ ଅପେକ୍ଷା ଭାରତ ପାଇଁ ଟେଷ୍ଟ ସିରିଜ୍ ଜିତିବା ଅତି ଗୁରୁତ୍ଵପୂର୍ଣ୍ଣ। WTCର ଫାଇନାଲ ଖେଳିବାକୁ ହେଲେ ଭାରତକୁ ଏବେ ପ୍ରତିଟି ମ୍ୟାଚ୍ ଜିତିବାକୁ ପଡ଼ିବ। ତେଣୁ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ଭାରତ ପାଇଁ ଅତି ଗୁରୁତ୍ଵପୂର୍ଣ୍ଣ। ତେଣୁ ସେହି ହିସାବରେ ଦଳକୁ ମଜବୁତ ଏକାଦଶ ସହ ପଡ଼ିଆକୁ ଓହ୍ଲାଇବାକୁ ପଡ଼ିବ।

ଚୂଡ଼ାନ୍ତ ଏକାଦଶରେ ରହିବେ ଏସବୁ ଖେଳାଳି !

ଚୂଡ଼ାନ୍ତ ଏକାଦଶ ଉପରେ ଆଲୋଚନା କଲେ ଓପନର ଭାବେ ଯଶସ୍ଵୀ ଜୟସ୍ଵାଲ ଓ କେଏଲ ରାହୁଲ ଖେଳିବେ। ନମ୍ବର ୩ ପାଇଁ ଅଛନ୍ତି ଦୁଇ ଜଣ ଦାବିଦାର। ଜଣେ ହେଉଛନ୍ତି ଦେବଦତ୍ତ ପାଡିକ୍କଲ ଏବଂ ଦ୍ଵିତୀୟ ହେଉଛନ୍ତି ସାଇ ସୁଦର୍ଶନ। ହେଲେ ଏଥିରେ ପାଡିକଲଙ୍କୁ ସ୍ଥାନ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। ଚତୁର୍ଥରେ ଅଧିନାୟକ ଶୁଭମନ ଗିଲ୍ ଏବଂ ପଞ୍ଚମରେ ଋଷଭ ପନ୍ତ ବ୍ୟାଟିଂ କରିବା ସ୍ପଷ୍ଟ। ଷଷ୍ଠ ସ୍ଥାନରେ ଧ୍ରୁବ ଜୁରେଲଙ୍କୁ ବ୍ୟାଟିଂ କରୁଥିବା ଦେଖିବାକୁ ପାଇ ପାରନ୍ତି।

Also Read: ପୁଣି କେବେ ପଡିଆକୁ ଓହ୍ଲାଇବେ ବିରାଟ ଏବଂ ରୋହିତ ? ମନେ ରଖନ୍ତୁ ତାରିଖ

ବୋଲିଂ ବିକଳ୍ପ ଉପରେ ନଜର ପକାଇଲେ ଏକମାତ୍ର ଅଲରାଉଣ୍ଡର ଭାବେ ରବୀନ୍ଦ୍ର ଜାଡ଼େଜା ସାତ ନମ୍ବରରେ ବ୍ୟାଟିଂ କରି ପାରନ୍ତି। ଏହା ପରେ ଚାରି ଦ୍ରୁତ ବୋଲର ରହିବେ। ଏଥିରେ ଅଂଶୁଲ କମ୍ବୋଜ, ଆକାଶ ଦୀପ, ପ୍ରସିଦ୍ଧ କୃଷ୍ଣ ଓ ଯଶପ୍ରୀତ ସାମିଲ୍। ନଭେମ୍ବର ୧୭ରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଗିଲ୍ ଏହାର ହିଣ୍ଟ ଦେଇଛନ୍ତି। ନୀତିଶ କୁମାର ରେଡ୍ଡୀ, ମହମ୍ମଦ ସିରାଜ, ଗୁରନୂର ବ୍ରାର, ସାଇ ସୁଦର୍ଶନ ଓ ଓ୍ଵାଶିଂଟନ ସୁନ୍ଦରଙ୍କୁି ବେଞ୍ଚରେ ବସିବାକୁ ପଡ଼ିପାରେ।

ଭାରତୀୟ ଦଳର ସମ୍ଭାବିତ ଚୂଡ଼ାନ୍ତ ଏକାଦଶ

ଯଶସ୍ଵୀ ଜୟସ୍ଵାଲ, କେଏଲ ରାହୁଲ, ଦେବଦତ୍ତ ପାଡିକ୍କଲ, ଶୁଭମନ ଗିଲ୍(ଅଧିନାୟକ), ଋଷଭ ପନ୍ତ(ଓ୍ଵିକେଟ୍ କିପର), ଧ୍ରୁବ ଜୁରେଲ, ରବୀନ୍ଦ୍ର ଜାଡ଼େଜା, ଅଂଶୁଲ କମ୍ବୋଜ, ଆକାଶ ଦୀପ, ପ୍ରସିଦ୍ଧ କୃଷ୍ଣ ଓ ଯଶପ୍ରୀତ ବୁମରା।