ଭୁବନେଶ୍ବର ୧୬।୧୧: ଦକ୍ଷିଣ-ପୂର୍ବ ଏବଂ ସଂଲଗ୍ନ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତଟି ଘଣ୍ଟାପ୍ରତି ୬ କି.ମି. ବେଗରେ ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି । ଏହା ଶ୍ରୀଲଙ୍କାର ତ୍ରିଙ୍କୋମାଳୀ ଠାରୁ ପ୍ରାୟ ୬୩୦ କି.ମି. ପୂର୍ବ-ଉତ୍ତର-ପୂର୍ବରେ ଏବଂ ଓଡ଼ିଶାର ଗୋପାଳପୁର ଠାରୁ ୯୧୦ କି.ମି. ଦକ୍ଷିଣରେ ରହିଛି । ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁଯାୟୀ, ଏହା ଆଜି ସନ୍ଧ୍ୟା ସୁଦ୍ଧା ଏକ ସାମୁଦ୍ରିକ ବାତ୍ୟା ଏବଂ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଏକ ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ଏହାପରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରି ନଭେମ୍ବର ୨୦ ତାରିଖ ଦ୍ୱିପ୍ରହର ସୁଦ୍ଧା ଆନ୍ଧ୍ରପ୍ରଦେଶର ନେଲୋର ଏବଂ ଟୁନି ମଧ୍ୟରେ ଅତି ଭୀଷଣ ବାତ୍ୟା ରୂପେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ଅଛି ।

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ଜଳସେଚନ ବିଭାଗ ପକ୍ଷରୁ ବଡ଼ ତତ୍ପରତା ପ୍ରକାଶ ପାଇଛି । ଜଳସେଚନ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ କୁମାର ରାଉତକହିଛନ୍ତି, ଆଇଏମ୍ଡି ପକ୍ଷରୁ ବର୍ଷା ନେଇ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରିଛି । ସମ୍ଭାବ୍ୟ ବାତ୍ୟା ଯୋଗୁ ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି ଏବଂ କନ୍ଧମାଳ ଜିଲ୍ଲାରେ ବର୍ଷା ହେବ । ଉତ୍ତର ଓଡ଼ିଶାରେ ମଧ୍ୟ କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ଅଛି । ସେଥିପାଇଁ ଆମେ ଆଗୁଆ ପଦକ୍ଷେପ ନେଉଛୁ । ଦକ୍ଷିଣ ଓଡ଼ିଶାର ଗଞ୍ଜାମର ଋଷିକୂଲ୍ୟାର ୬ଟି ଡ୍ୟାମ୍ ଅଛି । ବହୁଡ଼ାରେ ଦୁଇଟି ଡ୍ୟାମ୍ ଅଛି ଏବଂ ବଂଶଧରାରେ ଦୁଇଟି ଡ୍ୟାମ୍ ଅଛି । ଋଷିକୂଲ୍ୟାର ସୋରଡାରେ ଡ୍ୟାମ୍ ନାହିଁ, ଧାନେଇରେ ଅଟୋମେଟିକ୍ ଡ୍ୟାମ୍ ଅଛି । ବାକି ବାଘୁଆ, ଭଞ୍ଜନଗର, ଡହ ଓ ଘୋଡ଼ହାଡ଼ ଡ୍ୟାମ୍ରୁ ଆଜିଠାରୁ ପାଣି ରିଲିଜ କରିଛୁ । ୬୦ ପ୍ରତିଶତକୁ ଆଣିବାକୁ ଆମେ ମାର୍ଗଦର୍ଶିକା ଜାରି କରିଛୁ ।

Also Read: ଏସବୁ ସ୍ଥାନରେ ଇକୋ ରିଟ୍ରିଟ୍ ଉଦ୍‌ଘାଟିତ, ଚଳିତ ବର୍ଷ ୮ ସ୍ଥାନରେ ହେବାକୁ ଯୋଜନା

ସୋମବାର ସକାଳୁ ଅପରେସନ ଆରମ୍ଭ କରିଛୁ । ଯେହେତୁ ତଳେ ଡ୍ୟାମେଜ ହୋଇଛୁ । ସେଥିପାଇଁ କଣ୍ଟ୍ରୋଲ କରି ଛାଡ଼ିବୁ । ବାଘୁଆରେ ୬ଟାରୁ ଗୋଟିଏ, ଭଞ୍ଜନଗରରେ ୬ଟା, ଘୋଡ଼ାହାଡରୁ ୬ଟାରୁ ଗୋଟିଏରେ ପାଣି ଛଡ଼ାଯିବ । ୧୯ ତାରିଖ ସୁଦ୍ଧା ଜଳସ୍ତର ୬୦ ପ୍ରତିଶତକୁ ଆଣିବୁ । ସେ ସବୁ ସ୍ଥାନରେ ବ୍ରିଚ୍ ହୋଇଛି । ସେଥିପାଇଁ ନିୟନ୍ତ୍ରଣ କରି ଛାଡୁଛୁ । ବନ୍ୟାର ଆଶଙ୍କା ନାହିଁ । ପାଖାପାଖି ୯ ଶହଟି ଡ୍ୟାମେଜ୍ ଥିଲା । ପାଖାପାଖି ୨ ଶହ ମରାମତି ସରିଛି । କେନାଲରେ ପାଣି ଛଡାଯାଉଛି । ଡାଉନ୍ ଷ୍ଟ୍ରିମ୍ରେ ଯେମିତି କିଛି ଅସୁବିଧା ନହେବ ତା ଉପରେ ନଜର ରହିଛି ବୋଲି ଜଳ ସେଚନ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।