ଭୁବନେଶ୍ୱର ୧୬।୧୧ : ସମ୍ଭାବ୍ୟ ବାତ୍ୟା ‘ଅକଭାନ୍‌’କୁ ନେଇ ଆକ୍ସନରେ ରାଜ୍ୟ ସରକାର। ସୋମବାର ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ସୋମବାର ଅପରାହ୍ନ ୪ଟାରେ ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟରେ ବସିବ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ। ବୈଠକରେ ସମସ୍ତ ଅଧିକାରୀଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ।

ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟରେ ଆରମ୍ଭ ହୋଇଛି ପ୍ରସ୍ତୁତି। ବଙ୍ଗୋପସାଗରରେ ସୃଷ୍ଟ ସିଷ୍ଟମ ଅବପାତରେ ପରିଣତ ହୋଇ ଉପକୂଳ ଆଡ଼କୁ ମୁହାଁଉଛି। ଏହାର ଗତିପଥ ଏବଂ ସମ୍ଭାବ୍ୟ ପ୍ରଭାବ ସମ୍ପର୍କରେ ଆଇଏମ୍‌ଡି ସହ ରାଜ୍ୟ ସରକାର ନିରନ୍ତର ଯୋଗାଯୋଗରେ ରହିଛନ୍ତି। ସମ୍ଭାବ୍ୟ ସ୍ଥିତିର ମୁକାବିଲା ପାଇଁ ସରକାର ସମାନ୍ତରାଳ ଭାବେ ପ୍ରସ୍ତୁତି ଜାରି ରଖିଛନ୍ତି।

Also Read:-ମାଡ଼ି ଆସୁଛି ଅକଭାନ୍ : ଜଣା ପଡିଲା କେଉଁଠି କରିବ ଲ୍ୟାଣ୍ଡଫଲ୍, ଏଇଠି ବେଶି ବିପଦ !

ବର୍ତ୍ତମାନର ଆକଳନ ଅନୁସାରେ, ସିଷ୍ଟମଟି ଆନ୍ଧ୍ର ଉପକୂଳ ଛୁଇଁବାର ସମ୍ଭାବନା ରହିଛି। ତେବେ ଏହାର ପ୍ରଭାବକୁ ନେଇ ଓଡ଼ିଶାର କିଛି ଜିଲ୍ଲା ପ୍ରତି ଅଧିକ ସତର୍କତା ରଖାଯାଇଛି। ଗଞ୍ଜାମ, ଗଜପତି, ରାୟଗଡ଼ା ଓ ପୁରୀ ଜିଲ୍ଲାକୁ ଅଧିକ ବିପଦ ଥିବା ନେଇ ସୂଚନା ଦିଆଯାଇଛି। ଏଥିସହ ଯାଜପୁର, ଭଦ୍ରକ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶା ପାଇଁ ମଧ୍ୟ ସତର୍କ ସୂଚନା ଜାରି ହୋଇଛି।

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ସମସ୍ତ ଜିଲ୍ଲାରେ ପ୍ରଶାସନିକ ପ୍ରସ୍ତୁତି ରଖାଯାଇଥିବା କହିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ଆଜିର ସମୀକ୍ଷା ବୈଠକରେ ବାତ୍ୟାର ସମ୍ଭାବ୍ୟ ପ୍ରଭାବ ଓ ମୁକାବିଲା ପ୍ରସ୍ତୁତି ନେଇ ଆଲୋଚନା ହେବ।