ନୂଆଦିଲ୍ଲୀ,୨୪ /୦୩: ଫେବ୍ରୁଆରୀ ୨୮ ତାରିଖରେ ଆମେରିକା ଓ ଇସ୍ରାଏଲ ସେନା ମିଳିତ ଭାବେ ଇରାନ ଉପରେ ଆକ୍ରମଣ କରିବା ପରଠାରୁ ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଯୁଦ୍ଧରେ ଏପର୍ଯ୍ୟନ୍ତ ଅର୍ଥାତ ମାର୍ଚ୍ଚ ୨୦ ତାରିଖ ସୁଦ୍ଧା ୨,୫୬୬ ଜଣଙ୍କ ମୃତ୍ୟୁ ଘଟିଛି ।

​​​​​​​Also Read :- ଆମେରିକାକୁ କିମ୍‌ଙ୍କ ଧମକ ! 'ବଢାଇବୁ ପରମାଣୁ ଶକ୍ତି, ଆକ୍ରମଣ କଲେ ମାଟିରେ ମିଶାଇ ଦେବୁ'

ଇରାନରେ ସର୍ବାଧିକ

ସେଥିରେ ଇରାନରେ ସର୍ବାଧିକ ୧,୪୪୪ ଜଣ ରହିଥିଲା ବେଳେ ସେଥିରେ ଏକ ସ୍କୁଲର ୧୮୦ ଛାତ୍ରୀ ସାମିଲ ଅଛନ୍ତି । ସେହିଭଳି ଲେବାନନରେ ୧,୦୨୪ ଜଣ,ଇରାକରେ ୬୦,ଇସ୍ରାଏଲରେ ୧୮,ଆମେରିକା ସୈନ୍ୟ ୧୩,ୟୁଏଇରେ ୮,କୁଏତରେ ୬,ସିରିୟାରେ ୪,ପାଲେଷ୍ଟାଇନରେ ୪,ଓମାନରେ ୩,ବାହାରିନ ଓ ସାଉଦି ଆରବରେ ୨ ଜଣ ଲେଖାଏ ଏବଂ ଜଣେ ଫ୍ରାନ୍ସ ସୈନିକ ଯୁଦ୍ଧରେ ପ୍ରାଣ ହରାଇଛନ୍ତି ।

ତଥ୍ୟ ଲୁଚାଉଛି ଇରାନ୍

ଅନ୍ୟପକ୍ଷରେ ଆମେରିକାର ଏକ ମାନବାଧିକାର ସଙ୍ଗଠନ ଏଚ୍ଆରଏଏନ୍ଏ (ହ୍ୟୁମାନ ରାଇଟ୍ସ ଆକ୍ଟିଭିଷ୍ଟ ନ୍ୟୁଜ ଏଜେନ୍ସି) କହିଛି ଯେ ଯୁଦ୍ଧ ଯୋଗୁ କେବଳ ଇରାନରେ ୩,୩୨୦ ଜଣଙ୍କ ମୃତ୍ୟୁ ଘଟିଛି । କିନ୍ତୁ ଇରାନ ସରକାର ବାସ୍ତବ ମୃତାହତଙ୍କ ସମ୍ପର୍କରେ ତଥ୍ୟ ଦେଉନାହାନ୍ତି । ମୃତକଙ୍କ ମଧ୍ୟରେ ୨୧୦ ପିଲାଙ୍କ ସମେତ ୧,୩୯୮ ଜଣ ସାଧାରଣ ନାଗରିକ ଅଛନ୍ତି । ସେହିଭଳି ୧,୧୬୫ ଜଣ ସେନା ଅଧିକାରୀ ଏବଂ ଅନ୍ୟ ପରିଚୟ ଜଣାପଡି ନଥିବା ୬୫୭ ଜଣଙ୍କ ମୃତ୍ୟୁ ହୋଇଛି ।