ତେହେରାନ,୩୧ /୦୩ମନଇଚ୍ଛା ଆକ୍ରମଣ କରୁଛି ଆମେରିକା । କିଛି ନ ବୁଝିସୁଝି ମିସାଇଲ ମାଡ କରୁଛି । ଏନେଇ ଅଭିଯୋଗ କରିଛି ଇରାନ । ଏପରିକି ଭାରତ ଆସିବାକୁ ଥିବା ଏକ ବିମାନକୁ ମଧ୍ୟ ଆମେରିକା ନଷ୍ଟ କରିଦେଇଥିବ ଅଭିଯୋଗ ହୋଇଛି ।

ରିପୋର୍ଟ ଅନୁସାରେ, ଇରାନର ମହଶଦ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆମେରିକା ଏୟାରଷ୍ଟ୍ରାଇକ୍ କରି ଏକ ବିମାନକୁ ନଷ୍ଟ କରିଦେଇଛି । ଏହି ବିମାନଟି ଭାରତ ଆସିଥାନ୍ତା । ଏକ ମାନବୀୟ ସହାୟତା ମିଶନ ଆଧାରରେ ଏହାକୁ ଭାରତ ପଠାଯାଇଥାନ୍ତା । କିନ୍ତୁ ୟୁଏସ ଆକ୍ରମଣରେ ଏହା କ୍ଷତିଗ୍ରସ୍ତ ହୋଇଛି ।

Also Read :- ପାକିସ୍ତାନକୁ ଝଟକା, ଇରାନ କହିଲା- ‘ଯୁଦ୍ଧ ବନ୍ଦ ପାଇଁ ମଧ୍ୟସ୍ତତା କରୁନି ପାକିସ୍ତାନ’ !

କୁହାଯାଉଛି ଯେ, ମହଶଦ ବିମାନବନ୍ଦରରେ ଥିବା ମହାନ୍ ଏୟାରର ବିମାନଟି ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥାନ୍ତା । ବିମାନଟି ଭାରତ ଏବଂ ଇରାନ ମଧ୍ୟ ଔଷଧ ସମେତ ଅନ୍ୟ ମାନବୀୟ ଉପକରଣକୁ ପରିବହନ କରିଥାଏ । ଏବେ କିନ୍ତୁ ମିଶନ ସ୍ଥଗିତ ହୋଇଯାଇଛି । ଇରାନ ଆକ୍ରମଣକୁ ନିନ୍ଦା କରିବା ସହ ଏହା ଏକ ଅପରାଧ ବୋଲି କହିଛି । ଆହୁରି ମଧ୍ୟ ବେସାମରିକ ବିମାନ ଉପରେ ଆକ୍ରମଣ ଅନ୍ତର୍ଜାତୀୟ ନିୟମର ଉଲ୍ଲଙ୍ଘନ ହୋଇତିବା ତେହେରାନ ପକ୍ଷରୁ କୁହାଯାଇଛି ।

ଣ କହୁଛି ନିୟମ

ଚିକାଗୋ ଏବଂ ମଣ୍ଟରିଅଲ ସମ୍ମିଳନୀ ଅନୁଯାୟୀ, ନାଗରିକ ବିମାନର ସୁରକ୍ଷା ବିରୋଧରେ କୌଣସି ଆକ୍ସନ ନିଆଯାଇପାରିବ ନାହିଁ । ଯଦି କେହି ବେସାମରିକ ବିମାନକୁ ଟାର୍ଗେଟ୍ କରୁଛନ୍ତି ତାହା ଅପରାଧ ଭାବେ ବିବେଚନା କରାଯିବ । ଏହା ବ୍ୟତୀତ କେନିଆ ସମ୍ମିଳନୀର ଧାରା ୫୨ ଅନୁସାରେ ମାନବୀୟ ସହାୟତାରେ ସାମିଲ ବିମାନ ଉପରେ ଆକ୍ରମଣ ଯୁଦ୍ଧ ଅପରାଧ ଅଟେ ।

ସୂଚନାଯୋଗ୍ୟମହାନ ଏୟାର ଇରାନର ସବୁଠୁ ବଡ ଘରୋଇ ବିମାନ ମଧ୍ୟରୁ ଅନ୍ୟତମ । କିନ୍ତୁ ଦୀର୍ଘ ଦିନ ଧରି ଏହା ତଦନ୍ତର ସାମ୍ନା କରୁଛି । ଆମେରିକା ଏହା ଉପରେ ପ୍ରତିବନ୍ଧକ ଲଗାଇଛି । ଓ୍ୱାଶିଂଟନର ଅଭିଯୋଗ ଅନୁସାରେ ଏହି ବିମାନରୁ ଇରାନ ସେନା ବ୍ୟବହାର କରୁଛି । ଏଥିରେ ଅସ୍ତ୍ରଶସ୍ତ୍ର ପରିବହନ କରାଯାଉଥିବା ୟୁଏସ ଲଗାତାର ଭାବେ ଅଭିଯୋଗ କରୁଛି ।