ଭୁବନେଶ୍ୱର ୧୬/୦୩: ନେତାଙ୍କ ଛାତି ଧଡ ଧଡ । ୧୫ ଦିନରେ ରୋଚକ ରାଜୀନୀତିରୁ ହଟିବ ସସ୍ପେନ୍ସ । ୪ଟି ରାଜ୍ୟସଭା ଆସନ ପାଇଁ ଭୋଟ ପଡ଼ିବ ଓଡ଼ିଶାରେ, ଚର୍ଚ୍ଚା ପହଞ୍ଚିଲାଣି ଜାତୀୟ ସ୍ତରରେ । ରିସୋର୍ଟ ରାଜନୀତି, ଘୋଡ଼ା ବେପାର, ଡିଲ୍, ଅପରେସନ, ପ୍ରତିଶୋଧ..., ମନେ ରହିବ ୨୦୨୬ ରାଜ୍ୟସଭା ଭୋଟ । ଗୋଟିଏ ଆସନକୁ ନେଇ ରାଜ୍ୟ ରାଜନୀତି ଏବେ ଉଠୁଛି ପଡ଼ୁଛି ।

ତିନିଟି ଯାକ ରାଜନୈତିକ ଦଳର ଶୀର୍ଷ ସ୍ତରରେ ରଣନୀତି ପ୍ରସ୍ତୁତି ଚାଲିଛି। ବିଧାୟକମାନଙ୍କୁ ଏକଜୁଟ୍ କରି ରଖିବା ଦୁଇ ମୁଖ୍ୟ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ପାଇଁ କାଠିକର ପାଠ ହୋଇଗଲାଣି । ନିର୍ଦ୍ଦିଷ୍ଟ କିଛି ବିଧାୟକ ଦୁଇ ଦଳର ଟେନସନ୍ ବଢ଼ାଇ ଦେଇଛନ୍ତି । ଅପରପକ୍ଷରେ ବିଜେପିରୁ କିଛି ବିଭୀଷଣ ସୃଷ୍ଟି କରିବା ପାଇଁ ବିରୋଧୀ ଦଳ ପକ୍ଷରୁ ଉଦ୍ୟମ ହୋଇଛି ।

ରାଜ୍ୟସଭା ନିର୍ବାଚନ କାହା ପାଇଁ କେମିତି ହୋଇପାରେ, ମାତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଇଁ ଏହା ସମ୍ମାନର ପ୍ରଶ୍ନ । ବଡ଼ ଧରଣର କ୍ରସ ଭୋଟିଂ ହେଲେ ଦଳର ଅସ୍ତିତ୍ୱକୁ ନେଇ ପ୍ରଶ୍ନ ଉଠିବ । ବାଜି ଜିତିଲେ ନବୀନ ପୁଣି ସିକନ୍ଦର । ପ୍ରଥମ ଥର ଲାଗି କୌଣସି ନିର୍ବାଚନ ପାଇଁ ନବୀନ ଅତି ଗମ୍ଭୀର ଲାଗୁଛନ୍ତି । ସକାଳୁ ରାତି ଯାଏ ଘନଘନ ବୈଠକ, ରଣନୀତି, ପ୍ରତି ବିଧାୟକଙ୍କ ସହ କଥା ହେଉଛନ୍ତି । ତଥାପି କ୍ରସ ଭୋଟିଂ ଡର ।

also read...

Rajyasabha Election: ସୋମବାର ରାଜ୍ୟସଭା ନିର୍ବାଚନ, ୫ ପ୍ରାର୍ଥୀରୁ ରହିବେ ୪; ଜଣା ପଡ଼ିବ କାହାର ରଣନୀତି କାମ କରିବ