ମୁମ୍ବାଇ ୧୪।୦୫ : ବିରାଟ କୋହଲି । କାହିଁକି ତାଙ୍କୁ କୁହାଯାଏ ଚେଜ୍ ମାଷ୍ଟର । ତାହା ସେ ପୁଣି ଥରେ ପ୍ରମାଣିତ କରିଛନ୍ତି । ଲଗାତର ଦୁଇ ଥର ଶୁନରେ ଆଉଟ୍‌ ହେବା ପରେ ଦମ୍ଦାର ଶତକ ମାରି ସମାଲୋଚକଙ୍କ ମୁହଁ ବନ୍ଦ କରିଛନ୍ତି । ବୁଧବାର କେକେଆର୍ ବିପକ୍ଷରେ ୬୦ ବଲରେ ୧୦୫ ରନରେ ଦମ୍‌ଦାର ପାରି ଖେଳିଥିଲେ ବିରାଟ । ଆଇପିଏଲ୍ କ୍ୟାରିୟରରେ କୋହଲିଙ୍କର ଏହା ୯ମ ଶତକ । ପଏଣ୍ଟ ତାଲିକାରେ ଆରସିବି ଏବେ ପ୍ରଥମ ସ୍ଥାନ ଅକ୍ତିଆର୍ କରିଛି ।

ମ୍ୟାଚ୍ ଶେଷରେ ବିରାଟ କୋହଲି କହିଥିଲେ ଯେ, ଦିନେ ଏସବୁ ଶେଷ ହୋଇଯିବ, ତାଙ୍କର ଅର୍ଥ ଥିଲା ଯେ ଭବିଷ୍ୟତରେ ସେହି ଦିନ ବି ଆସିବ ଯେତେବେଳେ ସେ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇସାରିଥିବେ। ସେଥିପାଇଁ ସେ ଚାହୁଁଛନ୍ତି ଯେ ସେ ଯେତେ ସମୟ ଫିଲ୍ଡରେ ରହିବେ, ତାହାକୁ ଉପଭୋଗ କରିବେ। କୋହଲି ବୁଧବାର ଦିନ ଖେଳାଯାଇଥିବା ମୁକାବିଲାରେ KKR ବିପକ୍ଷରେ ଅପରାଜିତ ୧୦୫ ରନ କରିଥିଲେ, ଯାହା ପାଇଁ ତାଙ୍କୁ ‘ପ୍ଲେୟାର ଅଫ ଦି ମ୍ୟାଚ’ ପୁରସ୍କାର ମଧ୍ୟ ମିଳିଥିଲା। ଏହି ମ୍ୟାଚ୍‌କୁ RCB ଟିମ୍‌ ୬ ୱିକେଟରେ ବିଜୟୀ ହୋଇଛି । 

Also Read:-OSRTC vehicles EVs: ଓଏସଆରଟିସିର ସବୁ ଗାଡି ଇଭି କରାଯିବ, ରାଜ୍ୟରେ ଚାର୍ଜିଂ ଷ୍ଟେସନର ଅଭାବ ରହିବନି

ଏହି ଶତକ ପୂର୍ବରୁ ବିରାଟ କୋହଲି କ୍ରମାଗତ ୨ ଥର ଶୂନରେ ଆଉଟ ହୋଇଥିଲେ, ଟି-୨୦ ଇତିହାସରେ ତାଙ୍କ ସହ ଏମିତି ମାତ୍ର ଦ୍ୱିତୀୟ ଥର ପାଇଁ ଘଟିଥିଲା। ମ୍ୟାଚ୍‌ ଶେଷ ପରେ ତାଙ୍କ ଶତକ ନେଇ ପ୍ରଶ୍ନ କରାଯାଇଥିଲା । ଯାହାର ଉତ୍ତର ଦେଇ ସେ କହିଛନ୍ତି, “ମୁଁ ରନ କରିପାରୁନାହିଁ ବୋଲି ଯେଉଁ କଥା ଥିଲା, ତାହା ମୋତେ ବହୁ କଷ୍ଟ ଦେଉଥିଲା, କାରଣ ଖେଳ ପ୍ରତି ଥିବା ମୋର ପରିଶ୍ରମ କେବେ ବି କମ୍‌ ନଥିଲା। ଶତକ ହେଉ ବା ନହେଉ, ମ୍ୟାଚ ଶେଷ କରିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ । 

ବିରାଟ କୋହଲି କଣ ଚାପ ଅନୁଭନ କରନ୍ତି ବୋଲି ପ୍ରଶ୍ନ କରିଥିଲେ ଉପସ୍ଥାପକ । ଏହାର ଉତ୍ତରରେ ବିରାଟ କହିଥିଲେ କି, “ଲୋକମାନେ କୁହନ୍ତି ଯେ ‘ଚାପ ଏକ ସୌଭାଗ୍ୟ’, ତେଣୁ ତାହା ପଛରେ ଏକ କାରଣ ଅଛି। ଚାପ ଆପଣଙ୍କୁ ବିନମ୍ର କରି ରଖେ ଏବଂ ଆପଣଙ୍କ ଖେଳକୁ ଉନ୍ନତ କରିବାରେ ସାହାଯ୍ୟ କରେ। ଯେତେବେଳେ କିଛି ମ୍ୟାଚ ଆପଣଙ୍କ ସପକ୍ଷରେ ନଯାଏ, ସେବେ ଆପଣଙ୍କୁ ଛାନିଆ ତ ଲାଗିବ  ।

ସେହିପରି ଟି-୨୦ କ୍ରିକେଟ୍‌ରେ  ସର୍ବାଧିକ ଶତକ ମାରିଥିବା ତାଲିକରେ ବିରାଟ ଏବେ ୪ର୍ଥ ସ୍ଥାନରେ ରହିଛନ୍ତି ।ତାଲିକାର ପ୍ରଥମ ସ୍ଥାନରେ ୨୨ଟି ଶତକ ସହ କ୍ରିସ୍‌ ଗେଲ୍‌ ରହିଛନ୍ତି । ତାଙ୍କ ପଛକୁ ୧୩ ଟି ଶତକ ସହ ବାବର ଆଜମ୍‌, ୩ ୟ ସ୍ଥାନରେ ୧୦ଟି ଶତକ ସହ ଡେଭିଡ୍‌ ଓ୍ୱାର୍ଣ୍ଣର, ୪ର୍ଥ ସ୍ଥାନରେ ୧୦ଟି ଶତକ ସହ ବିରାଟ କୋହଲି ରହିଥିବା ବେଳେ ପଞ୍ଚମ ସ୍ଥାନରେ ୯ଟି ଶତକ ରାଇଲି ରୋସୋ/ସାହିବଜାଦା ଫରହାନ୍  ରହିଛନ୍ତି ।