ପୁରୁଷୋତ୍ତମପୁର ୨୬।୦୪ : ବଡ଼ ଭାଇର ବାହାଘର ବେଳେ ସାନ ଭାଇକୁ ଆକ୍ରମଣ। ଗଂଜାମ ପୋଲସରା ବ୍ଳକ ବାଲିଘାଇ ଗାଁରେ ବଡ଼ ଭାଇ ବାହାଘର ପ୍ରୋସେସନ ବେଳେ ସାନଭାଇକୁ ସଂଘବଧ ଆକ୍ରମଣ ହୋଇଛି l ଆକାଶ ଜେନା ନାମକ ଯୁବକ ଗୁରୁତର ହୋଇଛନ୍ତି l ତାଙ୍କୁ ପ୍ରଥମେ ପୋଲସରା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି l ଆକ୍ରମଣର ପ୍ରକୃତ କାରଣ ଜଣାପଡିନି।

Also Read:-Ketu Chandrama Yuti 2026: ସାବଧାନ ! କେତୁ-ଚନ୍ଦ୍ରର ଅଶୁଭ ସଂଯୋଗ: ଏହି ୩ଟି ରାଶି ବ୍ୟକ୍ତିଙ୍କୁ ଲାଗିବ ଝଟକା

ଖବର ଅନୁଯାୟୀ, ବିଳମ୍ବିତ ରାତିରେ ଆକ୍ରମଣ ହୋଇଛି। ବଡ ଭାଇ ରିଙ୍କୁ ଜେନାଙ୍କ ବାହାଘର ବରଯାତ୍ରୀ ଚାଲିଥିବା ବେଳେ କୌଣସି କଥାକୁ ନେଇ ସେହି ଗ୍ରାମର ଗୌର ହରି ବିଷୋୟୀଙ୍କ ସହ ଆକାଶଙ୍କ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଗୌରହରିର ଅନ୍ୟ ସହଯୋଗୀ ମିଶି ଆକାଶକୁ ଧାରୁଆ ଅସ୍ତ୍ର ରେ ଆକ୍ରମଣ କରିଥିଲେ। ଆକ୍ରମଣରେ ଆକାଶଙ୍କ ଅନ୍ତ ବୁଜୁଳା ବାହାରକୁ ବାହାରି ଆସିଛି। ପରିବାର ଲୋକେ ତୁରନ୍ତ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଙ୍କୁ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଆକାଶଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଆକାଶଙ୍କ ଅବସ୍ଥା ସଂଙ୍କଟାପନ୍ନ ରହିଛି | ପୋଲିସ ଘଟଣାର ତଦନ୍ତ କରୁଛି।