ଭୁବନେଶ୍ଵର: ରାଜ୍ୟର ୧୪ଟି ବିଶ୍ବବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତ । ​​​​​​​୧୪ କୁଳପତିଙ୍କ ନିଯୁକ୍ତିକୁ କୁଳାଧିପତି ତଥା ରାଜ୍ୟପାଳ ହରିବାବୁ କମ୍ଭମପାଟି ଅନୁମୋଦନ ଦେଇଛନ୍ତି । ପ୍ରଫେସର ଅର୍କ କୁମାର ଦାସମହାପାତ୍ର ରେଭେନ୍ସା ବିଶ୍ବବିଦ୍ୟାଳୟ କୁଳପତି ନିଯୁକ୍ତ ହୋଇଥିବା ବେଳେ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଫକୀର ମୋହନ ବିଶ୍ବବିଦ୍ୟାଳୟ କୁଳପତି ହୋଇଛନ୍ତି । ଭୁବନେଶ୍ୱରର ଲୋକଭବନସ୍ଥିତ କୁଳପତିଙ୍କ କାର୍ଯ୍ୟାଳୟରୁ ଜାରି ଏକ ସରକାରୀ ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ, ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ, ୧୯୮୯ର ଧାରା ୬ର ଉପ-ଧାରା (୧) ଅନୁଯାୟୀ ପ୍ରଦତ୍ତ କ୍ଷମତା ପ୍ରୟୋଗ କରି ରାଜ୍ୟପାଳଙ୍କ ଦ୍ୱାରା ଏହି ନିଯୁକ୍ତି ଦିଆଯାଇଛି। 

ଦେଖନ୍ତୁ ପୁରା ତାଲିକା...

୧୪ ବିଶ୍ଵ ବିଦ୍ୟାଳୟର କୁଳପତି

ଏଫଏମ ବିଶ୍ଵବିଦ୍ୟାଳୟ କୁଳପତି- ପ୍ରଫେସର ସନ୍ତୋଷ ତ୍ରିପାଠୀ

ରେଭେନ୍ସା ବିଶ୍ଵବିଦ୍ୟାଳୟର କୁଳପତି- ପ୍ରଫେସର ଅର୍କ ଦାସମହାପାତ୍ର

ଉତ୍କଳ ବିଶ୍ଵବିଦ୍ୟାଳୟ କୁଳପତି- ପ୍ରଫେସର ଚଣ୍ଡି ପ୍ରସାଦ ନନ୍ଦ

ଧରଣୀଧର ବିଶ୍ବବିଦ୍ୟାଳୟ କୁଳପତି- ପ୍ରଫେସର ସଞ୍ଜୟ କୁମାର ପାତ୍ର

ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ କୁଳପତି- ପ୍ରଫେସର ବ୍ୟୋମକେଶ ତ୍ରିପାଠୀ

ଖଲ୍ଲିକୋଟ ୟୁନିଟାରୀ ବିଶ୍ବବିଦ୍ୟାଳୟ କୁଳପତି - ପ୍ରଫେସର ଅସୀମା ସାହୁ

ମା ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟ କୁଳପତି- ପ୍ରଫେସର ପବନ କୁମାର ଅଗ୍ରୱାଲ

ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ କୁଳପତି - ପ୍ରଫେସର ଶିବରାମ ତ୍ରିପାଠୀ

MSCBD ବିଶ୍ବବିଦ୍ୟାଳୟ କୁଳପତି - ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି

ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ କୁଳପତି - ପ୍ରଫେସର ବିଭୂତି ଭୂଷଣ ମଲିକ

ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ କୁଳପତି - ପ୍ରଫେସର ଜ୍ୟୋସ୍ନା କେବି ରାଉତ

ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ କୁଳପତି - ପ୍ରଫେସର ପ୍ରଭାତ କୁମାର ମହାପାତ୍ର

ବିକ୍ରମ ଦେବ ବିଶ୍ବବିଦ୍ୟାଳୟ କୁଳପତି - ପ୍ରଫେସର ହୃଷିକେଶ ସେନାପତି

ଓଡ଼ିଆ ବିଶ୍ବବିଦ୍ୟାଳୟ କୁଳପତି - ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ