ଭୁବନେଶ୍ୱର: ଉତ୍କଳ ଦିବସ ଅବସରରେ ଭୁବନେଶ୍ୱରରେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଭିଜା ସେଣ୍ଟର୍ VFS global ଖୋଲିଛି । ପୂର୍ବରୁ ରାଜ୍ୟବାସୀଙ୍କୁ ଏହି ସେବା ପାଇଁ କଲିକତା ଓ ହାଇଦ୍ରାବାଦ ଉପରେ ନିର୍ଭର କରିବାକୁ ପଡ଼ୁଥିଲା । ଏଥିପାଇଁ ଅଧିକ ଖର୍ଚ୍ଚାନ୍ତ ଓ ସମୟ ଅଧିକ ଅପଚୟ ହେଉଥିଲା । ଏହାକୁ ନେଇ ବହୁ ଅଭିଯୋଗ ରାଜ୍ୟ ସରକାରଙ୍କ ପାଖକୁ ଆସିଥିଲା । ଏହାକୁ ନେଇ କେନ୍ଦ୍ର ସରକାରଙ୍କ ସହ ଏହାକୁ ନେଇ ଆଲୋଚନା କରିଥିଲେ । ଆଉ ଏହାର ସଫଳ ରୂପାୟନ ହେଉଛି ଏହି ଭିଜା ସେଣ୍ଟର୍ ।

ବର୍ତ୍ତମାନ VFS global ସେଣ୍ଟର୍ ପାଇଁ ୩,୦୦୦ ବର୍ଗଫୁଟ୍ ସ୍ଥାନ ପ୍ରଦାନ କରାଯାଇଛି । ଆବଶ୍ୟକ ପଡ଼ିଲେ ଅଧିକ ସ୍ଥାନ ଦିଆଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୟୁକେ, ଆୟର୍ଲାଣ୍ଡ, ସ୍ୱିଜରଲାଣ୍ଡ, ଅଷ୍ଟ୍ରିଆ , ଜାପାନ, ମାରୋକୋ, ଇଜିପ୍ଟ , ମାଲ୍ଟା, ଇଟାଲୀ, ଇଷ୍ଟୋନିଆ ଭଳି ୧୦ ଟି ଦେଶ କୁ ଭିସା ମିଳି ପାରିବ। ବର୍ତ୍ତମାନ ୧୬୭ ଟି ଦେଶରେ ୪ ହଜାର ସେଣ୍ଟର୍ ରହିଛି ।

​​​​​​​Also Read...ଗୋପବନ୍ଧୁଙ୍କ ଏନ୍ତୁଡ଼ିଶାଳ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ, ମନେ ପକାଇଲେ ତ୍ୟାଗ, ବଳିଦାନ

ଭାରତର ୨୦ ଟି ସହରରେ ୫୬୦ ଟି VFS ସେଣ୍ଟର୍ ରହିଛି । ବିଦେଶ ଯିବାକୁ ଚାହୁଁଥିବା ଓଡ଼ିଆଙ୍କ ପାଇଁ ଏହା ସହାୟକ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହା ଓଡ଼ିଶାକୁ ଉତ୍କର୍ଷତା କ୍ଷେତ୍ରରେ ଅଧିକ ସହାୟକ ହେବ । ଛତିଶଗଡ଼ ଓ ପାର୍ଶ୍ୱବର୍ତ୍ତୀ ରାଜ୍ୟ ବାସୀଙ୍କ ପାଇଁ ଏହା ସହଯୋଗ ସେଣ୍ଟର୍ ଭାବେ କାର୍ଯ୍ୟ କରିବ । ଭୁବନେଶ୍ୱର ସହର ଗ୍ରେଟର୍ ଭୁବନେଶ୍ୱର ଭାବେ ଗଢ଼ି ଉଠିବ ।