ନୂଆଦିଲ୍ଲୀ: ଜ୍ୟୋତିଷଶାସ୍ତ୍ରରେ ଶୁକ୍ର ଗ୍ରହଙ୍କୁ ବିଳାସ, ପ୍ରେମ ଏବଂ ସୁନ୍ଦରତାର କାରକ ବୋଲି ବିଶ୍ବାସ କରାଯାଏ। ଶୁକ୍ରଙ୍କ ଗୋଚର ମେଷ ରାଶିରୁ ନେଇ ମୀନ ରାଶି ଉପରେ ପ୍ରଭାବ ପକାଇଥାଏ। ବର୍ତ୍ତମାନ ଶୁକ୍ର ବୃହସ୍ପତିଙ୍କ ମୀନ ରାଶିରେ ଅଛନ୍ତି। ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ, ୨୦୨୬ ମାର୍ଚ୍ଚ ସକାଳ ୫ଟା ୧୩ ମିନିଟଠାରୁ ଶୁକ୍ର ଗ୍ରହ ମୀନ ରାଶିରୁ ମେଷ ରାଶିରେ ପ୍ରବେଶ କରିବେ। ମେଷ ରାଶିରେ ଶୁକ୍ର ଗୋଚର ଏପ୍ରିଲ ୧୯ ଦ୍ବିପ୍ରହର ପର୍ଯ୍ୟନ୍ତ ରହିବ। ଏମିତିରେ ମେଷ ରାଶିରେ ଶ୍ରୁକଙ୍କ ଗୋଚର ହେବା କିଛି ରାଶିଙ୍କ ପାଇଁ ଖୁବ୍ ଲାଭକାରୀ ହୋଇପାରେ।

ସିଂହ ରାଶି ବ୍ୟକ୍ତିଙ୍କୁ ମିଳିବ ଲାଭ

ମେଷ ରାଶିରେ ଶୁକ୍ର ଗୋଚର ହେବା ସିଂହ ରାଶି ବ୍ୟକ୍ତିଙ୍କ ପାଇଁ ଖୁବ ଲାଭକାରୀ ହୋଇପାରେ। ଜୀବନରେ ସୁଖ ଏବଂ ଖୁସି ବଜାୟ ରହିବ। ଏହି ସମୟରେ ଆପଣଙ୍କ ଆର୍ଥିକ ଅସୁବିଧା ଦୂର ହେବ। ବ୍ୟବସାୟୀଙ୍କୁ ବ୍ୟବସାୟରେ ଜଡ଼ିତ ଅନେକ ଶୁଭ ସମାଚାର ମିଳିପାରେ। ବିଦ୍ୟାର୍ଥୀଙ୍କ ପାଇଁ ସମୟ ଶୁଭ ହେବ। କ୍ୟାରିୟରେ ବୁଝି ବିଚାରି ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି।

Also Read: Why Hindu Gods Are Blue : ହିନ୍ଦୁ ଦେବାଦେବୀଙ୍କ ରଙ୍ଗ କାହିଁକି ନୀଳ, କ'ଣ ଏହା ପଛରେ କାରଣ ହୋଇପାରେ ?

ମିଥୁନ ରାଶି ବ୍ୟକ୍ତିଙ୍କ ପାଇଁ କିଭଳି ରହିବ ?

ମିଥୁନ ରାଶି ଜାତକଙ୍କ ପାଇଁ ମଙ୍ଗଳଙ୍କ ମେଷ ରାଶିରେ ଶୁକ୍ରଙ୍କ ଗୋଚର ଲାଭଦାୟକ ହୋଇପାରେ। ଆୟ ବଢ଼ିବାର ସମ୍ଭାବନା ରହିଛି। ସେହିଭଳି ଶୁକ୍ରଙ୍କ ଶୁଭ ପ୍ରଭାବ ଯୋଗୁ ଧନ ଆଗମନର ଯୋଗ ସୃଷ୍ଟି ହେଉଛି। କ୍ୟାରିୟରରେ ଆସୁବିଧା ଅସୁବିଧା ଦୂର ହେବ। ପ୍ରେମ ଜୀବନ ଭଲ ରହିବ।

ମେଷ ରାଶି ବ୍ୟକ୍ତିଙ୍କ ପାଇଁ କିଭଳି ରହିବ ଶୁକ୍ର ଗୋଚର

ମଙ୍ଗଳଙ୍କ ମେଷ ରାଶିରେ ଶୁକ୍ର ଗୋଚର ହେବା ମେଷ ରାଶି ବ୍ୟକ୍ତିଙ୍କ ପାଇଁ ଲାଭର ସମ୍ଭାବନା ଆଣିପାରେ। ଆକସ୍ମିକ ଧନ ଲାଭ ହୋଇପାରେ। ଆତ୍ମବିଶ୍ବାସରେ ପରିପୂର୍ଣ୍ଣ ରହିବେ। କ୍ୟାରିୟର ସହ ଜଡ଼ିତ ଜରୁରୀ ଟାସ୍କ ମଧ୍ୟ ମିଳିପାରେ। ବୈବାହିକ ଜୀବନରେ ମଧୁରତା ରହିବ। ସୁସ୍ଥ ରହିବେ ଏବଂ କୌଣସି ସ୍ଥାନକୁ ଯାତ୍ରା କରିବେ। କିଛି ନୂଆ ଲୋକଙ୍କ ସହ ସାକ୍ଷାତ ହୋଇପାରେ।

ବି.ଦ୍ର: ଏହି ତଥ୍ୟ ଇଣ୍ଟରନେଟ ଆଧାରିତ। ଏହାର ସଂପୂର୍ଣ୍ଣ ସତ୍ୟତା ଉପରେ ପ୍ରମେୟ ନ୍ୟୁଜ ସେଭେନ ପକ୍ଷରୁ କୌଣସି ଦାବି କରାଯାଉନାହିଁ। ବିସ୍ତୃତ ଏବଂ ଅଧିକ ସୂଚନା ପାଇଁ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ।