ନୂଆଦିଲ୍ଲୀ: ଦେଶର ପ୍ରତିଷ୍ଠିତ କମ୍ପାନି ବେଦାନ୍ତ ଦେଶର ଉର୍ଜା ସୁରକ୍ଷାକୁ ମଜଭୁତ କରିବା ପାଇଁ ଏକ ବଡ଼ ଘୋଷଣା କରିଛି । କମ୍ପାନି ପ୍ରତିଦିନ ୫ ଲକ୍ଷ ବ୍ୟାରେଲ୍ ଅୟଲ୍ ସହ ସମାନ ତେଲ୍ ଓ ଗ୍ୟାସ୍ ଉତ୍ପାଦନ କରିବା ନେଇ ନିଜ ଲକ୍ଷ୍ୟକୁ ପୁଣି ଥରେ ଦୋହରାଇଛି । ବେଦାନ୍ତ ଅନୁସାରେ, ଏପରି କରିବା ଦ୍ୱାରା ଦେଶର ଉର୍ଜା ସୁରକ୍ଷା ଦିଗରେ କମ୍ପାନିର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ ।

ଭାରତ ନିଜ ତେଲ ଏବଂ ଗ୍ୟାସ୍ ଆବଶ୍ୟକତାର ୯୦ ପ୍ରତିଶତ ଅଂଶ ଆମଦାନୀ କରୁଛି । ଏହି କାରଣରୁ ଦେଶର ଅର୍ଥବ୍ୟବସ୍ଥା ବୈଶ୍ୱିକ ଯୋଗାଣରେ ବାଧା ଏବଂ ମୂଲ୍ୟ ବୃଦ୍ଧିର ଉତ୍ଥାନ-ପତନର ବିପଦରେ ରହିଥାଏ । ବେଦାନ୍ତ ଅନୁସାରେ ଦେଶରେ ପ୍ରାୟ ୩୦୦ ବିଲିୟନ ବ୍ୟାରେଲ ସମାନ ହାଇଡ୍ରୋକାର୍ବନ ସଂସଧାନ ରହିଛି । କମ୍ପାନି କରିଛି ଯେ ବେଦାନ୍ତ ଅୟଲ ଆଣ୍ଡ ଗ୍ୟାସ୍-କେୟର୍ନ ଆଡଭାନ୍ସଡ୍ ଟେକ୍ନୋଲଜିର ବ୍ୟବହାର କରି ଦ୍ରୁତ ଅନୁସନ୍ଧାନ ଏବଂ ଉନ୍ନତ ଅୟଲ୍ ରିକଭରି ଜରିଆରେ ଏହି ବଡ଼ ରିସୋର୍ସ ବେସ୍ ଲାଭ ଉଠାଇବା ପାଇଁ ପ୍ରତିବଦ୍ଧ ଅଟେ ।

ଉଲ୍ଲେଖଯୋଗ୍ୟ ଯେ ବେଦାନ୍ତ ଅଧ୍ୟକ୍ଷ ଅନିଲ୍ ଅଗ୍ରୱାଲ କହିଥିଲେ, ଭାରତ ପାଇଁ ଉର୍ଜା ମାମଲାରେ ଆତ୍ମନିର୍ଭର ହେବା ଏକ ରଣନୀତିକ ଆର୍ଥିକ ଆବଶ୍ୟକତା ଅଟେ । ଦେଶରେ ଉତ୍ପାଦିତ ତେଲ ଓ ଗ୍ୟାରର ପ୍ରତ୍ୟେକ ବ୍ୟାରେଲ୍ ଆମ ଅର୍ଥବ୍ୟବସ୍ଥାକୁ ମଜଭୁତ କରୁଛି । ଆମଦାନୀ ଉପରେ ନିର୍ଭରତା ହ୍ରାସ କରୁଛି ଏବଂ ଦେଶକୁ ଉର୍ଜା କ୍ଷେତ୍ରରେ ସଶକ୍ତ କରୁଛି । ଭାରତ ପାଖରେ ପ୍ରଚୁର ପ୍ରାକୃତିକ ସମ୍ୱଳ, ବିଶ୍ୱ-ସ୍ତରୀୟ ପ୍ରଯୁକ୍ତି କ୍ଷମତା ରହିଛି ।

ବିଶେଷଜ୍ଞଙ୍କ ଅନୁସାରେ, ଭାରତରେ ଏବେ ବି ଏପରି ଅନେକ ସମୁଦ୍ର ଏବଂ ଭୂମି ଅଞ୍ଚଳ ଅଛି ଯେଉଁଠାରେ ତେଲକୁ ବ୍ୟବସ୍ଥିତ ଭାବେ ସନ୍ଧାନ କରାଯାଇନି । ଏପରି ସ୍ଥିତିରେ ଦେଶର ଘରୋଇ ଉତ୍ପାଦନ ବଢିବାର ଯଥେଷ୍ଟ ସମ୍ଭାବନା ରହିଛି । ଭାରତ ସରକାର ସମୁଦ୍ର ମିଶନ ଜରିଆରେ ଗଭୀର ଏବଂ ଅତ୍ୟନ୍ତ ଗଭୀର ସମୁଦ୍ରିକ ବ୍ଲକଗୁଡ଼ିକୁ ଅନୁସନ୍ଧାନ ପାଇଁ ଖୋଲିଛନ୍ତି । ଏହାସହ ଚଳିତ ଦଶନ୍ଧି ଶେଷ ସୁଦ୍ଧା ଭାରତର ଉର୍ଜା କ୍ଷେତ୍ରରେ ୫୦୦ ବିଲିୟନ ଡଲାର ନିବେଶର ରାସ୍ତା ଖୋଲିଛି ।

ବେଦାନ୍ତ ତୈଳ ଏବଂ ଗ୍ୟାସ୍ ବର୍ତ୍ତମାନ ରାଜସ୍ଥାନ, ଗୁଜରାଟ, ଆସାମ ଏବଂ ଆନ୍ଧ୍ର ପ୍ରଦେଶରେ ପ୍ରାୟ ୪୭,୦୦୦ ବର୍ଗ କିଲୋମିଟର ପରିବ୍ୟାପ୍ତ ୪୪ଟି ଅନ୍-ଶୋର ଏବଂ ଅଫ୍-ଶୋର ବ୍ଲକ୍ ରଖିଛି । ଏଠାରେ ପାରମ୍ପରିକ ଏବଂ ଅଣ-ପାରମ୍ପରିକ ପଦ୍ଧତି ବ୍ୟବହାର କରି ତୈଳ ଏବଂ ଗ୍ୟାସ ଅନୁସନ୍ଧାନ ଚାଲିଛି ।