Vaibhav Suryavanshi fitness: ଭାରତୀୟ କ୍ରିକେଟର ସବୁଠୁ ଯୁବ ପ୍ରତିଭାବାନ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ନିଜର ବ୍ୟାଟିଂ ବଳରେ ଦୀର୍ଘ ସମୟ ଧରି କ୍ରିକେଟ୍ ଜଗତରେ ଚର୍ଚ୍ଚାରେ ଅଛନ୍ତି। ସେ ଅଳ୍ପ ବୟସରେ ଯେଉଁ ସଫଳତା ହାସଲ କରିଛନ୍ତି, ଯାହା ଅନ୍ୟ ଯୁବ କ୍ରିକେଟରଙ୍କ ପାଇଁ ସ୍ଵପ୍ନ ପରି ରହିଛି। ମଇଦାନରେ ଚୌକା ଓ ଛକା ବର୍ଷା କରୁଥିବା ଦେଖି ଲୋକେ ବି ଆଚମ୍ବିତ ଯେ ଏତେ ଅଳ୍ପ ବୟସର ପିଲାଟି ପାଖରେ ଏତେ ଶକ୍ତି କେଉଁଠୁ ଆସୁଛି, ଯିଏ ଅନାୟସରେ ଦୁନିଆର ବଡ଼ ବଡ଼ ବୋଲରଙ୍କୁ ପ୍ରହାର କରୁଛି। ତାଙ୍କର ବ୍ୟାଟିଂ ଓ ଶକ୍ତି-ସାମର୍ଥ୍ୟ ପଛରେ କୌଣସି ଯାଦୁ ନୁହେଁ ବରଂ ଶୃଙ୍ଖଳା, ଡାଇଟ୍ ଓ ଟ୍ରେନିଂ ରହିଛି।

ବୈଭବ ନିଜର ଫିଟନେସକୁ ନେଇ ବହୁତ ସତର୍କ ଏବଂ ଗମ୍ଭୀର। ତାଙ୍କ କହିବା କଥା ଜଣେ ଆଥଲେଟ୍ ପାଇଁ ତାର ଶରୀର ହିଁ ସବୁଠୁ ବଡ଼ ହତିଆର। ବୈଭବଙ୍କ ଡାଇଟ ମୁଖ୍ୟତଃ ଲିନ ପ୍ରୋଟିନ ଓ କମ୍ପ୍ଲେକ୍ସ କାର୍ବୋହାଇଡ୍ରେଟ୍ ବିଶିଷ୍ଟ ହୋଇଥାଏ। ସେ ନିଜର ଦିନର ଆରମ୍ଭ ଭରପୂର ଭୋଜନ ସହ କରିଥାନ୍ତି। ସକାଳିଆ ଭୋଜନରେ ଅଣ୍ଡା, ଅଟ୍ସ ଓ ସତେଜ ଫଳ ରହିଥାଏ। ମ୍ୟାଚରେ ଏନର୍ଜି ସ୍ତର ବଜାୟ ରଖିବା ପାଇଁ ସେ ମଝିରେ ମଝିର ନଟ୍ସ ଓ ହାଇଡ୍ରେଟିଂ ଡ୍ରିଙ୍କ୍ସ ନେଇଥାନ୍ତି। ତାଙ୍କର ଫୋକସ ଶରୀରକୁ କେମିତି ପର୍ଯ୍ୟାପ୍ତ ଶକ୍ତି ମିଳିବ ତା ଉପରେ ରହିଥାଏ।

Also Read: ବଲ୍ ମାଡ଼ ପରେ ତଳେ ପଡ଼ିଗଲେ ବୈଭବ ସୂର୍ଯ୍ୟବଂଶୀ, ଡାକ୍ତରଙ୍କୁ ପଚାରିଲେ ଏମିତି ପ୍ରଶ୍ନ, ଖେଳାଳି ବି ଆଶ୍ଚର୍ଯ୍ୟ

ଶକ୍ତି ଦେଉଥିବା ସକାଳିଆ ଭୋଜନ

ବୈଭବ ନିଜର ଦିନର ଆରମ୍ଭ ପ୍ରୋଟିନଯୁକ୍ତ ଭୋଜନ କରିଥାନ୍ତି। ସିଝା ଅଣ୍ଡା ଓ ଅଟ୍ସ ଏହି ଯୁବ ଖେଳାଳିଙ୍କ ପ୍ରଥମ ପସନ୍ଦ, ଯାହା ତାଙ୍କୁ ଲମ୍ବା ପ୍ରାକ୍ଟିସ ପାଇଁ ଜରୁରୀ ଏନର୍ଜି ଓ ମଜବୁତ ପ୍ରଦାନ କରିଥାଏ।

ଘରର ସାଦା ଖାଦ୍ୟ

ବାହାରେ ଖାଇବା ପରିବର୍ତ୍ତେ ବୈଭବ ଘରର ଖାଦ୍ୟ ଉପରେ ଅଧିକ ଗୁରୁତ୍ଵ ଦେଇଥାନ୍ତି। ଡାଲି, ରୁଟି ଓ ସବୁଜ ପନିପରିବା ତାଙ୍କ ଶରୀରକୁ ଆବଶ୍ୟକୀୟ ଭିଟାମିନ ପ୍ରଦାନ କରିଥାଏ। ଏଥିରେ ତାଙ୍କ ଶରୀର ଫିଟ୍ ରହିଥାଏ।

ବହୁ ଜରୁରୀ ହାଇଡ୍ରେସନ

ପଡ଼ିଆରେ ଘଣ୍ଟା ଘଣ୍ଟା ଝାଳ ବହିବା ପରେ ଶରୀରରେ ଯେମିତି ଜଳୀୟ ଅଂଶ ନ କମିବ ସେଥିପାଇଁ ବୈଭବ ପଇଡ଼ ଓ ଇଲେକ୍ଟ୍ରୋଲାଇଟ୍ସ ପିଇଥାନ୍ତି। ଉପଯୁକ୍ତ ହାଇଡ୍ରେସନ ତାଙ୍କୁ ବେଶ ତାଜା ରଖିଥାଏ।

ଜଙ୍କ ଫୁଡଠୁ ବହୁ ଦୂରରେ

ବୈଭବ ବହୁତ କମ ବୟସରୁ ହିଁ ମିଠା ଓ ଫାଷ୍ଟ ଫୁଡ ଛାଡ଼ି ଦେଇଥିଲେ। ତାଙ୍କ କହିବା କଥା ଫିଟନେସ୍ ପାଇଁ ଅନୁଶାସନ ବହୁ ଜରୁରୀ। ଜଙ୍କ ଫୁଡ ଖେଳରେ ବାଧା ଦେଇଥାଏ। ପ୍ରାକ୍ଟିସ ମଝିରେ ଭୋକ ଯେମିତି ନ ହୁଏ ସେଥିପାଇଁ ଏହି ବାମହାତୀ ବ୍ୟାଟର ବାଦାମ, ଅଖରୋଟ୍ ଓ ଫଳ ଖାଇଥାନ୍ତି। ଏହା ତାଙ୍କୁ ତୁରନ୍ତ ଏନର୍ଜି ପ୍ରଦାନ କରିଥାଏ ଓ ଖେଳ ଉପରେ ଧ୍ୟାନ ବଢାଇବାରେ ସାହାଯ୍ୟ କରିଥାଏ।

Also Read: ଦୁଇ ଅନ୍‌କ୍ୟାପ୍ଡ ଖେଳାଳି, ଦୁଇ ଜଣ ବିସ୍ଫୋରକ ବୋଲର: ରେକର୍ଡ କଲେ ପ୍ରଫୁଲ-ସାକିବ

ଛୋଟ ବେଳୁ ନିଜର କ୍ରିକେଟ୍ ପ୍ରତି ସମର୍ପଣ ପାଇଁ ବୈଭବ ବାହାର ଖାଦ୍ୟ ଖାଇବା ଛାଡ଼ି ଦେଲେ। ଏପରିକି ଲିଟି ଏବଂ ଚୋଖାଠୁ ବି ସେ ଦୂରେଇ ରହିଥିଲେ। ନିଜର ଫିଟନେସ୍ ସ୍ତର ବଢାଇବା ପାଇଁ ବୈଭବ ଖାଦ୍ୟପେୟ ପ୍ରତି ବହୁତ ସତର୍କ ରହିଥାନ୍ତି, ଯାହା ଆଜି ତାଙ୍କ ସଫଳତାର ସବୁଠୁ ବଡ଼ ମନ୍ତ୍ର ରହି ଆସିଛି।