ମୁମ୍ବାଇ ୧୫।୦୪ : ବୈଭବଙ୍କ ଜଲ୍‌ଓ୍ୱା । ଭାଙ୍ଗିବେ କ୍ରିକେଟ୍‌ର ଭଗବାନଙ୍କ ରେକର୍ଡ । ସତ ହେବାକୁ ଯାଉଛି ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ୱପ୍ନ । ଖୁବଶୀଘ୍ର ସିନିୟର ଟିମ୍‌ରେ କରିପାରନ୍ତି ଏଣ୍ଟ୍ରି । ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି ।

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ରାତାରାତି କୌଣସି ବି ଖେଳାଳିଙ୍କୁ ଷ୍ଟାର କରିଥାଏ । ୨୦୦୮ରୁ ଆରମ୍ଭ କରି ୨୦୨୬ ଯାଏ । ପ୍ରତିବର୍ଷ ନୂଆ ନୂଆ ଖେଳାଳି ଷ୍ଟାର ବନୁଛନ୍ତି । ଆଇପିଏଲ୍‌ ୨୦୨୬ରେ ଏବେ ଯାଏଁ ପ୍ରଫୁଲ ହିଙ୍ଗ, ସାକିବ ହୁସେନଙ୍କ ଘଟଣା ବଡ଼ ଉଦାହରଣ ରହିଛି । ଉଭୟ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଆଇପିଏଲ୍ ଡେବ୍ୟୁରେ ଚାରୋଟି ଲେଖାଏଁ ଓ୍ୱିକେଟ୍‌ ନେଇଛନ୍ତି । ସେହିପରି ଏହି ବର୍ଷ ଆଉ ଜଣେ ୟଙ୍ଗ କ୍ରିକେଟ୍‌ରଙ୍କ ନାଁ ବହୁ ଚର୍ଚ୍ଚା ହେଉଛି । ସେ ହେଉଛନ୍ତି ରାଜସ୍ଥାନର ଯୁବ ଓପନର ବୈଭବ ସୂର୍ଯ୍ୟବଂଶୀ । ୨୦୨୫ରେ ବୈଭବଙ୍କୁ ନେଇ ଯେମିତି ଚର୍ଚ୍ଚା ହେଉଥିଲେ, ୨୦୨୬ରେ ତାଠାରୁ ଢେର ଅଧିକ ଚର୍ଚ୍ଚା ହେଉଛି । ବିରୋଧୀ ବୋଲରଙ୍କ ପାଇଁ ବିପଦ ସାଜିଛନ୍ତି ବୈଭବ ।

Also Read:-ତୀର୍ଥଯାତ୍ରା ସାରି ଫେରୁଥିବା ବେଳେ ବଡ଼ ଅଘଟଣ, ୬ ଜଣଙ୍କ ଚାଲିଗଲା ଜୀବନ

ତେବେ ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟକୁ ନେଇ ବେଶ୍‌ ଚର୍ଚ୍ଚା ହେଉଛି । ସେହି ରିପୋର୍ଟଟି ହେଉଛି, ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (BCCI) ଖୁବଶୀଘ୍ର ବୈଭବ ସୂର୍ଯ୍ୟବଂଶୀଙ୍କୁ ସିନିୟର ଟିମ୍‌ରେ ସାମିଲ କରିବାର ସୁଯୋଗ ଦେଇପାରେ । ବିସିସିଆଇ ଆୟରଲ୍ୟାଣ୍ଡ ଗସ୍ତ ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ଚୟନ କରିପାରେ। ଆଇପିଏଲ୍ ୨୦୨୬ ସମାପ୍ତ ହେବାର କିଛି ସପ୍ତାହ ପରେ, ଟିମ୍ ଇଣ୍ଡିଆ ଜୁନ୍ ୨୬ ଏବଂ ଜୁନ୍ ୨୮ ରେ ଆୟରଲ୍ୟାଣ୍ଡ ଗସ୍ତ ସମୟରେ ଦୁଇଟି ଟି-୨୦ ମ୍ୟାଚ୍ ଖେଳିବାର କାର୍ଯ୍ୟକ୍ରମ ରହିଛି। ଯଦି ଏପରି ହୁଏ ତେବେ ବୈଭବ ନୂଆ ରେକର୍ଡ କରିବେ । ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଭାରତୀୟ କ୍ରିକେଟ୍‌ର ଭାବେ ସବୁଠୁ କମ୍‌ ବୟସରେ ଡେବ୍ୟୁ କରିବାରେ ପ୍ରଥମ ଖେଳାଳି ହେବେ । କାହିଁକି ନା ବୈଭବଙ୍କୁ ଏବେ ୧୫ ବର୍ଷ । ତାଙ୍କ ପୂର୍ବରୁ ଭାରତୀୟ କ୍ରିକେଟର ଭାବେ ସଚ୍ଚିନ ତେନ୍ଦୁଲକର ସବୁଠୁ କମ୍‌ ବୟସରେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଡେବ୍ୟୁ କରିଥିଲେ । ସଚିନ ଯେତେବେଳେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଡେବ୍ୟୁ କରିଥିଲେ । ସେତେବେଳେ ତାଙ୍କୁ  ୧୬ ବର୍ଷ ୨୦୫ ଦିନ ହୋଇଥିଲା ।

ବୈଭବ ସୂର୍ଯ୍ୟବଂଶୀ ଆଇପିଏଲ୍‌ କ୍ୟାରିୟରରେ ମାତ୍ର ୧୨ଟି ମ୍ୟାଚ୍‌ ଖେଳିଛନ୍ତି । ଯେଉଁଥିରେ  ଗୋଟିଏ ଶତକ ଏବଂ ତିନୋଟି ଅର୍ଦ୍ଧଶତକ ସହିତ ୪୫୨ ରନ୍‌ ସଂଗ୍ରହ କରିଛନ୍ତି । ତାଙ୍କର ମୋଟ ଷ୍ଟ୍ରାଇକ୍ ରେଟ୍ ୨୨୮.୨୮ ରହିଛି।  ଯଦି ଏହା ହୁଏ ଏବଂ ତାଙ୍କୁ ଦଳରେ ଚୟନ କରାଯାଏ, ତେବେ ସେ ନିଶ୍ଚିତ ଭାବରେ ଟିମ୍ ଇଣ୍ଡିଆ ପାଇଁ ଇନିଂସ ଓପନ କରିବାର ସୁଯୋଗ ପାଇବେ। ଯଦି ବୈଭବଙ୍କୁ ୨୦୨୮ ଟି-୨୦ ବିଶ୍ୱକପ୍ ଯୋଜନାରେ ସାମିଲ କରାଯାଏ, ତେବେ ତାଙ୍କୁ କେଉଁ ବ୍ୟାଟିଂରେ ସ୍ଥାନ ଦିଆଯାଇଛି ତାହା ଦେଖିବା ଆକର୍ଷଣୀୟ ହେବ।

Also Read:- ହର୍ମୁଜ ବନ୍ଦ ରହିଲେ ବିକଳ୍ପ କଣ ? ବିଶେଷଜ୍ଞଙ୍କ ଚେତାବନୀ- ବିକଳ୍ପ ଆପଣାଇଲେ ଖାଲି ହୋଇଯିବ ରାଜକୋଷ, ପକେଟ୍‌ରେ ରହିବନି ଟଙ୍କା

କାହା ସ୍ଥାନ ନେବେ ବୈଭବ ?

ଏବେ ସବୁଠୁ ବଡ଼ ପ୍ରଶ୍ନ ହେଉଛି ।ବୈଭବ ଟିମ୍ ଇଣ୍ଡିଆରେ କାହାର ସ୍ଥାନ ନେଇପାରିବେ ? ୨୦୨୬ ଟି-୨୦ ବିଶ୍ୱକପ୍ ଟାଇଟଲ ଜିତିଥିବା ଭାରତୀୟ ଦଳର କଥା କହିବାକୁ ଗଲେ, ଅଭିଷେକ ଶର୍ମା, ସଞ୍ଜୁ ସାମସନ ଏବଂ ଇଶାନ କିଷାନ ଟପ୍ ଅର୍ଡରରେ ପ୍ରଶଂସନୀୟ ପ୍ରଦର୍ଶନ କରିଥିଲେ। ଏହି ତିନି ଜଣ ଭଲ ଫର୍ମରେ ଅଛନ୍ତି । ୨୦୨୮ ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ ଦଳରେ ବରିଷ୍ଠ ଖେଳାଳିଙ୍କ ଭୂମିକାରେ ଅଭିନୟ କରିପାରନ୍ତି। ଟି-୨୦ ଦଳରେ ଅଭିଷେକ, ସଞ୍ଜୁ ଏବଂ ଇଶାନଙ୍କ ସ୍ଥାନ ପ୍ରାୟ ସୁରକ୍ଷିତ ଥିବା ମନେ ହେଉଛି। ଆୟରଲ୍ୟାଣ୍ଡ ଗସ୍ତ ପାଇଁ ବିସିସିଆଇ  ଯୁବ ଦଳ ଚୟନ କରିବା ଆଲୋଚନା ହେଉଛି। ଏହି ଗସ୍ତରେ ଅନେକ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇପାରେ।