କଲମ୍ବୋ,|୦୬: ସୋମବାର ଭାରତ-ଏ ଏବଂ ଶ୍ରୀଲଙ୍କା-ଏ ମଧ୍ୟରେ ଖେଳାଯାଇଥିବା ତ୍ରିକୋଣୀୟ ସିରିଜରଚତୁର୍ଥ ମୁକାବିଲାରେ ଏକ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଥିଲା। ସୁପର ଓଭର ପର୍ଯ୍ୟନ୍ତ ଟାଣି ହୋଇଥିବା ଏହି ରୋମାଞ୍ଚକର ମ୍ୟାଚରେ ତିଲକ ବର୍ମାଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ଶ୍ରୀଲଙ୍କା ବିପକ୍ଷରେ ପରାଜୟର ସାମ୍ନା କରିଛି। କିନ୍ତୁ ଏହି ମ୍ୟାଚରେ ବିଜୟ-ପରାଜୟ ଅପେକ୍ଷା କ୍ରିକେଟ୍ ପ୍ରେମୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ପଡ଼ିଆ ମଝିରେ ହୋଇଥିବା ହାତାହାତି ଘଟଣା। ଭାରତୀୟ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ଏକାକୀ ସମଗ୍ର ଶ୍ରୀଲଙ୍କା ଦଳ ସହ ମୁହାଁମୁହିଁ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି। ତେବେ ଶ୍ରୀଲଙ୍କା ଖେଳାଳିଙ୍କ କଥା ଶୁଣି ରାଗି ଯାଇଥିଲେ ବୈଭବ । ତେବେ ଶ୍ରୀଲଙ୍କା ଖେଳାଳି ତାଙ୍କ କଣ କହିଥିଲେ ତାହା ଏବେ ସାମ୍ନାକୁ ଆସିଛି ।

ରିପୋର୍ଚ ଅନୁସାରେ, ଭାରତ ମ୍ୟାଚ୍ ହାରିବା ପରେ ବୈଭବ ପ୍ୟାଭିଲିୟନ ଆଡେ ଯାଉଥିଲେ । ଏହି ସମୟରେ ଶ୍ରୀଲଙ୍କା ଖେଳାଳି ଟିପ୍ପଣୀ କରିଥିଲେ । ଏହପରେ ବୈଭବ ମଧ୍ୟ ଜବାବ ଦେଇଥିଲେ । ଧୀରେ ଧୀରେ ଏହି ପାଟିତୁଣ୍ଡ ଉଗ୍ର ରୂପ ନେଇଥିଲା ଏବଂ ଦୁଇ ପକ୍ଷ ମଧ୍ୟରେ ଧକ୍କା ଏବଂ ହାତାହାତି ଆରମ୍ଭ ହୋଇଯାଇଥିଲା।

ଭିଡିଓରେ ଦେଖିବାକୁ ମିଳିଛି ଯେ ବୈଭବ ଏକାକୀ ବିପକ୍ଷ ଦଳ ସହ ଲଢ଼ୁଥିବା ବେଳେ ସୂର୍ଯ୍ୟାଂଶ ସେଡଗେ ମଧ୍ୟ ହାତରେ ବ୍ୟାଟ୍ ଟେକି ଶ୍ରୀଲଙ୍କା ଖେଳାଳିଙ୍କୁ ଚେତାବନୀ ଦେଉଛନ୍ତି। ତେବେ ପରିସ୍ଥିତି ଅଣାୟତ୍ତ ହେବା ପୂର୍ବରୁ ଶ୍ରୀଲଙ୍କାର କିଛି ସିନିୟର ଖେଳାଳି ମଝିରେ ପଶି ମାମଲାକୁ ଶାନ୍ତ କରିଥିଲେ।

କ'ଣ କହିଲେ ଶ୍ରୀଲଙ୍କା ଖେଳାଳି ?

କ୍ରିକବଜ୍ ରିପୋର୍ଟ ଅନୁସାରେ,ଶ୍ରୀଲଙ୍କା ଖେଳାଲି ଭିସେନ୍ ହାଲାମବାଗେ ପ୍ରଥମେ ବୈଭବଙ୍କୁ କିଛି କହିଥିଲେ । ଖେଳ ସରିଯାଇଛି । ଏବେ ଘରକୁ ଯାଅ ବୋଲି ଭିସେନ୍ କହିଥିଲେ । ଯାହା ଶୁଣିବା ପରେ ବୈଭବ ରାଗି ଯାଇଥିଲେ । ଏହାପରେ ହାତାହାତି ଯାଏଁ କଥା ଯାଇଥିଲେ ।

ମିଳିବ କି ଦଣ୍ଡ ?

ଆଇସିସିର ନିୟମ ଅନୁଯାୟୀ ମୈଦାନରେ କୌଣସି ଖେଳାଳିଙ୍କୁ ଶାରୀରିକ ଭାବେ ଧକ୍କା ମାରିବା ଏକ ବଡ଼ ଅପରାଧ। ଏଭଳି ପରିସ୍ଥିତିରେ ଖେଳାଳିଙ୍କ ଉପରେ ମ୍ୟାଚ୍ ଫି' କାଟିବା ସହ ବ୍ୟାନ୍ ମଧ୍ୟ ଲଗାଯାଇପାରେ। ଆଇସିସି ନିୟମାବଳୀର ୪ଟି ସ୍ତର ଅନୁସାରେ ଦଣ୍ଡ ମିଳିଥାଏ।

ଲେଭଲ୍ ୧: ଯଦି ଧକ୍କାମୁକ୍କା ସାଧାରଣ ଧରଣର ହୋଇଥାଏ, ତେବେ କେବଳ ଚେତାବନୀ ଦିଆଯାଏ, ମ୍ୟାଚ୍ ଫି' କଟାଯାଏ ଏବଂ ଏକ ଡିମେରିଟ୍ ପଏଣ୍ଟ ମିଳେ।

ଲେଭଲ୍ ୨: ଯଦି ଜଣେ ଖେଳାଳି ଜାଣିଶୁଣି ଅନ୍ୟକୁ ଧକ୍କା ମାରେ, ତେବେ ତାଙ୍କୁ ୨ ରୁ ୪ଟି ଡିମେରିଟ୍ ପଏଣ୍ଟ ଦିଆଯାଏ। ଏହାସହ ୧ ରୁ ୨ଟି ମ୍ୟାଚ୍ ପାଇଁ ବ୍ୟାନ୍ କରାଯାଏ।

ଲେଭଲ୍ ୩ ଏବଂ ୪: ଯଦି ଧକ୍କା ଯୋଗୁଁ ସାମ୍ନା ଖେଳାଳି ଆହତ ହୁଅନ୍ତି, ତେବେ ଏହାକୁ ହିଂସା ଶ୍ରେଣୀରେ ରଖାଯାଇ କିଛି ମାସ ବା ସମ୍ପୂର୍ଣ୍ଣ ସିଜନ୍ ପାଇଁ ବ୍ୟାନ୍ କରାଯାଏ।

ବୈଭବଙ୍କ କ୍ଷେତ୍ରରେ କେହି ଆହତ ହୋଇ ନ ଥିବାରୁ, ତାଙ୍କ ଉପରେ ଲେଭଲ୍ ୨ ଆଧାରରେ ୧ କିମ୍ବା ୨ଟି ମ୍ୟାଚର ବ୍ୟାନ୍ ଲାଗିବା ଆଶଙ୍କା ଅଧିକ ରହିଛି।