ରାୟଗଡ଼ା ୧୦।୦୯ : ଟ୍ରେନ୍ ଧକ୍କାରେ ଦନ୍ତା ମୃତ । ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ରେଞ୍ଜ ବୃନ୍ଦାବାଡି ଗାଁ ନିକଟରେ ଟ୍ରେନ୍ ଇଞ୍ଜିନ୍ ଧକ୍କାରେ ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟିଥିବା ଟ୍ରେନ୍‌ ଲାଇନରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି । 

ଖବର ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ଚାଟିକଣା–ଥେରୁବାଲି ଷ୍ଟେସନ୍ ମଧ୍ୟବର୍ତ୍ତୀ ବୃନ୍ଦାବାଡି ନିକଟରେ ରେଳଧାରଣା ପାର ହେଉଥିଲା । ଏହି ସମୟରେ ହାତୀଟି ଟ୍ରେନ୍ ଧକ୍କାର ଶିକାର ହୋଇଥିଲା। ଯାହାଫଳରେ ଘଟଣାସ୍ଥଳରେ ହିଁ ହାତୀଟିର ମୃତ୍ୟୁ ହୋଇଛି । ହାତୀ ମୃତ୍ୟୁ ସଂପର୍କରେ ଖବର ପାଇ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Also Read:-ସୃଷ୍ଟି ହେଲା ଲଘୁଚାପ ! ଓଡ଼ିଶାରେ ବଢ଼ିଲା ବର୍ଷା ଭୟ, ମୟୂରଭଞ୍ଜକୁ ରେଡ୍ ଓ୍ୱାର୍ଣ୍ଣିଂ

ସେପଟେ ବନ ବିଭାଗର ତଥ୍ୟ ଅନୁସାରେ, ମୃତ ହାତୀଟି ଗତ କିଛିଦିନ ଧରି କଲ୍ୟାଣସିଂହପୁର ରେଞ୍ଜ ଅଞ୍ଚଳରେ ଘୁରି ବୁଲୁଥିଲା। ବୁଧବାର ରାତିରେ ହଠାତ୍ ଏହା ମୁନିଗୁଡ଼ା ରେଞ୍ଜ ଅଞ୍ଚଳକୁ ଆସି ରେଳଲାଇନ୍ ପାର ହେଉଥିଲା । ଏହି ସମୟରେ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ତେବେ ଦୁର୍ଘଟଣା ସମୟରେ ଟ୍ରେନର ଗତି କେତେ ଥିଲା, ସେନେଇ ପ୍ରାଥମିକ ତଦନ୍ତ ଚାଲିଛି। ଏହାସହ ମୃତ ହାତୀଟି ସହିତ ଅନ୍ୟ କୌଣସି ହାତୀ ଥିଲେ କି ନାହିଁ, ସେନେଇ ମଧ୍ୟ ବନ ବିଭାଗ କର୍ମଚାରୀମାନେ ଅନୁସନ୍ଧାନ ଜାରି ରଖିଛନ୍ତି। ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ହାତୀର ବ୍ୟବଚ୍ଛେଦ କରାଯିବା ପରେ ନିୟମାନୁସାରେ ମୃତଦେହକୁ ପୋତି ଦିଆଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। 

Also Read:-Orangutan Odisha : କେମିତି ଓଡ଼ିଶା ଆସିଲେ ୫ ଓରାଙ୍ଗଉଟାନ୍ ? ସ୍ପେଶାଲ ଟାସ୍କ ଫୋର୍ସ ଖୋଜୁଛି ଅଡୁଆ ସୂତାର ଖିଅ