ଭୁବନେଶ୍ୱର:ପୁଣି ସକ୍ରିୟ ହେଲା ପାଣିପାଗ। ଉତ୍ତର ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଛିଲଘୁଚାପ କ୍ଷେତ୍ର। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଏହି ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବା ଆଶଙ୍କା ରହିଛି।

ପାଣିପାଗ ବିଭାଗର ସୂଚନା ଅନୁସାରେ, ଲଘୁଚାପ କ୍ଷେତ୍ରଟି ବାୟୁମଣ୍ଡଳର ପ୍ରାୟ୯.୪ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପି ରହିଛି।ଏହା ଦକ୍ଷିଣପଶ୍ଚିମ ଦିଗକୁ ଢଳି ରହିଥିବାରୁ ଏହାର ପ୍ରଭାବ ଓଡ଼ିଶାର ପାଣିପାଗ ଉପରେ ପଡ଼ିବା ଆଶଙ୍କା ରହିଛି। ବିଶେଷ କରିଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷାହୋଇପାରେ। ଏହା ସହ ରାଜ୍ୟର ଅନ୍ୟ କିଛି ଅଞ୍ଚଳରେ ମଧ୍ୟ ଭାରି ବର୍ଷାର ସମ୍ଭାବନା ରହିଛି।

also read- ACF ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା, ବିଦ୍ୟାଭାରତୀଙ୍କ ଆବେଦନ ହାଇକୋର୍ଟରେ ଖାରଜ

ଲଘୁଚାପକୁ ନଜରରେ ରଖି ପାଣିପାଗ ବିଭାଗ ପକ୍ଷରୁ ଜିଲ୍ଲାଗୁଡ଼ିକ ପାଇଁ ସତର୍କତା ଜାରି କରାଯାଇଛି।ମୟୂରଭଞ୍ଜ ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂଜାରି ହୋଇଥିବା ବେଳେକେନ୍ଦୁଝର, ଭଦ୍ରକ ଓ ବାଲେଶ୍ୱରକୁ ଅରେଞ୍ଜ ଓ୍ୱାର୍ଣ୍ଣିଂଦିଆଯାଇଛି। ଲଘୁଚାପ ପ୍ରଭାବରେ କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ସହ ତଳିଆ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଏବଂ ଯାତାୟାତରେ ସମସ୍ୟା ଦେଖାଦେଇପାରେ। ତେଣୁ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି।

ଲଘୁଚାପର ଗତିପଥ ଓ ଏହାର ପ୍ରଭାବ ଉପରେ ପାଣିପାଗ ବିଭାଗର ନଜର ରହିଛି। ଆଗାମୀ ସମୟରେ ଲଘୁଚାପର ତୀବ୍ରତା ଓ ଗତିପଥ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲା ପାଇଁ ମଧ୍ୟ ସତର୍କତାରେ ପରିବର୍ତ୍ତନ ଆସିପାରେ।