ନୂଆଦିଲ୍ଲୀ, ୧/୧୧ : ଆମେରିକା ୟୁକ୍ରେନକୁ ୫୦୦ ପ୍ୟାଟ୍ରିଅଟ୍ ମିସାଇଲ୍ ବିକ୍ରି କରିବ। ଦେଶର ବିଦେଶ ବିଭାଗ ଶୁକ୍ରବାର ଏଥିଲାଗି ୧୯ ହଜାର କୋଟିର ବୁଝାମଣାକୁ ମଞ୍ଜୁରି ଦେଇଛି। ତେବେ ଏ ବାବଦ ସମସ୍ତ ଖର୍ଚ୍ଚ କାନାଡା ଏବଂ ୟୁରୋପୀୟ ଦେଶ ବହନ କରିବେ । ଏହି ବୁଝାମଣା ଅନୁସାରେ ୟୁକ୍ରେନକୁ ପ୍ୟାଟ୍ରିଅଟର ସବୁଠୁ ଆଧୁନିକ ଭର୍ସନ ପିଏସି-୩ ଏସଏସଇ ମିସାଇଲ ମିଳିବ। ଏହା ଆକାଶମାର୍ଗରେ ହିଁ ଶତ୍ରୁପକ୍ଷର ବାଲିଷ୍ଟିକ୍ ମିସାଇଲକୁ ଧ୍ବଂସ କରିପାରିବ।

Also Read :- Japan Earthquake: ଜାପାନରେ ପୁଣି ଶକ୍ତିଶାଳୀ ଭୂକମ୍ପ ଝଟକା, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୬.୦ ରେକର୍ଡ, ନାହିଁ କ୍ଷୟକ୍ଷତିର ସୂଚନା

ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ଆମେରିକାର ଏହି ନିଷ୍ପଭିକୁ ସ୍ବାଗତ କରିଛନ୍ତି। । ଏଥିସହ ସେ ମିସାଇଲ୍ ଯୋଗାଣରେ ଅନେକ ବର୍ଷ ଲାଗିଯିବ ବୋଲି ମଧ୍ୟ ପ୍ରକାଶ କରିଛନ୍ତି । ଜେଲେନସ୍କି ଲେଖିଛନ୍ତି, ରୁଷ୍ ଶୀତଦିନ ପୂର୍ବରୁ ୟୁକ୍ରେନର ବିଜୁଳି ଭିଭିଭୂମିକୁ ଗର୍ଗେଟ କରୁଛି। ବିଗତ ୨ ସପ୍ତାହ ମଧ୍ୟରେ ଦେଶର ବିଜୁଳି ନେଟଓ୍ୱର୍କର ଗୁରୁତ୍ବପୂର୍ଣ୍ଣ ଅଂଶ ଉପରେ ରୁଷ୍ ୩୦ରୁ ଅଧିକ ଆକ୍ରମଣ କରିଛି। ତେଣୁ ଆକାଶମାର୍ଗରୁ ରୁଷ୍ ପକ୍ଷରୁ ହେଉଥିବା ଆକ୍ରମଣକୁ ରୋକିବାକୁ ୟୁକ୍ରେନ୍ ପାଇଁ ଏହି ମିସାଇଲ୍ ଅତି ଜରୁରି ହୋଇପଡ଼ିଛି। ଏଭଳିସ୍ଥଳରେ ଆମେରିକା ଏବଂ ୟୁରୋପୀୟ ସହଯୋଗୀମାନଙ୍କୁ ସେମାନଙ୍କ ନିକଟରେ ଷ୍ଟକ୍ ଥିବା ପ୍ୟାଟ୍ରିଅଟ୍ ମିସାଇଲ୍ ଭଣ୍ଡାରରୁ ୟୁକ୍ରେନ୍କୁ ତୁରନ୍ତ ସହାୟତା ଦେବାକୁ ସେ ଅନୁରୋଧ କରିଛନ୍ତି। ପରବର୍ତ୍ତୀ ବର୍ଷମାନଙ୍କରେ ୟୁକ୍ରେନ୍ ଦ୍ଵାରା କିଣାଯାଉଥିବା ୫୦୦ ମିସାଇଲରୁ ନିଜର ଷ୍ଟକ୍ ଭରଣା କରିବାକୁ ସେ କହିଛନ୍ତି।

ସୂଚନାଥାଉକି, ଏହା ପୂର୍ବରୁ ଜେଲେନସ୍କି ଚଳିତମାସରେ ତାଙ୍କ ଦେଶ ନିକଟରେ ରୁଷ ମୁକାବିଲା କରିବା ପାଇଁ ଜରୁରି ମିସାଇଲ୍ ପ୍ରାୟ ଶେଷ ହୋଇଯାଇଥିବା ନେଇ କହିଥିଲେ। ଏଥିସହ ସେ ପେଣ୍ଟାଗନ୍ ଉପରେ ମିସାଇଲର ଯୋଗାଣରେ ବିଳମ୍ବ କରୁଥିବାର ଅଭିଯୋଗ ଲଗାଇଥିଲେ ।