ୱାଶିଂଟନ୍ / ତେହେରାନ: ପଶ୍ଚିମ ଏସିଆରେ ଆମେରିକା ଏବଂ ଇରାନ ମଧ୍ୟରେ ଲାଗିରହିଥିବା ଯୁଦ୍ଧ ଏବେ ଏକ ଭୟଙ୍କର ମୋଡ଼ ନେବାକୁ ଯାଉଛି। ୨୦୦୩ ମସିହା ପରେ ଆମେରିକା ପ୍ରଥମ ଥର ପାଇଁ ଏହି ଅଞ୍ଚଳରେ ନିଜର ସବୁଠାରୁ ବଡ଼ ସାମରିକ ପ୍ରସ୍ତୁତି ଆରମ୍ଭ କରିଛି। ବର୍ତ୍ତମାନ ପଶ୍ଚିମ ଏସିଆରେ ଆମେରିକୀୟ ସୈନ୍ୟଙ୍କ ସଂଖ୍ୟା ୫୭,୦୦୦ ପାର୍ କରିଥିବା ବେଳେ ଆଗକୁ ଏକ ବଡ଼ ଧରଣର ଗ୍ରାଉଣ୍ଡ୍ ଆକ୍ରମଣ ହେବାର ସ୍ପଷ୍ଟ ସଙ୍କେତ ମିଳିଛି।

Also Read: Married Navy Staffer : ବିବାହିତ ନୌସେନା ଅଫିସରଙ୍କ ଜଘନ୍ୟ କାଣ୍ଡ, ଧରା ପଡିବା ଭୟରେ...

କାହିଁକି ଏତେ ବଡ଼ ଧରଣର ସୈନ୍ୟ ମୁତୟନ?

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଇରାନ ଉପରେ ସିଧାସଳଖ ଗ୍ରାଉଣ୍ଡ୍ ଆକ୍ରମଣ କରିବାକୁ ବିଚାର କରୁଛନ୍ତି। ପ୍ରତିରକ୍ଷା ବିଶେଷଜ୍ଞଙ୍କ ମତରେ ଏହା ପଛରେ କିଛି ଗୁରୁତ୍ୱପୂର୍ଣ୍ଣ କାରଣ ରହିଛି:

  • ଖାର୍ଗ୍ ଦ୍ୱୀପ ଓ ତୈଳ ଭଣ୍ଡାର: ଇରାନର ପ୍ରମୁଖ ଖାର୍ଗ୍ ଦ୍ୱୀପ (Kharg Island) ଏବଂ ଏହାର ତୈଳ ଭଣ୍ଡାରକୁ ନିଜ ଦଖଲକୁ ନେବା।
  • ନିଖୋଜ ୟୁରାନିୟମ୍ ଖୋଜା: ଜୁନ୍ ୨୦୨୫ ରେ ଫୋର୍ଡୋ (Fordow) ପରମାଣୁ କେନ୍ଦ୍ର ଉପରେ ବୋମାମାଡ଼ ପରେ ସେଠାରୁ ପ୍ରାୟ ୪୦୦ କିଲୋଗ୍ରାମ୍ ୟୁରାନିୟମ୍ 'ନିଖୋଜ' ଥିବା ଆମେରିକା ସନ୍ଦେହ କରୁଛି, ଯାହାକି ପରମାଣୁ ବୋମା ତିଆରି ପାଇଁ ଯଥେଷ୍ଟ।
  • ହରମୁଜ୍ ଜଳପଥ ଖୋଲିବା: ହରମୁଜ୍ ଜଳପଥରୁ (Strait of Hormuz) ଇରାନର କବ୍ଜା ହଟାଇ ବିଶ୍ୱସ୍ତରୀୟ ତୈଳ ଏବଂ ଗ୍ୟାସ୍ ପରିବହନ ସ୍ୱାଭାବିକ କରିବା।
  • କ୍ଷମତା ପରିବର୍ତ୍ତନ: ୱାଶିଂଟନ୍ ଏବଂ ଟେଲ୍ ଆଭିଭ୍ର ମୁଖ୍ୟ ଲକ୍ଷ୍ୟ ହେଉଛି ଇରାନରେ କ୍ଷମତା ପରିବର୍ତ୍ତନ (Regime change) କରିବା, ଯାହାକି ବିନା ସ୍ଥଳସେନାରେ ସମ୍ଭବ ନୁହେଁ।

Also Read: Donation For Iran: ସହଯୋଗ ଲାଗି ଆଗେଇ ଆସିଲେ କାରଗିଲ ବାସିନ୍ଦା, ବାଦ୍ ପଡିଲାନି କୁକୁଡା​​​​​​​​​​​​

କେଉଁଠି ଅଛନ୍ତି କେତେ ସୈନ୍ୟ ଏବଂ ଯୁଦ୍ଧପୋତ?

ଜାନୁଆରୀ ୨୦୨୬ ରୁ ଆରମ୍ଭ ହୋଇଥିବା ଏହି ସାମରିକ ବିଲ୍ଡ-ଅପ୍ ବର୍ତ୍ତମାନ ଚରମ ସୀମାରେ ପହଞ୍ଚିଛି:

ନୂଆ ଫୋର୍ସ ମୁତୟନ: ଗତ ସପ୍ତାହରେ ପ୍ରାୟ ୫,୦୦୦ ସୈନ୍ୟ (ଯେଉଁଥିରେ ୨,୫୦୦ ମେରାଇନ୍ ସାମିଲ ଅଛନ୍ତି) ପଶ୍ଚିମ ଏସିଆରେ ପହଞ୍ଚିଛନ୍ତି। ଆହୁରି ୧୦,୦୦୦ ଗ୍ରାଉଣ୍ଡ୍ ସୈନ୍ୟ ପଠାଇବାକୁ ପେଣ୍ଟାଗନ୍ ପ୍ରସ୍ତୁତି କରୁଛି।

USS ତ୍ରିପୋଲି (USS Tripoli): ବିଶ୍ୱର ସବୁଠୁ ଘାତକ ରେସ୍ପନ୍ସ ଫୋର୍ସ ARG ର ଅଂଶବିଶେଷ 'ୟୁଏସଏସ୍ ତ୍ରିପୋଲି' ଏବେ ୩୫୦୦ ରୁ ଅଧିକ ସୈନ୍ୟ ଓ ମେରାଇନ୍ଙ୍କୁ ଧରି ଉପସାଗରୀୟ ଅଞ୍ଚଳରେ ପହଞ୍ଚିସାରିଛି।

ପାରାଟ୍ରୁପର୍ସ ପ୍ରସ୍ତୁତ: ୮୨ତମ ଏୟାରବର୍ଣ୍ଣ ଡିଭିଜନ୍ର ୨,୦୦୦ ପାରାଟ୍ରୁପର୍ସଙ୍କୁ ଇରାନର ଖାର୍ଗ୍ ଦ୍ୱୀପ ନିକଟସ୍ଥ ଅଜ୍ଞାତ ସ୍ଥାନରେ ମୁତୟନ କରାଯାଇଛି।

 USS ବକ୍ସର୍ (USS Boxer): F-35B ଷ୍ଟିଲ୍ଥ ଫାଇଟର୍ ଜେଟ୍ ଏବଂ ୨୫୦୦ ମେରାଇନ୍ଙ୍କ ସହ ଏହି ଯୁଦ୍ଧପୋତ ଏବେ ଇରାନ ଅଭିମୁଖେ ଯାତ୍ରା କରୁଛି।

Also Read: Indian Student Germany Job Struggle: ଜର୍ମାନୀରେ ୫୮ ଲକ୍ଷ ଟଙ୍କା ଖର୍ଚ୍ଚ କରି ବି ମିଳିଲାନି ଚାକିରି: ଭାରତୀୟ ଛାତ୍ରୀଙ୍କ ଭାଇରାଲ୍ ପୋଷ୍ଟ

ଆମେରିକାର ସ୍ଥାୟୀ ସାମରିକ ଘାଟିରେ ସୈନ୍ୟ ବଳ

ପୂର୍ବରୁ ଆମେରିକାର ପ୍ରାୟ ୪୦,୦୦୦ ସୈନ୍ୟ ବିଭିନ୍ନ ପଶ୍ଚିମ ଏସୀୟ ଦେଶରେ ମୁତୟନ ଅଛନ୍ତି। କତାରର ଅଲ୍-ଉଦେଇଦ୍ ଘାଟିରେ ୧୧,୦୦୦ ସୈନ୍ୟ ଅଛନ୍ତି ଯେଉଁଠାରୁ B-52 ବମ୍ବର୍ ବିମାନ ଅପରେଟ୍ ହେଉଛି। ସେହିପରି ବାହାରିନ୍ରେ ୭,୦୦୦ ସୈନ୍ୟ (୫ମ ଫ୍ଲିଟ୍) ଏବଂ କୁଏତ୍ର କ୍ୟାମ୍ପ୍ ଆରିଫଜାନ୍ରେ ପ୍ରାୟ ୧୪,୦୦୦ ସୈନ୍ୟ ଛାଉଣି ପକାଇଛନ୍ତି।

Also Read: Ideal Age Gap For Marriage: ସ୍ୱାମୀ-ସ୍ତ୍ରୀଙ୍କ ବୟସରେ କେତେ ଫରକ୍ ରହିଲେ ବୈବାହିକ ଜୀବନ ସୁଖମୟ ହୁଏ? ଜାଣନ୍ତୁ ସଠିକ୍ ବ୍ୟବଧାନ

ଯୁଦ୍ଧପୋତ 'ଫୋର୍ଡ' ବିବାଦ ଓ ବଢ଼ୁଥିବା ଆଶଙ୍କା

ଆମେରିକାର ସବୁଠାରୁ ଅତ୍ୟାଧୁନିକ ୧୩ ବିଲିୟନ ଡଲାରର ଯୁଦ୍ଧପୋତ 'ୟୁଏସଏସ୍ ଜେରାଲ୍ଡ ଆର୍ ଫୋର୍ଡ' (USS Gerald R Ford) କ୍ଷତିଗ୍ରସ୍ତ ହୋଇ ଯୁଦ୍ଧରୁ ବାହାରି ଯାଇଛି। ନୌସେନା ଏଥିରେ କେବଳ ନିଆଁ ଲାଗିଥିବା କହୁଥିବା ବେଳେ ରାଷ୍ଟ୍ରପତି ଟ୍ରମ୍ପ ଦାବି କରିଛନ୍ତି ଯେ ଇରାନ ଏହା ଉପରେ ୧୭ ଥର ଆକ୍ରମଣ କରିଥିଲା। ଏହାର କ୍ଷତିପୂରଣ ପାଇଁ ବର୍ତ୍ତମାନ ତୃତୀୟ କ୍ୟାରିୟର 'ଜର୍ଜ ଏଚ୍.ଡବ୍ଲ୍ୟୁ. ବୁଶ୍' (George HW Bush) କୁ ପଠାଯାଉଛି।

ଅନ୍ୟପକ୍ଷରେ, ଇରାନ ଚେତାବନୀ ଦେଇଛି ଯେ ଯଦି ଗ୍ରାଉଣ୍ଡ୍ ଆକ୍ରମଣ ହୁଏ, ତେବେ ସେମାନେ ପାରସ୍ୟ ଉପସାଗରରେ (Persian Gulf) ବ୍ୟାପକ ଡ୍ରୋନ୍ ଆକ୍ରମଣ ଏବଂ ଲ୍ୟାଣ୍ଡମାଇନ୍ ବିଛାଇ ଆମେରିକାର ବ୍ୟାପକ କ୍ଷୟକ୍ଷତି ଘଟାଇବେ। ଆମେରିକାର ଏହି ବଡ଼ ସାମରିକ ବିଲ୍ଡ-ଅପ୍ ଏବେ ଆଫଗାନିସ୍ତାନ ଏବଂ ଇରାକ୍ ଯୁଦ୍ଧର ଦୁଃସ୍ୱପ୍ନକୁ ପୁଣି ଥରେ ତାଜା କରିଦେଇଛି।