ମୁମ୍ବାଇ,|୦୬:ବନ୍ଦ ହୋଇଛି ଯୁଦ୍ଧ । ଶାନ୍ତି ଚୁକ୍ତିରେ ସହମତି ପ୍ରକାଶ କରିଛନ୍ତି ଆମେରିକା ଏବଂ ଇରାନ । ଯାହାର ସକରାତ୍ମକ ପ୍ରଭାବ ଭାରତ ସମେତ ସାରା ବିଶ୍ୱରେ ପଡିଛି । ଭାରତୀୟ ବଜାରରେ ଏଥିପାଇଁ ଉତ୍ସାହ ଦେଖିବାକୁ ମିଳିଛି । ସେନସେକ୍ସ ଏବଂ ନିଫ୍ଟିଂ ବଢିଥିବା ବେଳେ ଅଶୋଦ୍ଧିତ ତୈଳ ଦର କମିଛି ।

ସେୟାର ବଜାରରେ ଉତ୍ସାହ

ମଙ୍ଗଳବାର ସେୟାର ବଜାର ଖୋଲିବା ମାତ୍ରେ ଏଥିରେ ଉତ୍ସାହ ଦେଖିବାକୁ ମିଳିଥିଲା । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ୩୦ ସେୟାର ବିଶିଷ୍ଟ ସେନସେକ୍ସ ୭୬୫୦୦ ଅଙ୍କ ଅତିକ୍ରମ କରିଥିବା ବେଳେ ଏନଏସଇ ନିଫ୍ଟି ୨୪ ହଜାର ଅଙ୍କ ଅତିକ୍ରମ କରିଛି ।

Also Read :-ଶ୍ରୀଲଙ୍କା ଖେଳାଳି ବୈଭବଙ୍କୁ କହିଥିଲେ ଏମିତି କଥା, ଯାହା ଶୁଣି ରାଗିଗଲେ ୧୫ ବର୍ଷୀୟ ବ୍ୟାଟର

ସୋମବାର ସେନସେକ୍ସ ୭୬,୨୬୪ ଅଙ୍କରେ ବନ୍ଦ ହୋଇଥିଲା ।ମଙ୍ଗଳବାର ଏହା ୭୬୫୮୬ରେ ଖୋଲିଛି । ସେହିପରି ନିଫ୍ଟିଂ ୨୩୮୫୩ ଅଙ୍କରେ ସୋମବାର ବନ୍ଦ ହୋଇଥିବା ବେଳେ ମଙ୍ଗଳବାର ୨୩୯୪୪ରେ ଖୋଲିଥିଲା ।

କମିଲା ତେଲ ରେଟ୍

ଯୁଦ୍ଧ ବନ୍ଦ ହେବା କାରଣରୁ ଅଶୋଦ୍ଧିତ ତୈଳ ଦର ଅହେତୁକ ହ୍ରାସ ପାଇଛି । ବ୍ୟାରେଲ୍ ପିଛା ଏହା ୮୦ ଡଲାରରେ ଏବେ ଟ୍ରେଣ୍ଡ୍ କରୁଛି । ସେହିପରି ମର୍ବାନ୍ କ୍ରୁଡ୍ ଅଏଲ୍ ବ୍ୟାରେଲ ପିଛା ୭୭ ଡଲାର ହୋଇଯାଇଛି ।

ଟଙ୍କା ମଜବୁତ

ଅଶୋଦ୍ଧିତ ତୈଳ ଦର ଖସିବା ପରେ ଭାରତୀୟ ମୁଦ୍ରା ଡଲାର ତୁଳନାରେ ଶକ୍ତିଶାଳୀ ହେବାରେ ଲାଗିଛି । ଏବେ ଏକ ଡଲାର ତୁଳନାରେ ଭାରତୀୟ ଟଙ୍କା ୮ ପଇସା ବୃଦ୍ଧି ପାଇ ୯୪.୬୩ ଟଙ୍କା ହୋଇଛି । ଯାହା ସୋମବାର ୯୪.୭୧ ସ୍ତରରେ ବନ୍ଦ ହୋଇଥିଲା ।