ତେହେରାନ,୨୯|୦୬:ଶାନ୍ତି ଚୁକ୍ତି ପରେ ପୁଣି ଥରେ ଅଶାନ୍ତ ହୋଇ ଉଠିଥିଲା ଷ୍ଟ୍ରେଟ୍ ଅଫ୍ ହର୍ମୋଜ୍ । ଆମେରିକା ଏବଂ ଇରାନ ମୁହାଁମୁହିଁ ହୋଇଥିଲେ । ପରସ୍ପର ଉପରେ ମିସାଇଲ ଏବଂ ଡ୍ରୋନ୍ ଆଟାକ୍ କରିଥିଲେ । ଫଳରେ ଆଉ ଥରେ ଭୟଙ୍କର ଯୁଦ୍ଧ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଥିଲା । କିନ୍ତୁ ଏବେ ଉଭୟ ପରସ୍ପର ଉପରେ ଆଟାକ୍ କରିବେନି ବୋଲି ସହମତି ପ୍ରକାଶ କରିଛନ୍ତି ।

ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଉଭୟ ଦେଶର ପ୍ରତିନିଧି ମଙ୍ଗଳବାର କତାରରେ ଆଲୋଚନା କରିବେ । ଏଠାରେ ଉଚ୍ଚସ୍ତରୀୟ ବୈଠକ ବସିବ । କିପରି ଶାନ୍ତି ଫେରିବ ସେନେଇ ବୈଠକରେ ଆଲୋଚନା କରାଯିବ । ହର୍ମୋଜରେ ଇରାନ ବିଭିନ୍ନ କାର୍ଗୋ ସିପକୁ ଟାର୍ଗେଟ୍ କରିବା ପରେ ଆମେରିକା ଜବାବ ଦେଇଥିଲା । ଏହାପରେ ତେହେରାନ ମଧ୍ୟ ବିଭିନ୍ନ ଦେଶରେ ଥିବା ୟୁଏସ୍ ବେସ୍ ଉପରେ ଆକ୍ରମଣ କରିଥିଲା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଇରାନକୁ ଧ୍ୱଂସ କରିବା ନେଇ ଚେତାବନୀ ଦେଇଥିଲେ । ଯାହା ଉତ୍ତେଜନାକୁ ପ୍ରଶ୍ରୟ ଦେଇଥିଲା ।

Also Read :-ହର୍ମୁଜ ପ୍ରଣାଳୀ ପ୍ରବନ୍ଧନରେ ହସ୍ତକ୍ଷେପ ନ କରିବାକୁ ଚେତାବନୀ ଦେଲା ଇରାନ

ଆକ୍ସିଓସ୍ ରିପୋର୍ଟ ଅନୁସାରେ, ଉଭୟ ପକ୍ଷ ମଧ୍ୟରେ କଥାବାର୍ତ୍ତା ଜାରି ରହିଥିବା ଯାଏଁ ସମସ୍ତ ସାମରିକ କାର୍ଯ୍ଯାନୁଷ୍ଠାନ ଉପରେ ଅସ୍ଥାୟୀ ଭାବେ ରୋକ୍ ଲାଗିଛି । କତାରରେ ହେବାକୁ ଥିବା ଆଲୋଚନାରେ ହର୍ମୋଜ୍ ପ୍ରସଙ୍ଗ ସ୍ଥାନ ପାଇବ । ଯାହା ଉଭୟ ଦେଶର ପରସ୍ପର ପ୍ରତି ବିଶ୍ୱାସକୁ ବୃଦ୍ଧି କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ।

ଇରାନର ବଡ଼ ସର୍ତ୍ତ

ହର୍ମୋଜ୍ ଷ୍ଟ୍ରେଟ୍ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ପ୍ରସ୍ତାବ ଲାଗୁ କରିବା ଦିଗରେ ଏକ ବଡ ବାଧା ଭାବେ ଠିଆ ହୋଇଛି । ଇରାନ ଏହି ଅଞ୍ଚଳ ଦେଇ ଯାଉଥିବା ଜାହାଜର ସୁରକ୍ଷା ନେଇ କଥା ଦେଇଥିଲା । ଏହା ବଦଳରେ ଆମେରିକା ଇରାନ ନିକଟବର୍ତ୍ତୀ ଅଞ୍ଚଳରୁ ନିଜର ସୈନ୍ୟ ପ୍ରତ୍ୟାହାର କରିବ ବୋଲି କହିଥିଲା ।