ଭୁବନେଶ୍ୱର ୦୨।୧୧ :  ଶ୍ରୀମନ୍ଦିରରେ ଆଜି ୩ ଘଣ୍ଟା ପାଇଁ ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ। ଦ୍ୱିତୀୟ ଭୋଗମଣ୍ଡପ ନୀତି ପରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଦିବା ପହୁଡ଼ ନୀତି। ଏଥିପାଇଁ ଅପରାହ୍ନ ୪ଟାରୁ ସନ୍ଧ୍ୟା ୭ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ। ମହାକାର୍ତ୍ତିକ ମାସରେ ନୀତି ବହୁଳତା ଓ ଭକ୍ତଙ୍କ ଭିଡ଼ ଯୋଗୁଁ ନିୟମିତ ଦିବା ପହୁଡ଼ ନୀତି ହୋଇପାରୁନାହିଁ। ତେବେ ଆଜି ପାଗ ଅନୁକୂଳ ନଥିବା ସହ ଭକ୍ତଙ୍କ ଭିଡ଼ କମ୍ ଥିବାରୁ ଏହି ନୀତି ଅନୁଷ୍ଠିତ ହେବ।

ତିନି ଘଣ୍ଟା ପାଇଁ ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ। ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ଦିବା ପହୁଡ଼ ନୀତି। ଦ୍ୱିତୀୟ ଭୋଗମଣ୍ଡପ ନୀତି ସମ୍ପନ୍ନ ହେବା ପରେ ଅପରାହ୍ନ ୪ଟାରୁ ସନ୍ଧ୍ୟା ୭ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ। ମହାକାର୍ତ୍ତିକ ମାସରେ ଦୈନିକ ଦିବା ପହୁଡ଼ ନୀତି ଅନ୍ୟତମ। ହେଲେ ଏହି ମାସରେ ଶ୍ରୀମନ୍ଦିରକୁ ଭକ୍ତଙ୍କ ଆଗମନ ଅଧିକ ରହୁଥିବା ବେଳେ ନୀତି ବହୁଳତା ଯୋଗୁଁ ପ୍ରତିଦିନ ଏହି ନୀତି କରିବା ସମ୍ଭବ ହୋଇପାରୁନାହିଁ। ତେବେ ଆଜି ପାଗ ଅନୁକୂଳ ନଥିବା ସହ ଭକ୍ତଙ୍କ ଭିଡ଼ କମ୍ ରହିଥିବାରୁ ଦିବା ପହୁଡ଼ ନୀତି ଅନୁଷ୍ଠିତ ହେବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Also Read:-