ନୂଆଦିଲ୍ଲୀ, ୨୬/୦୮ : ମାଡ଼ି ଆସୁଛି ବଡ଼ ବାତ୍ୟା । ଖିନଭୀନ କରିଦେବ ସବୁ କିଛି । ପ୍ରଭାବରେ ପ୍ରବଳ ବର୍ଷିବ । ପବନରେ ଭାଙ୍ଗିଯିବ ସବୁ କିଛି । ଓଡିଶାରେ ଲଘୁଚାପ ଏବଂ ଘୂର୍ଣ୍ଣିବଳୟ ମଧ୍ୟରେ ବାତ୍ୟା ଭୟ ଘାରିଲାଣି । ଯାହାକୁ ନେଇ ଭୟର ମାହୋଲ । ଗୋଟିଏ ପଟେ ବିଭିନ୍ନ ଦେଶରେ ବର୍ଷା ଛାଡୁନି । ବନ୍ୟା ପାଇଁ ଲୋକେ ହନ୍ତସନ୍ତ ହେଲେଣି । ଏହାରି ଭିତରେ ବାତ୍ୟାକୁ ନେଇ ସମସ୍ତଙ୍କ ମନରେ ଛନକା ପଶିଛି ।

Also Read :- କଲେଜରେ ଲାଗୁ ହେବ ବାୟୋମେଟ୍ରିକ୍ ଉପସ୍ଥାନ ବ୍ୟବସ୍ଥା, ଏହି ୧୦ଟି କଲେଜରୁ ହେବ ଆରମ୍ଭ

ରିପୋର୍ଟ ଅନୁସାରେ, ଟାଇଫୁନ୍ ସାଉଦେଲ୍ ସ୍ଥଳଭାଗ ଆଡକୁ ମାଡ଼ି ଆସୁଛି । ବୁଧବାର ରାତିରେ ଏହା ଜାପାନର ଓକିନାଓ୍ୱା ଏବଂ ଅମାମି ପ୍ରାନ୍ତରେ ତାଣ୍ଡବ ରଚିପାରେ । ଯାହାକୁ ନେଇ ଜାପାନବାସୀ ଭୟରେ ରହିଛନ୍ତି । ଜାପାନର ପାଣିପାଗ ବିଭାଗ କହିଛି ଯେ, ବାତ୍ୟା ସାଉଦେଲ ପଶ୍ଚିମକୁ ଗତି କରୁଛି । ଏହା ଓକିନାଓ୍ୱାରେ ଲ୍ୟାଣ୍ଡଫଲ୍ କରିପାରେ ।ଯାହା ଫଳରେ ଘଣ୍ଟାପ୍ରତି ପବନର ବେଗ ୧୪୪ କିମି ରହିବ । ଅମାମି ପ୍ରାନ୍ତରେ ଏତେ ଜୋରରେ ପବନ ବହିବ । କିନ୍ତୁ ଓକିନାଓ୍ୱା ପ୍ରାନ୍ତରେ ପବନର ବେଗ ସାମାନ୍ୟ କମ୍ ଅର୍ଥାତ ଘଣ୍ଟା ପ୍ରତି ୧୨୬ କିମି ରହିବ ।

ଟାଇଫୁନ୍ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିଛି । ଅମାମି ନିକଟସ୍ଥ ସମୁଦ୍ରରେ ୧୧ ମିଟର ଉଚ୍ଚର ଜୁଆର ଉଠୁଛି । ଆହୁରି ମଧ୍ୟ ଉଚ୍ଚ ଜୁଆର ନେଇ ସତର୍କତା ଜାରି କରାଯାଇଛି ।ଅନ୍ୟ ଦିଗରେ ବାତ୍ୟା ପାଇଁ ଚାଇନାକୁ ମଧ୍ୟ ବିପଦ ରହିଛି । ବର୍ତ୍ତମାନର ମ୍ୟାପ୍ ଏବଂ ମଡେଲ ଅନୁସାରେ, ସାଉଦେଲ ଚାଇନାର ଓ୍ୱେନଝୋଉ ପ୍ରାନ୍ତରେ ମଧ୍. ତାଣ୍ଡବ ରଚିବ । ଏହା ଜାପାନର କିଛି ଦ୍ୱୀପରେ ପ୍ରଳୟ ରଚିବା ପରେ ଚାଇନା ଆଡକୁ ମୁହାଁଉଛି । ଶୁକ୍ରବାର ଏହା ଚାଇନା ଛୁଇଁପାରେ । କିୱନ୍ତୁ ସେତେବେଳକୁ ଏହାର ତୀବ୍ରତା କମିଯିବ । ପବନର ବେଗ ଘଣ୍ଟା ପ୍ରତି ୮୫ କିମିକୁ ଖସି ଆସିବ ।

ଉତ୍ତର ପ୍ରଶାନ୍ତ ମହାସାଗରରେ ଡବଲ ବାତ୍ୟା

ଅନ୍ୟ ଦିଗରେ ଉତ୍ତର ପ୍ରଶାନ୍ତ ମହାସାଗରରେ ଆହୁରି ଦୁଇଟି ବାତ୍ୟା ସକ୍ରିୟ ରହିଛି । ବାତ୍ୟା ଇସେଲି ଏବଂ ଲାଲା ସମୁଦ୍ରରେ ବଳ ଗୋଟାଉଛନ୍ତି । ବାତ୍ୟା ଇସେଲି ମେକ୍ସିକୋ ଉପକୂଳ ନିକଟଟରେ ଥିବା ବେଳେ ଲାଲା ଖୁବ୍ ଦୂରରେ ରହିଛି । ସବୁଠାରୁ ବଡ କଥା ହେଉଛି ଯେ ବାତ୍ୟା ଲାଲା ଏବେ ନିଜର ମୋଡ଼ ବଦଳାଇ ଉତ୍ତର ଦିଗକୁ ଗତି କରିବ । ତେବେ ଏହା ସମୁଦ୍ରରେ ହିଁ ନିଜର ବଳ ଦେଖାଇବ । କୌଣସି ଆଖପାଖରେ ଥିବା ସ୍ଥଳଭୂମିରେ ଲ୍ୟାଣ୍ଡଫଲ୍ କରିବ ନାହିଁ । ସେହିପରି ଇସେଲି ମଧ୍ୟ ମେକ୍ସିକୋ ଉପକୂଳରେ ଥିଲେ ବି ପଶ୍ଚିମ ଦିଗକୁ ଗତି କରୁଛି । ଏହା ମଧ୍ୟ ସମୁଦ୍ରରେ ଆକ୍ଟିଭ୍ ରହି କୌଣସି ସ୍ଥଳଭାଗ ଛୁଇଁବାର ସମ୍ଭାବନା ନାହିଁ । ଫଳରେ କୌଣସି ଦେଶ ପକ୍ଷରୁ ଦୁଇ ବାତ୍ୟାକୁ ନେଇ ସତର୍କତା ଜାରି କରାଯାଇ ନାହିଁ ।