ଚଣ୍ଡିଖୋଲ ୨୮।୮: ଡ୍ୟାମ୍‌ରେ ଫସି ରହିଛନ୍ତି ଦୁଇଟି ଦନ୍ତା ହାତୀ । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ସମିଆଁ ପଞ୍ଚାୟତ ଗବପାଳ ମାଇନର ଇରିଗେସନ ପ୍ରୋଜେକ୍ଟରେ ହାତୀ ଦୁଇଟି ଫସି ରହିଛନ୍ତି ।

ଢେଙ୍କାନାଳରୁ ଦୁଇଟି ଦନ୍ତା ହାତୀ କଳକଳା ଅଭିମୁଖେ ଆସୁଥିବା ବେଳେ ଡ୍ୟାମ୍ରେ ପାଣି ଥିବାରୁ ଦନ୍ତା ହାତୀ ଦୁଇଟି ଫସି ରହିଛନ୍ତି । ସକାଳୁ ହାତୀ ଦୁଇଟି ପାଣିରେ ଫସିଥିବା ଜଣାପଡିଛି । ଘଟଣାସ୍ଥଳରେ ବନ ବିଭାଗ ଟିମ୍ ପହଞ୍ଚି ହାତୀକୁ ପାଣିରୁ ଘଉଡ଼ାଇବା ପାଇଁ ଉଦ୍ୟମ ଚଳାଇଛି ।

Also Read:- ଆଉ ଚଳିବନି ମାଫିଆ ରାଜ୍, ଏଣିକି ସିଧା ଏନକାଉଣ୍ଟର.. STF-EOW ଆଇଜି ଭାବେ ଯୋଗଦେଲେ ହିମାଂଶୁ ଲାଲ

ବଇରୀ ଡାଳିଯୋଡ଼ା ରେଞ୍ଜ ର ରେଞ୍ଜର, ଅନ୍ୟ ଅଧିକାରୀ ଓ ଅଗ୍ନିଶମ ଟିମ୍ ବୋଟ୍ ସାହାଯ୍ୟରେ ପାଣିରେ ପଶି ହାତୀ ଘଉଡ଼ାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଡ୍ରୋନ୍ ସାହାଯ୍ୟରେ ହାତୀର ଗତିବିଧି ଉପରେ ନଜର ରଖାଯାଇଛି ।

ବିଭିନ୍ନ ସମୟରେ ହାତୀ ଢେଙ୍କାନାଳ ପଟୁ ଚାଲି ଆସିଥାନ୍ତି । ହେଲେ ଡ୍ୟାମ୍‌ରେ ପାଣି ଥିବାରୁ ହାତୀ ଦୁଇଟି ଫସି ରହିଥିବା ଦେଖିବାକୁ ମିଳିଛି ।

Watch Video: