ନୂଆଦିଲ୍ଲୀ: ବଲିଉଡ୍ ନିର୍ଦ୍ଦେଶକ ନିତେଶ ତିଓ୍ବାରୀଙ୍କ ବହୁ ପ୍ରତୀକ୍ଷିତ ପୁରାଣ ଆଧାରିତ ଚଳଚ୍ଚିତ୍ର 'ରାମାୟଣ'କୁ ନେଇ ଦର୍ଶକଙ୍କ ମଧ୍ୟରେ ଖୁବ୍ ଉତ୍ସାହ। କେବଳ ଯେ, ଭାରତରେ ଫିଲ୍ମର କ୍ରେଜ୍ ରହିଛି ତାହା ନୁହେଁ, ବିଦେଶୀ ଦର୍ଶକଙ୍କର ମଧ୍ୟ ବେଶ୍ ଉତ୍ସାହ ରହିଛି ଚଳଚ୍ଚିତ୍ରକୁ ନେଇ । ରହିବା ବି ସ୍ବାଭାବିକ, କାରଣ ଅନେକ ପ୍ରତିଷ୍ଠିତ ବ୍ୟକ୍ତି ଏବଂ ସଂସ୍ଥାଙ୍କର ଅବଦାନ ରହିଛି ଫିଲ୍ମରେ । ଆଉ ଏହାରି ମଧ୍ୟରେ ‘ରାମାୟଣ’କୁ ନେଇ ପାକିସ୍ତାନରୁ ଆସିଛି ଭଲ ଖବର । ପାକିସ୍ତାନରେ ମଧ୍ୟ ଏହି ଫିଲ୍ମକୁ ନେଇ କ୍ରେଜ୍ କ୍ରମଶଃ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ, ପାକିସ୍ତାନର କରାଚୀ ସହରରେ ରହୁଥିବା ହିନ୍ଦୁ ସମ୍ପ୍ରଦାୟର ଲୋକମାନେ ନୀତିକାନ୍ତି ଏବଂ ଉତ୍ସାହର ସହ ଏହି ଚଳଚ୍ଚିତ୍ରର ପୋଷ୍ଟରକୁ ଏକ ପ୍ରମୁଖ ମନ୍ଦିରରେ ଲଗାଇଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ରିପୋର୍ଟ ଅନୁଯାୟୀ, ଏହି ପୋଷ୍ଟରରେ ଫିଲ୍ମର ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଷ୍ଟାରମାନଙ୍କର ଝଲକ ଦେଖିବାକୁ ମିଳିଛି ।

Also Read: ଭାରତର ସବୁଠାରୁ ଧନୀ ଅଭିନେତ୍ରୀ ଜୁହୀ ଚାୱଲା ,ରହିଛି ୪,୬୦୦ କୋଟି ଟଙ୍କାରୁ ଅଧିକ ବ୍ୟବସାୟିକ ସାମ୍ରାଜ୍ୟ

ଆଉ ପାକିସ୍ତାନର ହିନ୍ଦୁ ସମାଜ ମଧ୍ୟରେ ଏପରି ଉତ୍ସାହ ଦେଖିଲେ ଜଣାପଡ଼ୁଛି ଯେ, ଭାରତୀୟ ପୁରାଣ ଓ ସଂସ୍କୃତିର ପ୍ରଭାବ ସୀମା ବାହାରେ ମଧ୍ୟ ବେଶ୍ ଗଭୀର । ସେଠାକାର ଶ୍ରଦ୍ଧାଳୁମାନେ ଏହି ସିନେମାକୁ ପରଦାରେ ଦେଖିବା ପାଇଁ ଅତ୍ୟନ୍ତ ଉତ୍ସୁକ ।

ସୂଚନାଥାଉକି, ବହୁ ପ୍ରତୀକ୍ଷିତ ‘ରାମାୟଣ’ ଚଳଚ୍ଚିତ୍ରରେ ବଲିଉଡ ଅଭିନେତା ରଣବୀର କପୁର ଭଗବାନ ରାମଙ୍କ ଭୂମିକାରେ ନଜର ଆସିବେ । ସେହିଭଳି ସାଉଥ ଅଭିନେତ୍ରୀ ସାଇ ପଲ୍ଲବୀ ମା' ସୀତାଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି । ଅନ୍ୟପଟେ ୟଶଙ୍କୁ ଫିଲ୍ମରେ 'ରାବଣ' ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ ।