ଭୁବନେଶ୍ୱର ୦୯।୦୫: ଭୁବନେଶ୍ବର ବାଲିଅନ୍ତାରେ GRP କନେଷ୍ଟବଲ ସୈାମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟି ପିଟି ହତ୍ୟା ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ ଡିଜି ୱାଇ. ବି. ଖୁରାନିଆ କହିଛନ୍ତି । ପୂର୍ବରୁ ୫ଜଣଙ୍କୁ ଗିରଫ କରାଯାଇଥିବା ବେଳେ ପୁଣି ଆଉ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଘଟଣାସ୍ଥଳର ଆଖପାଖ ଗାଁ ଗୁଡିକୁ ଗିରଫଦାରି ଭୟ ଘାରିଛି।

ବେଣୁପୁର ଗାଁରେ ପୀଡିତାଙ୍କ ଘର । ସେ ଫୋନ୍ କରିବା ଯୋଗୁ ତାଙ୍କ ସମ୍ପର୍କୀୟଙ୍କ ସମେତ ଅନେକ ଗ୍ରାମବାସୀ ଘଟଣାସ୍ଥଳକୁ ମାଡି ଆସିଥିଲେ । ଅଭିଯୁକ୍ତଙ୍କୁ ଗିରଫ ବେଳେ ପୋଲିସ ପ୍ରବଳ ଉତ୍ତେଜନାର ସାମ୍ନା କରିଥିଲା । ଏପଟେ ଗାଁର ଅନେକ ଘରୁ ପୁରୁଷମାନେ କେଉଁଆଡେ ଉଭାନ ହୋଇଯାଇଛନ୍ତି। ଘଟଣାସ୍ଥଳର ଅତି ନିକଟରେ ତିବା ବାଲି କାନ୍ତିଆ ଗାଁର ଅଧିକାଂଶ ଘରେ ପୁରୁଷ ଲୋକଙ୍କ ଦେଖା ମିଳୁନି। ସୌମ୍ୟରଞ୍ଜନଙ୍କ ସହ ଯାହା ଘଟିଲା ତାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକ । ରାସ୍ତା ମଝିରେ ଅସଦାଚରଣ କରିବା ଅଭିଯୋଗକୁ ପରିବାର ଲୋକ ମିଛ ବୋଲି କହିଛନ୍ତି । ରାଜ୍ୟ ବାହାରେ ଦୁଇ ପୀଡିତା ଯୁବତୀଙ୍କର ପଲିଗ୍ରାଫ୍ ଟେଷ୍ଟ କରିବାକୁ ଦାବି କରିଛନ୍ତି । ଗତକାଲି କ୍ରାଇମ୍ ସ୍ପଟ୍ ରେ ପୋଲିସ DG ଓ ମହିଳା କମିଶନ ଅଧ୍ୟକ୍ଷା ପହଞ୍ଚି ଅନୁଧ୍ୟାନ କରିଥିଲେ।

Also Read:-ଥାନାରୁ ବାହାରିବା ପରେ ମୃତ ସୌମ୍ୟଙ୍କ ସାଙ୍ଗ ଦେଲେ ଚାଞ୍ଚଲ୍ୟକର ବୟାନ: ଧରାପଡ଼ିଗଲା ସତ, ଅସଲ ଖେଳର ଏମାନେ ମାଷ୍ଟରମାଇଣ୍ଡ

ସେପଟେ ସୌମ୍ୟଙ୍କ ମୃତଦେହ ତାଙ୍କ ଗାଁରେ ପହଞ୍ଚିବା ପରେ ସେଠାରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା । ସ୍ଥାନୀୟ ଲୋକେ ପୋଲିସକୁ ଦାୟୀ କରି ରାସ୍ତା ଅବରୋଧ କରିଥିଲେ। ନ୍ୟାୟ ଦାବି କରିଥିଲେ। ଏହି ଘଟଣାରେ ୫ ଜଣକୁ ଗିରଫ କରାଯାଇଛି । ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ କମିଶନରେଟ ପୋଲିସ ବିଭିନ୍ନି ସ୍ଥାନରେ ଛାପା ମାରିଛି।