ବ୍ରହ୍ମପୁର ୧୬।୭: ବ୍ରହ୍ମପୁର ନିକଟ ରଣ୍ଢା ଜାତୀୟ ରାଜପଥରେ ଭୟଙ୍କର ଦୁର୍ଘଟଣା । ରାସ୍ତା ପାର ହେବା ବେଳେ ଧକ୍କା ଦେଲା ଟ୍ରକ୍ । ଟ୍ରକ୍ ଧକ୍କାରେ କାର୍‌ରେ ଥିବା ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଦୁଇ ଜଣ ସ୍ୱାମୀ-ସ୍ତ୍ରୀ ବୋଲି ଜଣାପଡିଛି । ମୃତକ ଦୁଇ ଜଣ ରଣ୍ଢା ହରିଜନ ସାହିର ସ୍ୱାମୀ ହରିଶ୍ଚନ୍ଦ୍ର ଦାସ ଏବଂ ସ୍ତ୍ରୀ ପରି ଦାସ ବୋଲି ଜଣାପଡିଛି । କ୍ଷତିପୂରଣ ଓ ଓଭରବ୍ରିଜ୍ ନିର୍ମାଣ ଦାବିରେ ଅଞ୍ଚଳବାସୀଙ୍କ ପକ୍ଷରୁ ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଉଭୟ ରାସ୍ତାରେ ଟାୟାର ଜାଳି ଅଞ୍ଚଳବାସୀ ରାସ୍ତା ଅବରୋଧ କରିଛନ୍ତି ।

Also Read:- ବୁଲା କୁକୁରଙ୍କ ଭୟରେ ଛୁ ମାରିଲେ ଚୋର ! CCTVରେ କଏଦ ଚୋରି ବେଳର ଦୃଶ୍ୟ

ଗୋଳନ୍ଥରା ଥାନା ଅଧିନସ୍ଥ ରଣ୍ଢା ଦଳିତ ସାହିର ହରିଶ୍ଚନ୍ଦ୍ର ଦାସ ଓ ସ୍ତ୍ରୀ ପରି ଦାସ ବୁଧବାର ସକାଳେ ପ୍ରାୟ ସାଢେ ୧୧ଟା ସମୟରେ ଜାତୀୟ ରାଜପଥ ପାର ହୋଇ ଡାକ୍ତରଖାନାକୁ ଯାଉଥିଲେ । ସେହି ସମୟରେ ଦମ୍ପତିଙ୍କୁ ପ୍ରଥମେ କାର୍ ଓ ପରେ ଟ୍ରକ୍ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହରିଶ୍ଚନ୍ଦ୍ର ଓ ପରିଙ୍କର ଅତ୍ୟଧିକ ରକ୍ତସ୍ରାବ ହୋଇଥିଲା । ଯାହା ଫଳରେ ଉଭୟର ମୃତ୍ୟୁ ଘଟିଥିଲା ।

ଘଟଣା ସ୍ଥଳରେ ଗୋଳନ୍ଥରା ପୋଲିସ ଓ ଅନ୍ୟ ପୋଲିସ ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି ।