କେନ୍ଦ୍ରାପଡ଼ା ୧୧।୦୬ : ମହଙ୍ଗା ପଡ଼ିଲା ଆଇନକୁ ହାତକୁ ନେବା । ଚୋରାମଦ ବିକ୍ରି ଅଭିଯୋଗ କରିଥିବା ଯୁବକଙ୍କୁ ଥାର୍ଡ ଡିଗ୍ରୀ ଦେବା ଘଟଣାରେ ଆକ୍ସନ । କେନ୍ଦ୍ରାପଡ଼ା ଜିଲ୍ଲାର ଦୁଇ ଅବକାରୀ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି । ନିଲମ୍ବିତ ଅଧିକାରୀ ଦୁଇ ଜଣ ହେଲେ ଅବକାରୀ SI ଛାୟାକାନ୍ତ ନାୟକ, ASI ପ୍ରଦୀପ ମଲ୍ଲିକ l ଉଭୟଙ୍କୁ ଅବକାରୀ କମିଶନର ନିଲମ୍ବନ କରିଥିବା ଜଣାପଡିଛି। ଏନେଇ ଅବକାରୀ DSP ବିପ୍ର ମଣ୍ଡଳଙ୍କ ସୂଚନା ଦେଇଛନ୍ତି ।

ଖବର ଅନୁଯାୟୀ, ମେ ୨୮ ତାରିଖରେ ରାଜନଗର ବାରଦିଆରେ ବିନୋଦ କୁମାର ଦାସ ନାମକ ଜଣେ ଯୁବକ ସ୍ଥାନୀୟ ଅଞ୍ଚଳରେ ଚୋରା ମାଦ ବିକ୍ରି ହେଉଥିବାର ଅଭିଯୋଗ କରିଥିଲେ। ଏହି ଘଟଣାରେ ଚଢାଉ ବେଳେ ବିନୋଦ ଉପସ୍ଥିତ ରହି ଫଟୋ ଉଠିବାରୁ ତାଙ୍କୁ ଅଧିକାରୀ ମାଡ ମାରିଥିବା ଅଭିଯୋଗ ହୋଇଥିଲା। ପରେ ଏହି ଘଟଣାରେ ଦୁଇ ଅଧତ୍କାରୀଙ୍କ ବଦଳି ହୋଇଥିଲା। ହେଲେ ପରିବାରଙ୍କ ଅଭିଯୋଗ ଏବଂ ତଦନ୍ତ ପରେ ଆକ୍ସନ ନେଇଛି ଅବକାରୀ ବିଭାଗ । ଦୁଇ ଅବକାରୀ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି । ନିଲମ୍ବିତ ଅଧିକାରୀ ଦୁଇ ଜଣ ହେଲେ ଅବକାରୀ SI ଛାୟାକାନ୍ତ ନାୟକ, ASI ପ୍ରଦୀପ ମଲ୍ଲିକ l ଉଭୟଙ୍କୁ ଅବକାରୀ କମିଶନର ନିଲମ୍ବନ କରିଥିବା ଜଣାପଡିଛି। ଏନେଇ ଅବକାରୀ DSP ବିପ୍ର ମଣ୍ଡଳଙ୍କ ସୂଚନା ଦେଇଛନ୍ତି ।

Also Read:-Train Accident : ରାଜଧାନୀରେ ବଡ଼ ଅଘଟଣ, ଦୁଇ ଟ୍ରେନ୍ ମୁହାଁମୁହିଁ ଧକ୍କା