ଭୋଗରାଇ, ୧୪।୧୧ :ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ୧୦ ଅସ୍ଥାୟୀ ଦୋକାନ ଘର। ଏପରି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାର ଭୋଗରାଇ ଅଞ୍ଚଳରେ ।

Also Read :- ଆସୁଛି 'ଅକଭାନ୍' : ଗୋପାଳପୁର-ବିଶାଖାପଟ୍ଟନମ ମଧ୍ୟରେ ଲ୍ୟାଣ୍ଡଫଲ୍ ! ଚିନ୍ତାରେ ଚାଷୀ

ରିପୋର୍ଟ ଅନୁସାରେ, ଭୋଗରାଇ ଅଞ୍ଚଳରେ କାଳିପୂଜା ମେଳା ଚାଲିଥିଲା । ଏତିକି ବେଳେ ସର୍ଟସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ରାତ୍ରିରେ ପ୍ରଥମେ ଅଚାନକ ଗୋଟିଏ ଦୋକାନରେ ନିଆଁ ଲାଗିଥିଲା । କିଛି ସମୟ ମଧ୍ୟରେ ଏହା ଅନ୍ୟ ଦୋକାନକୁ ବ୍ୟାପି ଯାଇଥିଲା । ଏଥିରେ ୧୦ରୁ ଅଧିକ ଅସ୍ଥାୟୀ ଦୋକାନ ପୋଡ଼ି ପାଉଁଶ ହୋଇଯାଇଛି। ଲକ୍ଷାଧିକ ଟଙ୍କାର ସାମଗ୍ରୀ ମଧ୍ୟ ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି ।