ସମ୍ବଲପୁର ୪।୧: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଫ୍ଲାଏ ଆସ୍ ବୋଝେଇ ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା କାର୍ । ଦୁର୍ଘଟଣା ଫଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସମ୍ବଲପୁର ଧନୁପାଲି ଥାନା ନକ୍ସାପାଲି ଠାରେ ଏଭଳି ଦୁର୍ଘଟଣା ଘଟଛି ।

ସୂଚନାଯୋଗ୍ୟ ଯେ, ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ନକ୍ସାପାଲି ଛକଠାରେ ଏକ ଟ୍ରକ୍‌ରେ ଆସ୍ ଲୋଡ୍ ହୋଇ ରହିଥିଲା । ଏହି ସମୟରେ ଦ୍ରୁତଗତିରେ ଆସି ଟ୍ରକ୍‌କୁ ପଛପଟୁ କାର୍‌ଟି ଧକ୍କା ଦେଇଥିଲା । ଦୁର୍ଘଟଣା ଫଳରେ କାର୍ ଭିତରେ ବସିଥିବା ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିଲେ । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି  ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।