ଝାରସୁଗୁଡା ୨୦।୫: ପରକୀୟା ପ୍ରୀତି ସନ୍ଦେହରେ ଗଡ଼ିଲା ମୁଣ୍ଡ । ମା’ ସହ ପରକୀୟା ପ୍ରୀତି ସନ୍ଦେହରେ ହତ୍ୟାକାଣ୍ଡ । ଝାରସୁଗୁଡା ଜିଲ୍ଲା ସଦର ଥାନା ଅନ୍ତର୍ଗତ ସରବାହାଲ ନୂଆଁପଡାରେ ଗଡ଼ିଲା ମୁଣ୍ଡ l ପିଟି ପିଟି ହତ୍ୟା କଲେ l ମୃତ ଯୁବକ ଜଣକ ନୂଆଁପଡାର ସୁନ୍ଦର ରୋହିଦାସ l

ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହିତେଶ ରୋହିଦାସ ବଡ଼ ଭାଇ ଲିଙ୍ଗରାଜ ରୋହିଦାସ ଏବଂ ଜଣେ ନାବାଳକକୁ ପୋଲିସ ଅଟକ କରି ପଚରା ଉଚରା କରୁଛି l ଝାରସୁଗୁଡା ଏସପିଙ୍କ ସହ ସଦର ଥାନା ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ତଦନ୍ତ କରିଛନ୍ତି l

Also Read:- ପୋଲିସକୁ ନାକେଦମ୍‌ କରୁଥିଲେ 'Motu Patlu Gang', ଏବେ ହାବୁଡ଼ରେ ମୁଖ୍ୟ କାର୍ପଟଦାର ଓ ସହଯୋଗୀ

ମୁଖ୍ୟ ଅଭିଯୁକ୍ତ ହିତେଶର ମା’ ସହ ସୁନ୍ଦରର ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ହିତେଶ ତା ବଡ଼ ଭାଇ ଲିଙ୍ଗରାଜ ଏବଂ ଜଣେ ନାବାଳକଙ୍କ ସହଯୋଗରେ ଏହି ହତ୍ୟାକାଣ୍ଡ ଘଟାଇଥିବା ଝାରସୁଗୁଡା ଏସ୍‌ପି ସୂଚନା ଦେଇଛନ୍ତି l