କଟକ ୧୯।୭: RTO ଚାଲାଣ ସେଟଲମେଣ୍ଟ ନାଁରେ ୨୦ ଲକ୍ଷ ୭୦ ହଜାର ଟଙ୍କା ସାଇବର ଠକେଇ ମାମଲାରେ ୨ ଅଭିଯୁକ୍ତ ଗିରଫ । ଅଭିଯୁକ୍ତଙ୍କ ଭିତରୁ ଜଣେ ଆଇନଜୀବୀ ଏବଂ ଅନ୍ୟ ଜଣେ ବି-ଟେକ୍ ଇଞ୍ଜିନିୟର । ଅଭିଯୁକ୍ତ ମାନେ ହେଉଛନ୍ତି ଭଦ୍ରକର ଆଇନଜୀବୀ ରାଜା ଦାସ, ଅନ୍ୟ ଜଣେ ହେଲେ ରାଜତ କୁମାର ଲେଙ୍କା ।

Also Read:- ଗିରଫ ପରେ ଖୋଲୁଛି ଶଶଧରର ଗୁମର, ବିଶ୍ବାସରେ ବିଷ ଦେଇ ଲୁଟି ନେଇଛି ୧୦ କୋଟିରୁ ଅଧିକ

ଅଭିଯୁକ୍ତ ମାନଙ୍କ ପାଖରୁ ୬୧ଟି ନକଲି ଚାଲାଣ , ମୋବାଇଲ ଫୋନ୍, ଲାପଟପ୍, ୧୧ଟି ATM କାର୍ଡ ଜବତ କରାଯାଇଛି । ଅଭିଯୁକ୍ତ ମାନେ ଅଲ୍ ଇଣ୍ଡିଆ RTO ଚାଲାଣ ନାଁରେ ଏକ ୱେବ୍ ସାଇଟ ମାଧ୍ୟମରେ ଲୋକଙ୍କୁ ବୋକା ବନେଇ ସାଇବର ଠକେଇ କରୁଥିଲେ । କଟକ ସାଇବର ଥାନାରେ ଅଭିଯୋଗ ପରେ ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ।