ନୂଆଦିଲ୍ଲୀ: ଦମଦାର ମାଇଲେଜ୍, ବଢ଼ିଆ ଲୁକ୍ ଏବଂ ସୁଲଭ ମୂଲ୍ୟ... ମଧ୍ୟବିତ୍ତ ଶ୍ରେଣୀର ଗ୍ରାହକଟିଏ ବାଇକ କିଣିବା ପୂର୍ବରୁ ଏସବୁ କଥା ଉପରେ ବେଶ୍ ଧ୍ୟାନ ଦେଇଥାଏ। ଆଉ ଗ୍ରାହକଙ୍କୁ ଏହି ଆବଶ୍ୟକତାକୁ ପୂରଣ କରିପାରିଛି TVS Star City Plus । TVSର ଏହି ବାଇକ୍, ଗ୍ରାହକଙ୍କ ପାଇଁ କମ୍ ବଜେଟରେ ଏକ ଭଲ ଏବଂ ଭରସାଯୋଗ୍ୟ ବାଇକ ହୋଇଥିବା ବେଳେ, ଏହା ବର୍ତ୍ତମାନ ଭାରତର ସବୁଠୁ ସୁଲଭ ଡିସ୍କ ବ୍ରେକ୍ ଥିବା ବାଇକ୍ ମଧ୍ୟରେ ସ୍ଥାନ ପାଇଛି। ଖାଲି ସେତିକି ନୁହେଁ ବାଇକ୍ ଯୁବ ବର୍ଗଙ୍କ ପାଇଁ ମଧ୍ୟ ବେଶ୍‌ ପସନ୍ଦଯୋଗ୍ୟ ହୋଇପାରିଛି।  

ଟିଭିଏସ ଷ୍ଟାର ସିଟି ପ୍ଲସର ବାଇକ ଇଞ୍ଜିନ କଥା କହିଲେ, ଏଥିରେ ୧୦୯. ୭ ସିସିର ଏୟାର କୁଲ୍ଡ ଇଞ୍ଜିନ ରହିଛି। ଯାହା ଭଲ ପାଓ୍ବାର ଜେନେରେଟ୍ କରିଥାଏ। ଏହି ବାଇକ୍ ସିଟି ରାଇଡ ବା ସହରାଞ୍ଚଳରେ ଭଲ ଫରଫରମାନ୍ସ ଦେଇପାରିବ। ୪ ସ୍ପିଡ ଗିୟର ସହ ବାଇକର ଟପ୍ ସ୍ପିଡ୍ ରହିଛି ୯୦ Kmph। ଏହି ବାଇକ୍ ନ୍ଦୈନନ୍ଦିନ ବ୍ୟବହାର ପାଇଁ ଖୁବ୍ ଭଲ ହେବ।

ସେହିଭଳି ବାଇକ୍ର ସବୁଠୁ ୟୁନିକ୍ ଫିଚର ହେଉଛି ଏହାର ମାଇଲେଜ। କମ୍ପାନି ବାଇକରେ ୮୩ kmplର ମାଇଲେଜ ମିଳିବା ନେଇ କହିଥିବାବେଳେ, ସହରାଞ୍ଚଳରେ ବାଇକ୍ ପ୍ରତି ଲିଟରରେ ୭୦ରୁ ୭୫ କିଲୋମିଟରର ମାଇଲେଜ ଦେଇଥାଏ। ଏଥିରେ ୧୦ ଲିଟରର ଫୁଏଲ ଟ୍ୟାଙ୍କ ରହିଛି। ଫୁଲ୍ ଟ୍ୟାଙ୍କ କଲେ ୮୦୦ କିଲୋମିଟର ପର୍ଯ୍ୟନ୍ତ ମାଇଲେଜ ମିଳିବ। ଏହି ଫିଚର ହିଁ ବାଇକ୍କୁ ସବୁଠାରୁ ଅନନ୍ୟ କରୁଛି।

ଅନ୍ୟାନ୍ୟ ମୁଖ୍ୟ ଫିଚର୍ସ କଥା କହିଲେ, ଟିଭିଏସ ଷ୍ଟାର ସିଟି ପ୍ଲସର ଟପ୍ ମଡେଲରେ ସିଙ୍କରୋନାଇଜ୍ଡ ବ୍ରେକିଂ ସିଷ୍ଟମ ସହ ଫ୍ରଣ୍ଟ୍ ଡିସ୍କ ବ୍ରେକ୍ ରହିଛି। ଏହାଦ୍ବାରା ସେଫ୍ଟି ସହ ଉତ୍ତମ କଣ୍ଟ୍ରୋଲ ଯୋଗାଇଥାଏ। ଆହୁରି ମଧ୍ୟ LED ହେଡଲାଇଟ, ଡିଜିଟାଲ ଏବଂ ଆନାଲାଗ ମିଟର, ଆରାମଦାୟକ ସିଟ୍ ବାଇକ୍କୁ ଡେଲି ୟୁଜ ପାଇଁ ଭଲ।

ସାଧାରଣ ଲୋକଙ୍କ ବଜେଟକୁ ସୁହାଇଲା ଭଳି ଦାମ୍ ରଖିଛି କମ୍ପାନି। ବାଇକ୍ର ଏକ୍ସ ଶୋ- ରୁମ୍ ପ୍ରାଇସ ପ୍ରାୟ ୭୫ ହଜାର ଟଙ୍କାର ଆରମ୍ଭ ହେଉଛି। ପ୍ରତିଦିନ ଅଫିସ୍ ହେଉଁ କି’ ବଜାର କାମ ଏହି ବାଇକ୍ ମଧ୍ୟବିତ୍ତଙ୍କ ପାଇଁ ଖୁବ୍ ଭଲ ବିକଳ୍ପ ହେବ।