ଡେରାଡୁନ,୨୯ /୦୩:ଉତ୍ତରାଖଣ୍ଡ ବିଜେପିରେ କିଛି ଠିକ୍ ଚାଲିନି । ଦଳ ଏବେ ସଙ୍କଟ ଦେଇ ଗତି କରୁଛି । ଅନେକ ଟପ୍ ନେତା ଦଳ ଛାଡିବାକୁ ଗୋଡ କାଢିଲେଣି । ସେମାନେ ବିରୋଧି ଭାରତୀୟ ଜାଚୀୟ କଂଗ୍ରେସରେ ଯୋଗ ଦେବେ ବୋଲି ସୂଚନା ମିଳିଛି ।

ରିପୋର୍ଟ ଅନୁସାରେସ ବିଜେପିର ଅନେକ ବରିଷ୍ଠ ନେତା ଦଳ ଛାଡିବାକୁ ଚାହୁଁଛନ୍ତି । ଏମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ରାଜକୁମାର ଠାକୁର, ଭୀମଲାଲ ଆର୍ଯ୍ୟ, ନାରାୟଣ ପାଲଙ୍କ ଭଳି ହେଭିଓ୍ୱେଟ୍ ରହିଛନ୍ତି । ଯାହା ଦଳକୁ ଝଟକା ଦେବ ବୋଲି କୁହାଯାଉଛି । ଅନ୍ୟମାନଙ୍କ ମଧ୍ୟରେ ବିଜେପି ନେତା ଲଖନ ନେଗି, ଗୌରଭ ଗୋୟଲ, ଅନୁଜ ଗୁପ୍ତା ବିଜେପିକୁ ବାଏ ବାଏ କରିବା ଏକପ୍ରକାର ନିଶ୍ଚିତ ।

ଏକସଙ୍ଗେ ଏତେ ଜଣ ନେତା ଦଳ ଛାଡିବା ଦଳ ପାଇଁ ସହଜ କଥା ନୁହେଁ । ସ୍ଥାନୀୟ ବିଜେପିର ଦଳୀୟ କନ୍ଦଳ ଏବେ ଗୁରୁତର ହେବାରେ ଲାଗିଲାଣି । ତେଣୁ ଅନେକ ନେତାଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଛି । ସେଥିପାଇଁ ସେମାନେ କଂଗ୍ରେସରେ ସାହାରା ଖୋଜୁଛନ୍ତି । କଂଗ୍ରେସ ମଧ୍ୟ ଏମାନଙ୍କୁ ନେଇ ସଙ୍ଗଠନକୁ ସୁଦୃଢ କରିବାକୁ ଲକ୍ଷ୍ୟ ରଖିଛି ।

ଉତ୍ତରାଖଣ୍ଡରେ ଏବେ ବିଜେପି ଶାସନ ଚାଲିଛି । ଏଠାକାର ମୁଖ୍ୟମନ୍ତ୍ରୀ ହେଉଛନ୍ତି ପୁଷ୍କର ସିଂ ଧାମି ।୨୦୨୨ ବିଧାନସଭା ନିର୍ବାଚନରେ ଏଠାରେ ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରିଥିଲା । ଦଳ ୭୦ଟି ଆସନରୁ ୪୭ଟି ହାତେଇବାରେ ସକ୍ଷମ ହୋଇଥିଲା । ଅନ୍ୟ ଦିଗରେ କଂଗ୍ରେସ ମାତ୍ର ୧୯ଟି ସିଟ୍ ଜିତିଥିଲା । ସେହିପରି ବିଏସପି ଏବଂ ଅନ୍ୟମାନେ ଦୁଇଟି ଆସନକୁ କବଜା କରିଥିଲେ ।