ନୂଆଦିଲ୍ଲୀ, ୧୬/୧୦ : ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ଜଣେ ଭଲ ମଣିଷ ନୁହେଁ । କେମିତି ଡିଲ୍ କରାଯାଏ ତାହା ସେ ଜାଣି ନାହାଁନ୍ତି । ଡିଲ୍ କରିବାରେ ସେ ବିଫଳ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ।

Also Read :- Naveen Patnaik Birthday: ୨୪ ବର୍ଷର ଶାସନ କ୍ଷମତାରୁ ବିରୋଧୀ ଦଳ ନେତା.. ଜନ୍ମଦିନରେ ଛୁଟିଲା ଶୁଭେଚ୍ଛାର ସୁଅ

ଟ୍ରମ୍ପ୍ କହିଛନ୍ତି ଯେ, ୟୁକ୍ରେନ୍ ଏବଂ ଋଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ରୋକିବାରେ ଜେଲେନସ୍କି ବଡ଼ ପଦକ୍ଷେପ ନେଉ ନାହାଁନ୍ତି । ଟ୍ରମ୍ପ୍ ନିଜେ ମଧ୍ୟ ଆଉ ୟୁକ୍ରେନକୁ କିଛି ସାହାଯ୍ୟ କରିପାରିବେ ନାହିଁ । ଜେଲେନସ୍କି ଗୋଟିଏ ଦିଗରେ ଯୁଦ୍ଧ ଥମାଇବାକୁ କହୁଥିବା ବେଳେ ଅନ୍ୟ ଦିଗରେ ଚୁପ୍ ରହୁଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପଙ୍କୁ ଋଷ୍ ୟୁକ୍ରେନ ଯୁଦ୍ଧରେ ଜେଲେନସ୍କିଙ୍କ ଭୂମିକା ବାବଦରେ ପ୍ରଶ୍ନ କରାଯାଇଥିଲା । ଏହାର ଉତ୍ତରରେ ସେ କହିଛନ୍ତି ଯେ, ୨୦୧୪ରେ କ୍ରିମିଆକୁ ଋଷ କବଜା କରିଥିଲା । ଏହାକୁ ବାରାକ ଓବାମା ବା ଜୋ ବାଇଡେନ୍ ରୋକିନଥିଲେ । ସେବେଠୁ ୟୁକ୍ରେନ ଓ ଋଷ ମଧ୍ୟରେ ଅଧିକ ତିକ୍ତତା ବଢିଥିଲା । ୟୁକ୍ରେନ ଏବେ ଋଷିଆର ଅନେକ ଗୁରୁତ୍ୱପୂର୍ଣ୍ଣ ତୈଳ ଭଣ୍ଡାରକୁ ଟାର୍ଗେଟ୍ କରୁଛି । ଏହା ଠିକ୍ ନୁହେଁ । ଏହାଦ୍ୱାରା ବିଶ୍ୱରେ ତୈଳ ରେଟ୍ ବଢୁଛି । କିଭ୍ ଏପରି ଆକ୍ରମଣ ବନ୍ଦ ନକଲେ ୟୁକ୍ରେନକୁ କୁଟନୈତିକ ସ୍ତରରେ ସାହାଯ୍ୟ କରାଯିବ ନାହିଁ ।

ସୂଚନାଯୋଗ୍ୟ, ଗତ କିଛି ଦିନ ଧରି ଟ୍ରମ୍ପ ଉଭୟ ଋଷିଆ ଏବଂ ୟୁକ୍ରେନକୁ ପରସ୍ପରର ଶକ୍ତି କେନ୍ଦ୍ର ଉପରେ ଆକ୍ରମଣ ନକରିବକୁ କହିଥିଲେ । କିଛି ଦିନ ଏହା ବନ୍ଦ ରହିଥିଲା । ଏବେ ପୁଣି ୟୁକ୍ରେନ୍ ଋଷର ଇନ୍ଧନ ଭଣ୍ଡାର ଉପରେ ଆକ୍ରମଣ କରିବା ଆରମ୍ଭ କରିଛି । ଯାହା ଯୁଦ୍ଧକୁ ଆହୁରି ଭୟଙ୍କର କରିଦେଇଛି ।