US F-15 pilot rescueଇରାନ ଆମେରିକାରେ ଯେଉଁ ଦୁଇଟି ଲଢ଼ୁଆ ବିମାନ ମାରି ଖସାଇ ଦେଇଥିଲା, ସେଥିମଧ୍ୟରୁ ଗୋଟିଏର ପାଇଲଟ ଓ କ୍ରୁ ମେମ୍ବରଙ୍କୁ ଉଦ୍ଧାର କରାଯାଇଛି। ଏନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୂଚନା ଦେଇଛନ୍ତି। ଜଣେ ଆମେରିକା ଅଧିକାରୀ ଆଲଜଜିରାକୁ ସୂଚନା ଦେଇ କହିଛନ୍ତି ଯେ ଏହାଦଶନ୍ଧି ଧରି ଶତ୍ରୁ ଅଞ୍ଚଳରେ ଆମେରିକୀୟ ସେନା ଦ୍ୱାରା କରାଯାଇଥିବା ସବୁଠାରୁ ଜଟିଳ ସନ୍ଧାନ ଏବଂ ଉଦ୍ଧାର ମିଶନ ଥିଲା। ଟ୍ରୁଥ ସୋଶାଲରେ ପୋଷ୍ଟ କରି ଟ୍ରମ୍ପ କହିଛନ୍ତି ଆମେ ତାଙ୍କୁ ପାଇଗୁଲ। ଇରାନର ଷ୍ଟ୍ରାଇକ୍‌ରେ ଖସିପଡ଼ିଥିବା F-15ଲଢ଼ୁଆ ବିମାନର ଦ୍ୱିତୀୟ କ୍ରୁ ସଦସ୍ୟଙ୍କୁ ଉଦ୍ଧାର କରାଯାଇଛି ଏବଂ ସେ "ସୁରକ୍ଷିତ ଏବଂ ସୁସ୍ଥ" ଅଛନ୍ତି ବୋଲି ଟ୍ରମ୍ପ ନିଶ୍ଚିତ କରିଛନ୍ତି।

ସେ ଦେଶବାସୀଙ୍କୁ ଏହା ଜଣାଇ ଲେଖିଛନ୍ତି ଯେ ମୋର ଆମେରିକୀୟ ସାଥିମାନଙ୍କୁ ମୁଁ ଜଣାଇବାକୁ ଚାହେଁ ଯେ ଆମେରିକା ସେନା ଗତ କିଛି ଘଣ୍ଟା ମଧ୍ୟରେ ଆମେରିକା ଇତିହାସରେ ସବୁଠାରୁ ସାହସିକ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ କରିବାରେ ସଫଳ ହୋଇଛନ୍ତି। ଏହି ଉଦ୍ଧାର କାର୍ଯ୍ୟ ଆମର ଜଣେ ଅତ୍ୟନ୍ତ ସମ୍ମାନୀୟ କର୍ଣ୍ଣେଲଙ୍କୁ ପାଇଁ କରାଯାଇଥିଲା।

ଶୁକ୍ରବାର ଆମେରିକା ସେନାର F-15ଷ୍ଟ୍ରାଇକ୍ ଇଗଲ ଯୁଦ୍ଧ ବିମାନକୁ ଇରାନ ଏୟାରଷ୍ଟ୍ରାଇକ୍ କରି ଖସାଇ ଦେଇଥିଲା। ଆମେରିକୀୟ ଏବଂ ଇରାନୀ ସେନା ଉଭୟ କ୍ରୁ ସଦସ୍ୟଙ୍କୁ ଖୋଜିବା ପାଇଁ ଏକ ଭୟଙ୍କର ସନ୍ଧାନ ଆରମ୍ଭ କରିଥିଲେ। ଆମେରିକା ଉଦ୍ଧାର କରିବାକୁ ଚାହୁଁଥିବା ବେଳେ ଇରାନ ପାଇଲଟଙ୍କୁ ବନ୍ଧକ ରଖି କାମ ହାସଲ କରିବାକୁ ଚାହୁଁଥିଲା। ହେଲେ ଆମେରିକାର ଏହି ଘୋଷଣା ପରେ ବୋଧହୁଏ ଇରାନର ତଲାସୀ ଶେଷ ହୋଇଛି। ତେବେ ଦୁଇଟି ଯୁଦ୍ଧ ବିମାନ ପାଇଲଟଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ପାଇଲଟଙ୍କ ସନ୍ଧାନ ଏବେ ବି ଜାରି ରହିଛି।