ଭାରତରେ ନିଯୁକ୍ତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଜିଓ ଗୋର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଥିବା ବନ୍ଧୁତ୍ୱର ଏକ ରୋଚକ କାହାଣୀ ବର୍ଣ୍ଣନା କରିଛନ୍ତି। ଯାହା ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି ।

ସକାଳ ୬ଟାରେ ଫୋନ୍ କଲର ଇଚ୍ଛା

ଚଳିତ ବର୍ଷ ଏପ୍ରିଲରେ ମିଆମିରେ ଆୟୋଜିତ 'UFC 327' କାର୍ଯ୍ୟକ୍ରମ ବ୍ୟାକଷ୍ଟେଜରେ ରାଷ୍ଟ୍ରପତି ଟ୍ରମ୍ପ ହଠାତ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଫୋନ୍ କରିବାକୁ ଚାହିଁଥିଲେ। ରାଷ୍ଟ୍ରଦୂତ ସର୍ଜିଓ ଗୋର ତାଙ୍କୁ ମନେ ପକାଇ ଦେଇଥିଲେ ଯେ, ସେ ସମୟରେ ଭାରତରେ ସକାଳ ୬ଟା। ଏହାର ଉତ୍ତରରେ ଟ୍ରମ୍ପ କହିଥିଲେ:"ସେ ମୋଦୀ ସେ ନିଶ୍ଚୟ ଉଠିଥିବେ,ସେ ପୁରା ମୋ'ଭଳିଶୁଅନ୍ତି ନାହିଁ।"

ସର୍ଜିଓ ଗୋର ଏହି ଘଟଣା ବର୍ଣ୍ଣନା କରି କହିଛନ୍ତି ଯେ, ଟ୍ରମ୍ପ ଏବଂ ମୋଦୀଙ୍କ ମଧ୍ୟରେ ଥିବା ବନ୍ଧୁତ୍ୱ ଅତ୍ୟନ୍ତ ଗଭୀର। ଅନେକ ବିଶ୍ୱ ନେତାଙ୍କ ସହ କଥା ହେବା ପାଇଁ ଆଗୁଆ ସମୟ ନେବାକୁ ପଡ଼ିଥାଏ, କିନ୍ତୁ ମୋଦୀଙ୍କ କ୍ଷେତ୍ରରେ ତାହା ଆବଶ୍ୟକ ନୁହେଁ। ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଯେଉଁ ସ୍ତରରେ ସମ୍ମାନ ଦିଅନ୍ତି, ତାହା ଅନ୍ୟ ବିଶ୍ୱ ନେତାଙ୍କ କ୍ଷେତ୍ରରେ ଦେଖିବାକୁ ମିଳେ ନାହିଁ।

ବାଣିଜ୍ୟ ଚୁକ୍ତିର

USISPF ଲିଡରସିପ୍ ସମ୍ମିଳନୀରେ ସର୍ଜିଓ ଗୋର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଯେ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଏବେ ଅନ୍ତିମ ପର୍ଯ୍ୟାୟରେ ଅଛି, ମାତ୍ର୧ ପ୍ରତିଶତକଥାବାର୍ତ୍ତା ବାକି ଅଛି। ୟୁରୋପୀୟ ବାଣିଜ୍ୟ ଚୁକ୍ତି ସମ୍ପନ୍ନ ହେବାକୁ ୨୦ ବର୍ଷ ଲାଗିଥିଲା, କିନ୍ତୁ ଭାରତ ସହ ଏହି ଚୁକ୍ତି ମାତ୍ର ଦେଢ଼ ବର୍ଷ ମଧ୍ୟରେ ଶେଷ ହେବାକୁ ଯାଉଛି। ଏହାକୁ ଯେନତେନ ପ୍ରକାରେ ଶେଷ କରିବାକୁ ସେ ଦୃଢ଼ ପ୍ରତିଜ୍ଞ ବୋଲି କହିଛନ୍ତି।

ଭବିଷ୍ୟତର ଗସ୍ତ

ରାଷ୍ଟ୍ରପତି ଟ୍ରମ୍ପ ଭାରତକୁ ବହୁତ ପସନ୍ଦ କରନ୍ତି ଏବଂ ପୂର୍ବ ଗସ୍ତର ମଧୁର ସ୍ମୃତି ତାଙ୍କ ମନରେ ସଦାବେଳେ ରହିଛି। ସେ ପୁଣିଥରେ ଭାରତ ଗସ୍ତ କରିବାକୁ ଆଗ୍ରହୀ ବୋଲି ସର୍ଜିଓ ଗୋର ପ୍ରକାଶ କରିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ମୋଦୀ ଚଳିତ ବର୍ଷ ଡିସେମ୍ବରରେ G20 ସମ୍ମିଳନୀ ପାଇଁ ଆମେରିକା ଗସ୍ତ କରିବାର ସମ୍ଭାବନା ରହିଛି।

ଏହି ଘଟଣା ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କ କେବଳ କୂଟନୈତିକ ନୁହେଁ, ବରଂ ବ୍ୟକ୍ତିଗତ ବନ୍ଧୁତ୍ୱରେ ମଧ୍ୟ ପରିଣତ ହୋଇଛି ବୋଲି ସ୍ପଷ୍ଟ କରୁଛି।