ନୂଆଦିଲ୍ଲୀ: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କୁ ଥଟ୍ଟା କଲେ ଡୋନାଲ୍ଡ ଟ୍ରମ୍ପ । ମାକ୍ରନ ପତ୍ନୀଙ୍କଠାରୁ ମାଡ଼ ଖାଉଛନ୍ତି, ଏବେ ବି ତାଙ୍କର ଥୋଡ଼ି ବ୍ୟଥା କରୁଛି ବୋଲି ଟ୍ରମ୍ପ କହିଛନ୍ତି । ଏପ୍ରିଲ ୧ରେ ଆୟୋଜିତ ଏକ ବ୍ୟକ୍ତିଗତ ଭୋଜିରେ ଆମେରିକା ରାଷ୍ଟ୍ରପତି ମାକ୍ରନଙ୍କୁ ଥଟ୍ଟା କରି କହିଛନ୍ତି ଯେ, ତାଙ୍କ ସ୍ତ୍ରୀ ତାଙ୍କ ସହିତ ବହୁତ ଖରାପ ବ୍ୟବହାର କରନ୍ତି।

ଟ୍ରମ୍ପ କହିଛନ୍ତି ଯେ, ମୁଁ ମାକ୍ରନଙ୍କୁ ଫୋନ କରିଥିଲି । ତାଙ୍କ ପତ୍ନୀ ତାଙ୍କୁ ବହୁତ ଖରାପ ବ୍ୟବହାର କରନ୍ତି, ଏପରିକି ମାକ୍ରନଙ୍କ ଥୋଡ଼ିରେ ବ୍ୟଥା ଏବେ ବି ରହିଛି । ସେ ଧିରେ ଧିରେ ସୁସ୍ଥ ହେଉଛନ୍ତି । ଟ୍ରମ୍ପଙ୍କ ଏହି ବିବୃତ୍ତି, ହ୍ବାଇଟ ହାଉସର ୟୁଟ୍ୟୁବ ଚ୍ୟାନେଲରେ ପୋଷ୍ଟ କରାଯାଇଥିଲା । କିନ୍ତୁ କିଛି ସମୟ ଭିତରେ ଏହି ଭିଡିଓକୁ ହଟାଇ ଦିଆଯାଇଛି ।

ଭିଏତନାମ ଗସ୍ତ ସମୟରେ ବ୍ରିଜିଟ୍ ମାକ୍ରନଙ୍କୁ ଚାପୁଡ଼ା ମାରିଥିଲେ ?

ଟ୍ରମ୍ପ ଏହି ମନ୍ତବ୍ୟ ମେ ୨୦୨୫ରେ ଏକ ଭିଡିଓକୁ ନେଇ ଦେଇଛନ୍ତି । ଯେଉଁଥିରେ ବ୍ରିଜିଟ୍ ମାକ୍ରନ୍ ଭିଏତନାମ ଗସ୍ତ ସମୟରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ମୁହଁକୁ ଠେଲି ଦେଉଥିବାର ଦେଖାଯାଇଥିଲା। ଭିଡିଓରେ ବ୍ରିଜିଟ୍ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଚାପୁଡ଼ା ମାରୁଥିବାର ଦେଖାଯାଇଥିଲା। ସେପଟେ ଭିଡିଓରେ ସତ୍ୟତା ନାହିଁ ବୋଲି କହିଥିଲେ ମାକ୍ରନ୍ ।

ମଧ୍ୟାହ୍ନ ଭୋଜନ ସମୟରେ ଟ୍ରମ୍ପ ଦାବି କରିଛନ୍ତି ଯେ, ସେ ଗଲ୍ଫ ଅଞ୍ଚଳରେ ସହାୟତା ପାଇଁ ଫ୍ରାନ୍ସ ସହିତ ଯୋଗାଯୋଗ କରିଛନ୍ତି। ସେ କହିଛନ୍ତି, ‘ମୁଁ ମାକ୍ରନଙ୍କୁ କହିଥିଲି, ଗଲ୍ଫରେ ଆମକୁ ଆପଣଙ୍କ ସାହାଯ୍ୟ ଆବଶ୍ୟକ । ଆମେ ଖରାପ ତତ୍ତ୍ବ ଏବଂ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରକୁ ନିପାତ କରିବାରେ ଏକ ରେକର୍ଡ ସ୍ଥାପନ କରୁଛୁ। ଯଦି ସମ୍ଭବ ହୁଏ, ତେବେ ତୁରନ୍ତ ଜାହାଜ ପଠାନ୍ତୁ।’

Also Read: Trump to leave NATO: ନାଟୋ ଛାଡ଼ିବାକୁ ଟ୍ରମ୍ପଙ୍କ ଧମକ ପରେ ଖୁସୀ ହେଲା ଋଷ; ଇଙ୍ଗିତ କରି କହିଲା, ଫେରୱେଲ୍ ନାଟୋ

ଟ୍ରମ୍ପଙ୍କ ଅନୁସାରେ, ମାକ୍ରନ୍ ସାହାଯ୍ୟ କରିବାକୁ ମନା କରିଥିଲେ । ଯୁଦ୍ଧ ଶେଷ ହେବା ପରେ ଫ୍ରାନ୍ସ ସାହାଯ୍ୟ କରିବ କହିଥିଲେ ମାକ୍ରନ । ଏହାକୁ ନେଇ ସେ (ଟ୍ରମ୍ପ) କହିଥିଲେ, ‘ଯୁଦ୍ଧ ପରେ ମୋତେ ସାହାଯ୍ୟ ଦରକାର ନାହିଁ।’

ନାଟୋକୁ ସମାଲୋଚନା କରିଛନ୍ତି ଟ୍ରମ୍ପ

ଡୋନାଳ୍ଡ ଟ୍ରମ୍ପ ନାଟୋକୁ 'କାଗଜ ବାଘ' ବୋଲି କହି ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ଯଦି ଏକ ବଡ଼ ଯୁଦ୍ଧ ହୁଏ, ତେବେ ନାଟୋ ସମର୍ଥନ କରିବ ନାହିଁ। ସେପଟେ ଇରାନ ଯୁଦ୍ଧ ଶେଷ ହେବା ପରେ ଆମେରିକା ନାଟୋର ଗୁରୁତ୍ୱକୁ ପୁନଃମୂଲ୍ୟାୟନ କରିପାରେ କହିଛନ୍ତି ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ।

ଅନ୍ୟପକ୍ଷରେ ମାକ୍ରାନ ସ୍ପଷ୍ଟ କରିଛନ୍ତି ଯେ, ଇରାନ ବିରୁଦ୍ଧରେ ଆମେରିକା-ଇସ୍ରାଏଲ ଯୁଦ୍ଧରେ ଫ୍ରାନ୍ସ ସାମିଲ ନଥିଲା କିମ୍ବା ଏହି ବିଷୟରେ ପରାମର୍ଶ କରିନଥିଲା। ମାକ୍ରନ ଏକ ସାକ୍ଷାତକାରରେ କହିଛନ୍ତି, ‘ଫ୍ରାନ୍ସ ଏହି ସାମରିକ ଅଭିଯାନର ଅଂଶ ନୁହେଁ ଏବଂ ଏଥିରେ ଅଂଶଗ୍ରହଣ କରିବ ନାହିଁ।’