Trump to leave NATO: ସାମରିକ ସଂଗଠନ ନାଟୋରୁ ଓହରିଯିବ ଆମେରିକା। ୩୨ ଦେଶର ଏହି ସାମରିକ ସଂଗଠନରେ ସବୁଠାରୁ ଶକ୍ତିଶାଳୀ ସହଯୋଗୀ ଥିଲା ୟୁଏସ୍। ହେଲେ ଇରାନ ଯୁଦ୍ଧ ପରେ ଆମେରିକାକୁ ସମର୍ଥନ କରିବାକୁ କୌଣସି ନାଟୋ ସହଯୋଗୀ ନ ଆସିବାରୁ ଟ୍ରମ୍ପ ଏବେ ନାଟୋ ଛାଡ଼ିବାକୁ କହିଲେଣି। ଇରାନ ଯୁଦ୍ଧ ପରେ ସେ ଏନେଇ ନିଷ୍ପତ୍ତି ନେବେ ବୋଲି ଏକ ଇଣ୍ଟରଭ୍ୟୁରେ କହିଛନ୍ତି।

ଡୋନାଲ୍ଡ ଟ୍ରମ୍ପଙ୍କର ଏକ କଥା ଶୁଣିବା ପରେ ଖୁସି ହୋଇଛି ଋଷ। ନାଟୋରେ ବିଭାଜନର ସଙ୍କେତ ମିଳିବାରୁ ଜଣେ ବରିଷ୍ଠ ରୁଷ ଅଧିକାରୀ ସାର୍ବଜନୀନ ଭାବରେ ଏହାକୁ ସ୍ୱାଗତ କରିଛନ୍ତି। ଏବଂ ଏକ ଛୋଟିଆ ମେସେଜ୍ କରି ଟ୍ରମ୍ପଙ୍କର ଇଙ୍ଗିତ କରିଛନ୍ତି।

Also Read- China Rebukes Pakistan: ବିଜୁଳି ବିଲ୍ ଦେଇପାରୁନି ପାକିସ୍ତାନ, ଧମକ ଦେଲା ଚୀନ୍

ରୁଷିଆର ସାର୍ବଭୌମ ସମ୍ପତ୍ତି ପାଣ୍ଠି (Russia’s sovereign wealth fund)ର ମୁଖ୍ୟ କିରିଲ ଦିମିତ୍ରିଭ ଏକ୍ସରେ ଏକ ସଂକ୍ଷିପ୍ତ ବାର୍ତ୍ତା ପୋଷ୍ଟ କରିଛନ୍ତି। ଏଥିରେ ସେ ଲେଖିଛନ୍ତି "ଫେରୱେଲ୍ ନାଟୋ।" ଟ୍ରମ୍ପଙ୍କର ଇଣ୍ଟରଭ୍ୟୁ ଆସିବା ପରେ ଦିମିତ୍ରିଭ୍ ଏପରି ଲେଖିଛନ୍ତି। ଦିମିତ୍ରିଭ ୱାଶିଂଟନର ଜଣେ ପ୍ରମୁଖ ଆଲୋଚନାକାରୀ। ଆମେରିକାର ଏକାଧିକ ନୀତିକୁ ସେ ସେବୁବେଳେ ସମାଲୋଚନା କରି ଆସିଛନ୍ତି।

ଣ କହିଛନ୍ତି ଟ୍ରମ୍ପ?

ଡେଲି ଟେଲିଗ୍ରାଫକୁ ଇଣ୍ଟରଭ୍ୟୁ ଦେଲା ବେଳେ ନାଟୋ ଉପରେ ଅସନ୍ତୋଷ ଝାଡ଼ିଥିଲେ ଡୋନାଲ୍ଡ ଟ୍ରମ୍ପ। ସେ କହିଥିଲେ"ମୁଁ କେବେ ନାଟୋକୁ ପସନ୍ଦ କରିନଥିଲି। ମୁଁ ଏହାକୁ ଛାଡିବାକୁ ଗମ୍ଭୀରତାର ସହିତ ବିଚାର କରୁଛି। ଏହା ବିଷୟରେ ଅଧିକ ଚିନ୍ତା କରିବାର ଆବଶ୍ୟକତା ନାହିଁ। ଇରାନ ଯୁଦ୍ଧ ଶେଷ ହେବା ପରେ ମୁଁ ଏ ବିଷୟରେ ନିଷ୍ପତ୍ତି ନେବି।"ଟ୍ରମ୍ପ ନାଟୋକୁ ଏକ କାଗଜ ବାଘ ବୋଲି ବର୍ଣ୍ଣନା କରିଛନ୍ତି।

ଟ୍ରମ୍ପ କହିଛନ୍ତି ମୁଁ କେବେ ନାଟୋ ଦ୍ୱାରା ପ୍ରଭାବିତ ହୋଇନଥିଲି। ମୁଁ ଜାଣିଥିଲି ଯେ ଏଥିରେ ମୁଁ ଏକ କାଗଜ ବାଘ ହୋଇ ରହିବ, ଆଉ ହଁ ଏହା ପୁଟିନ ମଧ୍ୟ ଏହା ଜାଣନ୍ତି।”

ନାଟୋ ସଂଗଠନର ସହଯୋଗୀ ୟୁରୋପୀୟ ଦେଶକୁ ସମାଲୋଚନା କରି ଟ୍ରମ୍ପ୍ କହିଛନ୍ତି, "ୟୁକ୍ରେନ ଯୁଦ୍ଧ ଆମେରିକାର ଯୁଦ୍ଧ ନଥିଲା। ଏହା ୟୁରୋପର ଯୁଦ୍ଧ ଥିଲା। ତଥାପି, ଆମେରିକା ୟୁକ୍ରେନକୁ ସମର୍ଥନ କରିଥିଲା। ଆମେ ସେଠାରେ ଥିଲୁ, କିନ୍ତୁ ଯେତେବେଳେ ଆମର ପାଳି ଆସିଲା, ସମସ୍ତେ ଏକପାଖିଆ ହୋଇଗଲେ। ସମସ୍ତେ ଆମକୁ ସେଠାରେ ଛାଡିଦେଲେ। ଟ୍ରମ୍ପ୍ ଆହୁରି କହିଛନ୍ତି ଯେ ପୁଟିନ୍ ମଧ୍ୟ ଏହି ସଂଗଠନର ଶକ୍ତି ଜାଣନ୍ତି। ସେଥିପାଇଁ ରୁଷ ଏହାକୁ ଗମ୍ଭୀରତାର ସହିତ ନେଉନାହିଁ।

ଏହି ଇଣ୍ଟରଭ୍ୟୁରେ ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ ଟ୍ରମ୍ପ। ସେ କହିଛନ୍ତି ଯେ ବ୍ରିଟେନର ନୌସେନା ନାହିଁ। ଏହା ପୁରୁଣା। ବ୍ରିଟିଶ ପ୍ରଧାନମନ୍ତ୍ରୀ କେବଳ ଶକ୍ତି ସଞ୍ଚୟ କରିବା ଉପରେ ଧ୍ୟାନ ଦେଉଛନ୍ତି। ଏଥିରୁ କିଛି ହେବ ନାହିଁ। ମୁଁ ଏବେ ସେମାନଙ୍କୁ କୌଣସି ପରାମର୍ଶ ଦେବି ନାହିଁ। ସେମାନେ ଯାହା ଚାହିଁବେ ତାହା କରିବାକୁ ଦିଅନ୍ତୁ।

ମେଣ୍ଟରେ ବଢ଼ିଲା ଚିନ୍ତା

ରଏଟର୍ସର ରିପୋର୍ଟ ଅନୁଯାୟୀ, ଯଦି ଆମେରିକା ନାଟୋରୁ ଓହରିବାକୁ ଚାହୁଁଛି, ତେବେ ଏହା କେବଳ ଟ୍ରମ୍ପଙ୍କ ନିଷ୍ପତ୍ତିରେ ହୋଇପାରିବ ନାହଁ। ଏଥିପାଇଁ ଆମେରିକା ସଂସଦ (କଂଗ୍ରେସ)ର ଅନୁମତି ଆବଶ୍ୟକ। ଋଷ ସହିତ ସ୍ଥିତି ଗରମ ରହିଥିବା ବେଳେ ଆମେରିକାର ଓହରିଯିବା ସଂଗଠନର ଭବିଷ୍ୟତକୁ ବିପଦରେ ପକାଇପାରେ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି।