ମୁମ୍ବାଇ ୧୨।୦୪ : IPL 2026 । ଶନିବାର ଖେଳାଯାଇଥିବା ମ୍ୟାଚ୍ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି ଚେନ୍ନାଇ ସୁପର କିଙ୍ଗସ । ଆଇପିଏଲ୍ ୨୦୨୬ରେ ଚେନ୍ନାଇ ସୁପର କିଙ୍ଗସ ଏହା ପ୍ରଥମ ବିଜୟ । ଏହି ମ୍ୟାଚ୍ରେ ଦୁଇଟି ବାଦ ବିବାଦ ଘଟିଥିବାର ଦେଖିବାକୁ ମିଳିଛି । ଆସନ୍ତୁ ଜାଣିବା କଣ କଣ ସବୁ ଘଟିଥିଲା …

ଏମଏ ଚିଦାମ୍ବରମ ଷ୍ଟାଡିୟମରେ ପ୍ରଥମେ ବ୍ୟାଟିଂ କରି CSK ୨୧୨ ରନ କରିଥିଲା। ଓପନର ସଞ୍ଜୁ ସାମସନ ୫୬ ବଲରୁ ୧୧୫ ରନର ଚମତ୍କାର ଇନିଂସ ଖେଳିଥିଲେ। ଆୟୁଷ ମହାତ୍ରେ ୩୬ ବଲରୁ ଗୁରୁତ୍ୱପୂର୍ଣ୍ଣ ୫୯ ରନ କରିଥିଲେ। ଟାର୍ଗେଟର ପିଛା କରି ଦିଲ୍ଲୀ କ୍ୟାପିଟାଲ୍ସ ଭଲ ଆରମ୍ଭ କରିଥିଲା, କିନ୍ତୁ କ୍ରମାଗତ ଭାବେ ପଡ଼ିଚାଲିଥିଲା ୱିକେଟ । ଯାହାଫଳରେ ଦିଲ୍ଲୀ ଦଳ ପଛରେ ପଡ଼ିଯାଇଥିଲା।

ଟ୍ରିଷ୍ଟାନ ଷ୍ଟବସ୍ ଗୋଟିଏ ପଟେ ଦୃଢ଼ ଭାବରେ ରହି ଦିଲ୍ଲୀର ଆଶାକୁ ଉଜ୍ଜୀବିତ ରଖିଥିଲେ, ୧୯ ତମ ଓଭରରେ ଜେମି ଓଭରଟନ ତାଙ୍କୁ ଆଉଟ କରିଥିଲେ। ଡ୍ରେସିଂ ରୁମକୁ ଫେରିବା ସମୟରେ ସେ କ୍ରୋଧିତ ହୋଇ ପ୍ରଥମେ ବ୍ୟାଟ୍ ଏବଂ ପରେ ହେଲମେଟ୍କୁ ଫିଙ୍ଗି ଦେଇଥିଲେ। ସେହିପରି ଅମ୍ପାୟାରଙ୍କ ସହିତ ନୀତିଶ ରାଣା ଏବଂ ଦିଲ୍ଲୀ ପ୍ରଶିକ୍ଷକ ହେମଙ୍ଗ ବଦାନୀଙ୍କ ମଧ୍ୟରେ ଯୁକ୍ତିତର୍କ କରୁଥିବାର ଦେଖିବାକୁ ମିଳିଥିଲା ।

Also Read:-ଇରାନର ୪ ପ୍ରମୁଖ ସର୍ତ୍ତରେ ରାଜି ହେଲାନି ଆମେରିକା, ଏବେ ପୁଣି ଘମାଘୋଟ ହେବ ଯୁଦ୍ଧ

ଟ୍ରିଷ୍ଟାନ୍ ଷ୍ଟବ୍ସ ୩୮ ବଲରେ ୩ ଛକା ଏବଂ ୪ ଚୌକା ମାରି ୬୦ ରନ୍ କରିଥିଲେ। ସେ ଯେଉଁଭଳି ଖେଳୁଥିଲେ, ସେ ଦଳକୁ ବିଜୟୀ କରାଇପାରିଥାନ୍ତେ। ଯେଉଁ ସମୟରେ ଷ୍ଟବ୍ସ ଆଉଟ୍ ହେଲେ, ସେତେବେଳେ ଦିଲ୍ଲୀକୁ ବିଜୟ ପାଇଁ ୧୦ ବଲ୍ରୁ ୩୦ ରନ୍ର ଆବଶ୍ୟକ ରହିଥିଲା ।

ଟ୍ରିଷ୍ଟାନ ଷ୍ଟବସ୍ କାହିଁକି ରାଗିଥିଲେ

ଷ୍ଟବ୍ସ ଆଉଟ୍ ହେବା ପୂର୍ବରୁ ଅମ୍ପାୟରଙ୍କୁ ତାଙ୍କର ଗ୍ଲୋଭ୍ସ ବଦଳାଇବାକୁ କହିଥିଲେ। କିନ୍ତୁ ଅମ୍ପାୟର ଓଭର ମଧ୍ୟଭାଗରେ ତାହା କରିବାକୁ ମନା କରିଦେଇଥିଲେ। ଷ୍ଟବ୍ସ ଆଉଟ୍ ହେବା ପରେ ରାଗିଯାଇଥିଲେ। ରାଗରେ ଜର୍ଜରିତ ହୋଇ ଡ୍ରେସିଂ ରୁମ୍କୁ ଯାଇଥିଲେ । ପ୍ରଥମେ ତାଙ୍କ ବ୍ୟାଟ୍ ଫିଙ୍ଗିଥିଲେ, ପରେ ତାଙ୍କ ହେଲମେଟ୍ କାଢ଼ି ବି ଫିଙ୍ଗି ଦେଇଥିଲେ। ଏହି ସମୟରେ, ନୀତିଶ ରାଣା ଏବଂ ଅମ୍ପାୟରଙ୍କ ମଧ୍ୟରେ ସୀମା ରେଖାକୁ ନେଇ ଯୁକ୍ତିତର୍କ ହୋଇଥିଲା।