ଚେନ୍ନାଇ: ତାମିଲନାଡୁ ବିଧାନସଭାର ବିରୋଧୀ ଦଳ ନେତା ଉଦୟନିଧି ଷ୍ଟାଲିନ୍‌ଙ୍କ ବିବାଦୀୟ ମନ୍ତବ୍ୟର କିଛି ଦିନ ପରେ ଲୋକପ୍ରିୟ ଅଭିନେତ୍ରୀ ତ୍ରିଶା କ୍ରିଷ୍ଣନ୍‌ ନିଜ ଇନ୍‌ଷ୍ଟାଗ୍ରାମ୍ ଷ୍ଟୋରୀରେ Cryptic ବାର୍ତ୍ତା ସେୟାର କରିଛନ୍ତି। ତ୍ରିଶା ନିଜ ଜେଜେମା'ଙ୍କ ୯୮ତମ ଜନ୍ମଦିନ ପାଳନର କିଛି ମୁହୂର୍ତ୍ତ ସେୟାର କରିବା ସହ ଅନେକଗୁଡ଼ିଏ ପ୍ରେରଣାଦାୟୀ ଓ କଟାକ୍ଷପୂର୍ଣ୍ଣ ପୋଷ୍ଟ କରିଛନ୍ତି। ସେଥିମଧ୍ୟରୁ ଗୋଟିଏ ପୋଷ୍ଟରେ ଲେଖାଅଛି, ‘ଏହି ବୟସରେ ନାଟକ କରିବା ଲଜ୍ଜାଜନକ। ଯାଅ, କିଛି ରୋଜଗାର କର ଏବଂ ଶାନ୍ତିରେ ରୁହ।’