ନୂଆଦିଲ୍ଲୀ,|୦୬:ତୃଣମୂଳ କଂଗ୍ରେସର ଅବସ୍ଥା ଭଲ ନାହିଁ । ନିର୍ବାଚନ ହାରିବା ପରେ ଦଳ ଭାଙ୍ଗିବାରେ ଲାଗୁଛି । ଜଣଙ୍କ ପରେ ଜଣେ ସାଂସଦ ଦଳ ଛାଡୁଛନ୍ତି । ମମତାଙ୍କ ନିୟନ୍ତ୍ରଣ କମୁଛି । ତାଙ୍କୁ କେହି ଖାତିର କରୁନାହାଁନ୍ତି । ଅନ୍ୟ ଦିଗରେ ସିବିଆଇ ଏବଂ ସିଆଇଡି ମଧ୍ୟ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ଟାର୍ଗେଟ୍ କରୁଛି । ଏସବୁ ଭିତରେ ମମତା ବଡ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।

ଦାୟିତ୍ୱରୁ ବିଦା

ଗତ କିଛି ଦିନ ତଳେ ମମତା ବାନାର୍ଜୀ ସାୟୋନୀ ଘୋଷଙ୍କୁ ଟିଏମସି ଯୁବ ବାହିନୀର ସଭାପତି କରିଥିଲେ । ଏବେ ତାଙ୍କୁ ଏହି ପଦରୁ ବିତାଡିତ କରାଯାଇଛି । ତାଙ୍କ ଜାଗାରେ ଅର୍ଣ୍ଣବ ବାନାର୍ଜୀଙ୍କୁ ନୂଆ ଦାୟିତ୍ୱ ମିଳିଛି । ଏହାସହ କୋଲକାତା ଦକ୍ଷିଣର ସାଂସଦ ମାଲା ରୟଙ୍କ ଜାଗାରେ ଆଲିଫା ଅହମ୍ମଦଙ୍କୁ ମହିଳା ବ୍ରିଗେଡର ନେତ୍ରୀ ଭାବେ ନୂଆ ଦାୟିତ୍ୱ ମିଳିଛି । ଆଲିଫା ଏବେ କାଲିଗଞ୍ଜରୁ ସାଂସଦ ରହିଛନ୍ତି ।

Also Read :-ଗିଲଙ୍କ ଉପରେ ରାଗିଗଲେ ରୋହିତ ! ରନ୍ ଆଉଟ୍ ହେଲା ପରେ କ୍ୟାପ୍ଟେନଙ୍କୁ କ’ଣ କହିଲେ ହିଟମ୍ୟାନ୍ ?

ବିଦ୍ରୋହୀ ଟିମରେ ଦୁଇ ନେତ୍ରୀ

ଉଭୟ ସାୟୋନୀ ଏବଂ ମାଲା ମମତାଙ୍କ ବିଦ୍ରୋହୀ କ୍ୟାମ୍ପରେ ଯୋଗ ଦେଇଛନ୍ତି । ଯାହା ମମତାଙ୍କୁ ଅଧିକ ଟେନସନ୍ ଦେଉଛି । ଉଭୟ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ସାକ୍ଷାତ ମଧ୍ୟ କରିବେ ବୋଲି ଚର୍ଚ୍ଚା ହେଉଛି । ସେମାନଙ୍କୁ ପ୍ରକୃତ ଟିଏମସି ମାନ୍ୟତା ମିଳିବା ପାଇଁ ବିଦ୍ରୋହୀ ନେତାମାନେ ଦାବି କରୁଛନ୍ତି ।

ଚର୍ଚ୍ଚା ହେଉଛି ଯେ, ସାଂସଦ ସୁଦୀପ ବନ୍ଦାପାଧ୍ୟାୟ ମଧ୍ୟ ବିଦ୍ରୋହୀଙ୍କ କ୍ୟାମ୍ପରେ ଯୋଗ ଦେଇଛନ୍ତି । ୨୮ରୁ ୨୦ ଲୋକସଭା ସାଂସଦ ତାଙ୍କ ସହ ଥିବା ସେ ଦାବି କରିଛନ୍ତି । ସେହିପରି କାକୋଲି ଘୋଷ ସେମାନଙ୍କୁ ମାନ୍ୟତା ମିଳିଲେ ସେମାନେ ବିଜେପି ସମର୍ଥିତ ଏନଡିଏକୁ ସମର୍ଥନ ଦେବେ ।