ନୂଆଦିଲ୍ଲୀ, ୦୪/୧୦ :ୟେମେନର ରାଜଧାନୀ ସାନା ସମେତ ଦେଶର ବିଭିନ୍ନ ଭାଗରେ ଥିବା ହୁତି ବିଦ୍ରୋହୀଙ୍କ ଠିକଣା ଉପରେ ୟେମେନ ସେନା ପ୍ରଚଣ୍ଡ ଆକ୍ରମଣ କରିଛି। ଗତ ୨୪ ଘଣ୍ଟାରେ ପ୍ରାୟ ୫୦୦ ଆକ୍ରମଣ କରାଯାଇଛି। ଏଥିରେ ୧୫୦୦ରୁ ଅଧିକ ହୁତି ବିଦ୍ରୋହୀ ମୃତାହତ ହୋଇଥିବା ଜଣାପଡିଛି। ଶୁକ୍ରବାର ସନ୍ଧ୍ୟାରୁ ୟେମେନ ସେନା ଉଭୟ ଆକାଶମାର୍ଗ ଓ ସ୍ଥଳଭାଗରୁ ଏହି ଆକ୍ରମଣ କରିଥିଲା।

ୟେମେନ ସେନା ମୁଖପାତ୍ର କର୍ଣ୍ଣେଲ ମାଜିଦ ଅବଦୁଲ୍ଲା ଅଲ୍-ନାଜିଲଙ୍କ ସୂଚନା ଅନୁସାରେ ଏହି ଆକ୍ରମଣରେ ଯୁଦ୍ଧବିମାନ,ଡ୍ରୋନ,ଆର୍ଟିଲେରି,ମିସାଇଲ୍ ଓ ରକେଟ ଲଞ୍ଚର ବ୍ୟବହାର ହୋଇଥିଲା। ହରଦ,କିତାଫ,ଅଲ୍-ଜଓ୍ବାଫ,ମାରିବ,ଅଲ୍-ବାୟଦା,ଲାହିଜି,ସାନା ଓ ସାଦା ଆଦି ସହରରେ ଥିବା ହୁତି ଠିକଣାକୁ ଟାର୍ଗେଟ କରାଯାଇଥିଲା। ଏହି ଆକ୍ରମଣରେ ହୁତି ବିଦ୍ରୋହୀଙ୍କର ୨୧୬ଟି ଗାଡି ଓ ଅନ୍ୟାନ୍ୟ ବହୁ ସାମରିକ ଉପକରଣ ଧ୍ୱଂସ ପାଇଯାଇଛି। ସେନାର ଏହି ଆକ୍ରମଣ ଫଳରେ ତୈଜ ସହର ଅଭିମୁଖେ ଅଗ୍ରସର ହେଉଥିବା ହୁତିଙ୍କୁ ରୋକାଯାଇପାରିଛି। ତେବେ ଏହି ଆକ୍ରମଣରେ ସେନାର କଣ କ୍ଷୟକ୍ଷତି ଘଟିଛି ସେହି ସମ୍ପର୍କରେ ଜଣାପଡିନାହିଁ।

Also Read :- Horoscope Today : ଅକ୍ଟୋବର ୦୪ ତାରିଖ, ରବିବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ସେନା ଅଧିକାରୀ ଅମର ଅଲ୍-ସାମିଙ୍କ ସୂଚନା ଅନୁସାରେ ତୈଜ ସହରରେ ଥିବା ପ୍ରସିଦ୍ଧ ଅଲ୍-ହୁବନ କ୍ରସିଂକୁ ବନ୍ଦ କରିଦିଆଯାଇଛି। ଗତ ୯ ବର୍ଷ ହେଲା ଏହା ବନ୍ଦ ରହିଥିଲା। କିନ୍ତୁ ମାନବୀୟ ଦୃଷ୍ଟିକୋଣରୁ ଲୋକମାନଙ୍କ ଚଳାଚଳ ନିମନ୍ତେ ଗତ ୨୦୨୪ରେ ଏହାକୁ ଖୋଲାଯାଇଥିଲା।