ଭୁବନେଶ୍ୱର ୧୭।୦୯ : ଆଜି ସୃଷ୍ଟିର ଆଦିଶିଳ୍ପୀ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା । ରାଜ୍ୟର ବିଭିନ୍ନ ପ୍ରମୁଖ ଶିଳ୍ପାଞ୍ଚଳରେ ଅତ୍ୟନ୍ତ ଆଡ଼ମ୍ବର ଓ ଉତ୍ସାହର ସହିତ ପାଳିତ ହେଉଛି। ପ୍ରତ୍ୟେକ ବର୍ଷ ପରି ଏହି ବର୍ଷ ମଧ୍ୟ ରାଜ୍ୟର ଶିଳ୍ପ ପ୍ରାଣକେନ୍ଦ୍ର ଭାବେ ପରିଚିତ ପାରାଦ୍ୱୀପ, ଅନୁଗୋଳର ନାଲ୍ କୋ ଏବଂ ରାଉରକେଲା ଇସ୍ପାତ କାରଖାନା ଅଞ୍ଚଳରେ ଆକର୍ଷଣୀୟ ମଣ୍ଡପ, ଆଲୋକମାଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟାପକ ଆୟୋଜନ କରାଯାଇଛି।

ସେହିପରି ବନ୍ଦର ନଗରୀ ପାରାଦ୍ୱୀପରେ ବିଶ୍ୱକର୍ମା ପୂଜା ଅତ୍ୟନ୍ତ ଧୂମଧାମରେ ଆୟୋଜିତ ହେଉଛି। ବହୁ ସୁସଜ୍ଜିତ ପୂଜା ମଣ୍ଡପ ନିର୍ମାଣ କରାଯାଇଛି। ଆଜି ଗାଡ଼ି ଏବଂ ଯନ୍ତ୍ରପାତିଗୁଡ଼ିକୁ ସଫାସୁତୁରା କରି ବିଶେଷ ପୂଜାର୍ଚ୍ଚନା କରାଯାଉଛି। ଅନୁଗୋଳର ନାଲ୍ କୋ ନଗରୀ ଓ କାରଖାନା ପରିସରରେ ବିଶ୍ୱକର୍ମା ପୂଜା ପାଇଁ ଆଧ୍ୟାତ୍ମିକ ଓ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ଇସ୍ପାତ ସହର ରାଉରକେଲାରେ RSP ର ବିଭିନ୍ନ ଶାଖା, କାରଖାନା ଏବଂ ଶିଳ୍ପାଞ୍ଚଳରେ ପୂଜା କମିଟିଗୁଡ଼ିକ ପକ୍ଷରୁ ପୂଜାର ବିଶେଷ ଆୟୋଜନ କରାଯାଇଛି ।

Also Read:-ଭାରତ-ଚୀନ ଉପରେ ଟ୍ରମ୍ପଙ୍କ ବଡ଼ ପ୍ରହାର : ରୁଷଠୁ ତେଲ କିଣୁଥିବାରୁ ନିଆଗଲା ଆକ୍ସନ