• ଏହି ସୁନା ଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଏଥିରେ ମୂଳ ମୂର୍ତ୍ତି ନିମନ୍ତେ ସ୍ୱର୍ଣ୍ଣାଭୂଷଣ ରହିଛି
  • ଚେନ୍ନାଇର ଏକ ବଡ଼ ଜ୍ୱେଲର ଏହି ସ୍ୱର୍ଣ୍ଣାଭୂଷଣ ତିଆରି କରିଛି
  • ଭଗବାନ ଭେଙ୍କଟଶ୍ୱରଙ୍କୁ କୌଣସି ଜଣେ ବ୍ୟକ୍ତିଙ୍କ ଦ୍ୱାରା ଦିଆଯାଇଥିବା ଏପର୍ଯ୍ୟନ୍ତର ସବୁଠୁ ବଡ଼ ସ୍ୱର୍ଣ୍ଣ ଦାନ
  • ଅନ୍ନ ପ୍ରସାଦମ ଟ୍ରଷ୍ଟକୁ ପିଛିଲା ୨ ବର୍ଷରେ ୧,୧୦୦ କୋଟି ଟଙ୍କା ଦାନ ପ୍ରାପ୍ତ ହୋଇଛି

ତିରୁପତି: ଆନ୍ଧ୍ରପ୍ରଦେଶର ତିରୁମାଲା ମନ୍ଦିରକୁ ଜନୈକ ଭକ୍ତ ପାଖାପାଖି ୧୨୧ କେଜି ସ୍ୱର୍ଣ୍ଣ ଆଭୂଷଣ ଦାନ କରିବେ। ନଭେମ୍ବର ୨୬ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାୟଡୁଙ୍କ ଉପସ୍ଥିତିରେ ତିରୁପତି ତିରୁମାଲା ଦେବସ୍ଥାନମ (ଟିଟିଡି) ଏହି ଦାନ ଗ୍ରହଣ କରିବ। ତିରୁପତି ପ୍ରସିଦ୍ଧ ବାଲାଜୀ ମନ୍ଦିରକୁ ଏ ପର୍ଯ୍ୟନ୍ତ ଦିଆଯାଇଥିବା ଏହା ସବୁଠୁ ବଡ଼ ସ୍ୱର୍ଣ୍ଣ ଦାନ ହେବ। ଦାନରେ ମିଳିବାକୁ ଥିବା ଆଭୂଷଣର ମୂଲ୍ୟ ପାଖାପାଖି ୧୬୦ କୋଟି ଟଙ୍କା ହେବ।

ସରକାର ଓ ଟିଟିଡି ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ଜଣେ ଭକ୍ତ ତିରୁପତିର ଭଗବାନ ଭେଙ୍କଟେଶ୍ୱର ମନ୍ଦିରକୁ ପାଖାପାଖି ୧୬୦ କୋଟି ଟଙ୍କା ମୂଲ୍ୟର ୧୨୧ କିଲୋଗ୍ରାମ ସ୍ୱର୍ଣ୍ଣାଭୂଷଣ ଦାନ କରିବାକୁ ଆଗ୍ରହ କରିଛନ୍ତି। ଭକ୍ତଙ୍କ ନାମ ଏବେ ଗୋପନ ରଖାଯାଇଛି। ଏହି ସୁନା ଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଏଥିରେ ମୂଳ ମୂର୍ତ୍ତି ନିମନ୍ତେ ୧୨୧ କେଜି ଓଜନର ୪୫ ଅଲଗା ଅଲଗା ପ୍ରକାରର ସ୍ୱର୍ଣ୍ଣାଭୂଷଣ ରହିଛି। ଯେଉଁଥିରୁ ପୁରା ୯ଟି ସେଟ୍ ତିଆରି ହୋଇଛି। ସୂତ୍ର ଅନୁସାରେ ଚେନ୍ନାଇର ଏକ ବଡ଼ ଜ୍ୱେଲର ଏହି ସ୍ୱର୍ଣ୍ଣାଭୂଷଣ ତିଆରି କରିଛି।

ନିକଟରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାୟଡୁ ଏ କଥା ଉଲ୍ଲେଖ କରି କହିଥିଲେ ଯେ ଆମେରିକାରେ ରହୁଥିବା ଜଣେ ଭକ୍ତ ଭଗବାନ ବାଲାଜୀଙ୍କ ମୂଳ ମୂର୍ତ୍ତି ଲାଗି ସବୁ ଆଭୂଷଣର ସେଟ୍ ଦାନ କରିବାକୁ ଇଛା ପ୍ରକାଶ କରୁଛନ୍ତି। ସୂତ୍ର ଅନୁସାରେ ନଭେମ୍ବର ୨୬ ତାରିଖ ଦିନ ଦାନ ପ୍ରକ୍ରିୟା ପୁରା କରାଯିବ। ଟିଟିଡି ସୂତ୍ର ଅନୁସାରେ ଏହି ସ୍ୱର୍ଣ୍ଣାଭୂଷଣ ସ୍ୱତନ୍ତ୍ର ରୂପେ ଭଗବାନଙ୍କ ନିମନ୍ତେ ତିଆରି କରାଯାଇଛି। ଏଥିରେ ୪୫ ପ୍ରକାରର ଅଲଗା ଅଲଗା ଆଭୂଷଣ ରହିଛି, ଯେଉଁଗୁଡିକୁ ୯ଟି ସେଟ୍ ରେ ବ୍ୟବସ୍ଥିତ କରାଯାଇଛି।

ମନ୍ଦିର ଇତିହାସରେ ଭଗବାନ ଭେଙ୍କଟଶ୍ୱରଙ୍କୁ କୌଣସି ଜଣେ ବ୍ୟକ୍ତିଙ୍କ ଦ୍ୱାରା ଦିଆଯାଇଥିବା ଏପର୍ଯ୍ୟନ୍ତର ସବୁଠୁ ବଡ଼ ସ୍ୱର୍ଣ୍ଣ ଦାନ ହେବ। ସୂତ୍ର ଅନୁସାରେ ଭକ୍ତ ଦାନକୁ ନେଇ ଟିଟିଡି ଅଧିକାରୀଙ୍କ ସହିତ କଥାବାର୍ତ୍ତା କରିସାରିଛନ୍ତି ଓ ନଭେମ୍ବର ୨୬ ତାରିଖରେ ସେ ଔପଚାରିକ ରୂପେ ଏଦି ଦାନ କାର୍ଯ୍ୟ ଶେଷ କରିବେ ବୋଲି ଆଶା କରାଯାଉଛି। ଏଥି ମଧ୍ୟରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାୟଡୁ ମଧ୍ୟ ସେହି ଦିନ ତିରୁପତି ଆସୁଥିବାର ଜଣାପଡିଛି ଓ ମନେ କରାଯାଉଛି ତାଙ୍କ ଉପସ୍ଥିତିରେ ସେହି ଦିନ ଏହି ଦାନ ଅର୍ପିତ ହେବ।

ଏହା ପୂର୍ବରୁ ଟିଟିଡି କାର୍ଯ୍ୟକାରୀ ଅଧିକାରୀ (ସିଇଓ) ଭେଙ୍କେୟା ଚୌଧୁରୀ କହିଛନ୍ତି ଯେ ତିରୁମାଲାରେ ଏସଭି ଅନ୍ନ ପ୍ରସାଦମ ଟ୍ରଷ୍ଟକୁ ପିଛିଲା ୨ ବର୍ଷରେ ୧,୧୦୦ କୋଟି ଟଙ୍କା ଦାନ ପ୍ରାପ୍ତ ହୋଇଛି। ସେ କହିଛନ୍ତି ଯେ ଏହି ରାଶି ଟିଟିଡିକୁ ମିଳିଥିବା ମୋଟ ଦାନର ୫୩%ରୁ ବି ଅଧିକ। ଏହା ସହିତ ଟ୍ରଷ୍ଟର ଏବେକା କର୍ପସ ଫଣ୍ଡ ବଢି ପାଖାପାଖି ୩,୧୦୦ କୋଟି ଟଙ୍କାକୁ ପହଞ୍ଚି ଯାଇଛି। ସେ କହିଛନ୍ତି ଯେ ୧୯୮୫ ମସିହାରେ ଆରମ୍ଭ ହୋଇଥିବା ଅନ୍ନ ଦାନମ କାର୍ଯ୍ୟକ୍ରମରେ ପ୍ରାରମ୍ଭରେ ୨୦୦୦ ଲୋକଙ୍କୁ ଭୋଜନ ଦିଆଯାଉଥିଲା। ହେଲେ ସମୟ ସହିତ ଏହା ବେସ୍ ସମ୍ପ୍ରସାରିତ ହୋଇଛି।