ନୂଆଦିଲ୍ଲୀ ,୨୧ /୧୧ -; ଭାରତୀୟ କ୍ରିକେଟ୍ ଜଗତର କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବଂ ବଲିଉଡ୍ର ଲୋକପ୍ରିୟ ଅଭିନେତା ସନ୍ନି ଦେଓଲଙ୍କ ପୁଅ ରାଜବୀର ଦେଓଲଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା। ୨୦୨୭ ମସିହାରେ ଏହି ଦୁଇ ପ୍ରତିଷ୍ଠିତ ପରିବାର ମଧ୍ୟରେ ବୈବାହିକ ସମ୍ପର୍କ ଗଢ଼ିଉଠିବା ନେଇ ଗୁଜବ ପ୍ରଚାର ହେଉଛି। ଏହି ଖବର ସାମ୍ନାକୁ ଆସିବା ପରେ ଉଭୟ ପରିବାରର ପ୍ରଶଂସକଙ୍କ ମଧ୍ୟରେ ଆଗ୍ରହ ବଢ଼ିଯାଇଛି। ତେବେ ପ୍ରକୃତରେ ଏହି ଚର୍ଚ୍ଚା ପଛରେ କେତେ ସତ୍ୟତା ରହିଛି? କେମିତି ଯୋଡ଼ି ହେଲେ ସାରା ଓ ରାଜବୀରଙ୍କ ନାଁ? ଆସନ୍ତୁ ଜାଣିବା।

କେଉଁଠୁ ଆରମ୍ଭ ହେଲା ସାରା-ରାଜବୀରଙ୍କ ବିବାହ ଚର୍ଚ୍ଚା?

ପ୍ରଥମେ ସୋସିଆଲ ମିଡ଼ିଆର ଏକ ପୋଷ୍ଟରୁ ଏହି ଚର୍ଚ୍ଚା ଆରମ୍ଭ ହୋଇଥିଲା । ଉକ୍ତ ପୋଷ୍ଟରେ ଦାବି କରାଯାଇଥିଲା ଯେ, ରାଜବୀର ଦେଓଲ ସାରା ତେନ୍ଦୁଲକରଙ୍କୁ ଦାମୀ ଦାମୀ ଉପହାର ଦେଉଛନ୍ତି। ଏପରିକି ୨୦୨୭ ମସିହାରେ ଉଭୟଙ୍କ ବିବାହ ହୋଇପାରେ ବୋଲି ମଧ୍ୟ ଏଥିରେ ସଙ୍କେତ ଦିଆଯାଇଥିଲା। ରେଡିଟ୍ ରେ ମଧ୍ୟ ଏଭଳି ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଛି। ଏହି ଗୁଜବରେ ସାରାଙ୍କ ଭାଉଜ ସାନିଆ ଚାନ୍ଦୋକଙ୍କ ନାଁ ମଧ୍ୟ ଯୋଡ଼ାଯାଇଛି। ସେ ଆସନ୍ତା ବର୍ଷ ଏକ ବିବାହ ହେବା ନେଇ ସଙ୍କେତ ଦେଇଥିବା ଏବଂ ବର ନିକଟରେ ରହୁଥିବା କଥା କହିଥିବା ଦାବି କରାଯାଉଛି।

ତେବେ ଏହି ଚର୍ଚ୍ଚାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ କଥା ଜାଣିବା ଜରୁରୀ। ଏସବୁ ଦାବି କେବଳ ସୋସିଆଲ ମିଡିଆରେ ହୋଇଥିବା ପୋଷ୍ଟ ଉପରେ ଆଧାରିତ। ଏହାର କୌଣସି ବିଶ୍ୱସନୀୟ ଖବର ସୂତ୍ର କିମ୍ବା ଆଧିକାରିକ ପ୍ରମାଣ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ। ସାନିଆ ଚାନ୍ଦୋକ କିମ୍ବା ତେନ୍ଦୁଲକର ଓ ଦେଓଲ ପରିବାରର ଅନ୍ୟ କୌଣସି ସଦସ୍ୟ ଏଭଳି କଥା ସାର୍ବଜନୀନ ଭାବେ କହିନାହାନ୍ତି। ସାରା ଓ ରାଜବୀର ମଧ୍ୟ ନିଜ ସମ୍ପର୍କ କିମ୍ବା ବିବାହ ଯୋଜନାକୁ ନେଇ କୌଣସି ସ୍ପଷ୍ଟୀକରଣ ଦେଇନାହାନ୍ତି।

କାହିଁକି ସାରାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏତେ ଚର୍ଚ୍ଚା ?କ୍ରିକେଟ୍ ଜଗତର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ହୋଇଥିବାରୁ ସାରା ସବୁବେଳେ ଗଣମାଧ୍ୟମ ଓ ପ୍ରଶଂସକଙ୍କ ନଜରରେ ରହିଥାନ୍ତି। ବିଶେଷକରି ତାଙ୍କ ପ୍ରେମ ସମ୍ପର୍କକୁ ନେଇ ବିଭିନ୍ନ ସମୟରେ ଚର୍ଚ୍ଚା ହୋଇଆସିଛି।ଏହା ପୂର୍ବରୁ କ୍ରିକେଟର ଶୁଭମନ ଗିଲଙ୍କ ସହ ସାରାଙ୍କ ନାଁ ଯୋଡ଼ାଯାଇଥିଲା। ଉଭୟଙ୍କ ସୋସିଆଲ ମିଡିଆ ପୋଷ୍ଟ, ସାର୍ବଜନୀନ କାର୍ଯ୍ୟକ୍ରମରେ ଉପସ୍ଥିତି ଏବଂ ପରସ୍ପର ସହ ଜଡ଼ିତ ବିଭିନ୍ନ ଘଟଣାକୁ ନେଇ ପ୍ରଶଂସକମାନେ ଅନେକ ଅନୁମାନ ଲଗାଇଥିଲେ। ଏପରିକି ଉଭୟଙ୍କ ବିବାହକୁ ନେଇ ମଧ୍ୟ ଗୁଜବ ପ୍ରଚାର ହୋଇଥିଲା। କିନ୍ତୁ ସାରା କିମ୍ବା ଶୁଭମନ କେହି ନିଜ ସମ୍ପର୍କକୁ ନେଇ ସାର୍ବଜନିକ ଭାବେ କୌଣସି ଖୁଲାସା କରିନାହାନ୍ତି ।

ସେହିପରି ୨୦୨୫ ମସିହାରେ ବଲିଉଡ୍ ଅଭିନେତା ସିଦ୍ଧାନ୍ତ ଚତୁର୍ବେଦୀଙ୍କ ସହ ମଧ୍ୟ ସାରାଙ୍କ ନାଁ ଯୋଡ଼ାଯାଇଥିଲା। ଉଭୟଙ୍କ ମଧ୍ୟରେ ସମ୍ପର୍କ ଥିବା ଏବଂ ପରିବାର ସହ ପରିଚୟ ହୋଇଥିବା ନେଇ କିଛି ରିପୋର୍ଟରେ ଦାବି କରାଯାଇଥିଲା। ପରେ ଏହି ସମ୍ପର୍କ ଭାଙ୍ଗିଯାଇଥିବା ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା। ଅନ୍ୟପଟେ ସାରା ନିଜ ବ୍ୟକ୍ତିଗତ ଜୀବନକୁ ସାଧାରଣତଃ ଗଣମାଧ୍ୟମଠାରୁ ଦୂରରେ ରଖିବାକୁ ପସନ୍ଦ କରନ୍ତି। ନିକଟରେ 'ଭୋଗ୍ ଇଣ୍ଡିଆ'କୁ ଦେଇଥିବା ଏକ ସାକ୍ଷାତକାରରେ ସେ ନିଜ ଭବିଷ୍ୟତ ଜୀବନସାଥୀଙ୍କଠାରେ କେଉଁ ଗୁଣ ଦେଖିବାକୁ ଚାହାନ୍ତି, ସେ ବିଷୟରେ କହିଥିଲେ। ଏବେ ରାଜବୀରଙ୍କ ସହ ବିବାହ ଚର୍ଚ୍ଚା ଆରମ୍ଭ ହେବା ପରେ ତାଙ୍କର ସେହି ପୁରୁଣା ସାକ୍ଷାତକାର ମଧ୍ୟ ଚର୍ଚ୍ଚାକୁ ଆସିଛି।

ALSO READ- ବଲିଉଡ୍‌ରେ ବଦଳୁଛି ବିହାରର ଛବି, ପଞ୍ଜାବୀ ସଂସ୍କୃତି ପରେ ଏବେ ଛଠ୍ ପୂଜାର କ୍ରେଜ୍

କିଏ ଏହି ରାଜବୀର ଦେଓଲ?ରାଜବୀର ଦେଓଲ ହେଉଛନ୍ତି ବଲିଉଡ୍ ଅଭିନେତା ସନ୍ନି ଦେଓଲ ଓ ପୂଜା ଦେଓଲଙ୍କ ସାନ ପୁଅ। ସେ ବଲିଉଡ୍ର ଭେଟେରାନ୍ ଅଭିନେତା ଧର୍ମେନ୍ଦ୍ରଙ୍କ ନାତି ମଧ୍ୟ। ଏହି କାରଣରୁ ସେ ହିନ୍ଦୀ ସିନେମା ଜଗତର ଏକ ପ୍ରତିଷ୍ଠିତ ଚଳଚ୍ଚିତ୍ର ପରିବାରର ସଦସ୍ୟ। ନିଜ ବାପା ସନ୍ନି ଦେଓଲଙ୍କ ଭଳି ଆକ୍ସନ୍ ଫିଲ୍ମ ପରିବର୍ତ୍ତେ ରାଜବୀର ରୋମାଣ୍ଟିକ୍ ଡ୍ରାମା ଫିଲ୍ମ ମାଧ୍ୟମରେ ବଲିଉଡ୍ରେ ପାଦ ଥାପିଥିଲେ। ୨୦୨୩ରେ ମୁକ୍ତିଲାଭ କରିଥିବା 'ଦୋନୋ' ଚଳଚ୍ଚିତ୍ର ଜରିଆରେ ସେ ଅଭିନୟ ଜଗତରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ଅଭନିଶ ବରଜାତ୍ୟା ଏବଂ ଏହାର ପ୍ରଯୋଜନା କରିଥିଲା ରାଜଶ୍ରୀ ପ୍ରଡକ୍ସନ୍ସ। ଅଭିନୟ ଜଗତରେ ପ୍ରବେଶ କରିବା ପୂର୍ବରୁ ରାଜବୀର ବ୍ରିଟେନ୍ରେ ଥିଏଟର୍ରେ ପାଠପଢ଼ିଥିଲେ। ଏହା ସହ ସେ ଆସିଷ୍ଟାଣ୍ଟ ଡାଇରେକ୍ଟର ଭାବେ କାମ କରିବା ସହ ଥିଏଟର୍ ଓ ଚଳଚ୍ଚିତ୍ର ନିର୍ଦ୍ଦେଶକ ଫିରୋଜ ଆବାସ ଖାନଙ୍କଠାରୁ ଅଭିନୟ ଓ ଚଳଚ୍ଚିତ୍ର ନିର୍ମାଣ ସମ୍ପର୍କିତ ପ୍ରଶିକ୍ଷଣ ନେଇଥିଲେ।

ତେବେ ରାଜବୀର ଓ ସାରାଙ୍କ ବିବାହ ସତ ନା କେବଳ ଗୁଜବ?

ସାରା ତେନ୍ଦୁଲକର ଓ ରାଜବୀର ଦେଓଲଙ୍କ ବିବାହକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଥମିବାର ନାଁ ନେଉନାହିଁ। କିନ୍ତୁ ଏପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ କୌଣସି ପ୍ରେମ ସମ୍ପର୍କ ଥିବା କିମ୍ବା ୨୦୨୭ରେ ବିବାହ ହେବା ନେଇ କୌଣସି ଆଧିକାରିକ ଘୋଷଣା ହୋଇନାହିଁ। ଉଭୟ ପରିବାରର କୌଣସି ସଦସ୍ୟ ମଧ୍ୟ ଏହି ଖବରକୁ ସ୍ପଷ୍ଟ କରିନାହାନ୍ତି। ତେଣୁ ବର୍ତ୍ତମାନ ପାଇଁ ସାରା ଓ ରାଜବୀରଙ୍କ ବିବାହ ଖବରକୁ କେବଳ ଏକ ସୋସିଆଲ ମିଡିଆ ଗୁଜବ ଭାବେ ହିଁ ଦେଖାଯାଉଛି। ଉଭୟ ପରିବାର ପକ୍ଷରୁ କୌଣସି ସ୍ପଷ୍ଟ ବୟାନ ନଆସିବା ପର୍ଯ୍ୟନ୍ତ ଏହି ଚର୍ଚ୍ଚା ଉପରେ ଭରସା କରିବା ଠିକ୍ ହେବ ନାହିଁ।