Kaun Banega Crorepati 18: କୌନ୍ ବନେଗା କରୋଡପତି-୧୮ ସଂସ୍କରଣରେ ଅମିତାଭଙ୍କୁ ମିଳିଛି ଯାଇଛି ତାଙ୍କର ପ୍ରଥମ କୋଟିପତି ପ୍ରତିଯୋଗୀ। ଆଉ ସବୁଠାରୁ ରୋଚକ କଥା ହେଲା ଏହି ପ୍ରତିଯୋଗୀ ଦିନେ ମୁମ୍ବାଇକୁ ମାତ୍ର ୨୪ ଟଙ୍କା ନେଇ ଆସିଥିଲେ। ହେଲେ ଆଜି କେବିସି ତାଙ୍କୁ କୋଟିପତି କରିଦେଇଛି। କେବିସିର ଏହି ନୂଆ କୋଟିପତି ଜଣଙ୍କ ହେଲେ ୨୮ ବର୍ଷୀୟ ଭୂଷଣ ଠାକରେ। ସେ ମହାରାଷ୍ଟ୍ରର ଜଳଗାଓଁର ବାସିନ୍ଦା ।

କେବିସି ମଞ୍ଚରେ ଭୂଷଣ ଅମିତାଭ ବଚ୍ଚନଙ୍କୁ ଭୂଷଣ ତାଙ୍କ ଦୁଃଖ କାହାଣୀ କହୁଥିବା ବେଳେ ପୂରା ଅଡିଆନ୍ସ ନିରବ ହୋଇ ଶୁଣୁଥିଲା। ସେ ଦେଢ଼ ବର୍ଷ ହେବ ଘରକୁ ଫେରି ନାହାନ୍ତି ବୋଲି ଅମିତାଭଙ୍କୁ କହିଥିଲେ। ଭୂଷଣଙ୍କ ଜୀବନର ଏହି ପ୍ରେରଣାଦାୟୀ କାହାଣୀ ଏବେ ବିଭିନ୍ନ ମିଡିଆରେ ଖବର ପାଲଟିଛି।

ସୋନି ଟିଭି ପକ୍ଷରୁ ଶେୟାର ଏହି ଶୋ’ର ପ୍ରମୋ ଶେୟାର କରାଯାଇଥିଲା। ଏଥିରେ ଭୂଷଣ ୧ କୋଟି ଟଙ୍କା ଜିତିଥିବା ଦେଖିବାକୁ ମିଳିଛି। ଶୋର ହୋଷ୍ଟ ଅମିତାଭ ବଚ୍ଚନ ତାଙ୍କୁ ଖୁସୀରେ କୁଣ୍ଢାଇ ପକାଉଛନ୍ତି। ଅମିତାଭଙ୍କ ସହ କଥାବାର୍ତ୍ତା ବେଳେ ଭୂଷଣ ନିଜ ପରିବାରର ସଂଘର୍ଷ ବିଷୟରେ କହିଥିଲେ। ତାଙ୍କ ବାପା ଜଣେ ଦିନ ମଜୁରିଆ ହୋଇଥିବା ବେଳେ ମା' ଦୀର୍ଘଦିନ ଧରି ଅସୁସ୍ଥ ଅଛନ୍ତି। ମାଆଙ୍କର ଅନେକଥର ଅପରେସନ ବି ହୋଇଛି। ପରିବାରର ଏତେ ଆର୍ଥିକ ସମସ୍ୟା ସତ୍ତ୍ୱେ ତାଙ୍କ ବାପା ତାଙ୍କ ପାଠପଢ଼ାରେ କେବେ ଅବହେଳା କରି ନାହାନ୍ତି ବୋଲି ଭୂଷଣ କହିଥିଲେ।

ଅମିତାଭଙ୍କ ଆଗରେ ଦୁଃଖ ବଖାଣୀଲା ବେଳେ ଭୂଷଣ କହିଥିଲେ ଯେ ସେ ଗତ ଦେଢ଼ ବର୍ଷ ହେଲା ଘରକୁ ଯାଇନାହାନ୍ତି। ଜୀବନରେ କିଛି ସଫଳତା ହାସଲ କଲେ ଯାଇ ସେ ଘରକୁ ଫେରିବେ। ଦିନେ ବାପାଙ୍କୁ ଗୌରବାନ୍ନିତ କରାଇବେ ବୋଲି ଭୂଷଣଙ୍କର ବଡ଼ ଇଚ୍ଛା ବୋଲି ସେ କେବିସି ମଞ୍ଚରେ କହିଥିଲେ।

ପୁଅକୁ ମଜୁରି ଖଟିବାକୁ ଦେଇନଥିଲେ ବାପା

ଭୂଷଣ ଆହୁରି କହିଥିଲେ ଯେ ଆର୍ଥିକ ଅଭାବ ଥିଲେ ମଧ୍ୟ ତାଙ୍କ ବାପା କେବେ ତାଙ୍କୁ ମଜୁରି ଖଟିବାକୁ ଦେଇ ନଥିଲେ। ସେ ଯେତେବେଳେ ସେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ। ଆଡମିଶନ ନ ମିଳିବାରୁ ସେ ଘରେ ରହି ପାଠ ପଢ଼ୁଥିଲେ। ବାପାଙ୍କୁ ଦିନରାତି ପରିଶ୍ରମ କରୁଥିବା ଦେଖି ସେ ମଧ୍ୟ ପରିବାରକୁ ଆର୍ଥିକ ସହାୟତା କରିବାକୁ ଚାହିଁଥିଲେ। ହେଲେ ତାଙ୍କ ବାପା ଏଥିରେ ରାଜି ହୋଇନଥିଲେ। କେବଳ ପାଠପଢ଼ା ଉପରେ ଧ୍ୟାନ ଦେବାକୁ ତାଙ୍କ ବାପା କହିଥିଲେ ବୋଲି ଭୂଷଣ କହିଛନ୍ତି।

Also Read- ସବୁ ରେକର୍ଡ ଭାଙ୍ଗି ଦେଲା ରାମାୟଣ: ଦକ୍ଷିଣ ଭାରତରୁ ନେଇ ଆମେରିକା, ୧୪ ଦିନରେ ୧୫୦୦ କୋଟି ପାର୍, ୩ ବଡ଼ ରେକର୍ଡ

ଭୂଷଣଙ୍କ କାହାଣୀର ସବୁଠାରୁ ପ୍ରେରଣାଦାୟୀ ଦିଗ ହେଉଛି ତାଙ୍କର ମୁମ୍ବାଇ ଯାତ୍ରା। ଦିନେ ମାତ୍ର ୨୪ ଟଙ୍କା ଧରି ସେ ମୁମ୍ବାଇ ଆସିଥିଲେ। ମନରେ ଥିଲା ଏକ ଭଲ ଜୀବନ ଗଢ଼ିବା ଏବଂ ପରିବାରର ସ୍ୱପ୍ନ ପୂରଣ କରିବା। ଆଜି କେବିସି ମଞ୍ଚ ତାଙ୍କୁ କୋଟିପତି କରାଇଛି। ସେ ସମସ୍ତ ପ୍ରଶ୍ନର ସଠିକ ଉତ୍ତର ଦେଇ ୧ କୋଟି ଟଙ୍କା ଜିତିଛନ୍ତି। ତେବେ ଏଥିରେ ତାଙ୍କ ଯାତ୍ରା ସରି ନାହିଁ। ୧ କୋଟି ଟଙ୍କା ଜିତିବା ପରେ ଏବେ ଭୂଷଣଙ୍କ ସାମ୍ନାରେ ରହିଛି ୭ କୋଟି ଟଙ୍କାର ଜ୍ୟାକପଟ୍ ପ୍ରଶ୍ନ। ଭୂଷଣ ଏହାର ସଠିକ୍ ଉତ୍ତର ଦେଇ ଶୋ'ର ସର୍ବାଧିକ ପୁରସ୍କାର ଜିତିପାରିବେ କି ନାହିଁ ତା ଉପରେ ଏବେ ସମସ୍ତଙ୍କ ନଜର ରହିଛି।