ଭୁବନେଶ୍ବର: ବାତ୍ୟା ଭୟ ମଧ୍ୟରେ ଡରାଇଛି ଶ୍ରୀଲଙ୍କା ସ୍ଥିତ ଗଲ୍ଫ ଅଫ୍ ମନାରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ। ଅନୁମାନ କରାଯାଉଛି ଏହା ଘନୀଭୂତ ହୋଇ ୧୧  ତାରିଖ ବେଳକୁ ଲଘୁଚାପର ରୂପ ନେଇପାରେ। ଅବଶ୍ୟ ଏହା ଓଡ଼ିଶାକୁ କେତେ ମାତ୍ରାରେ ପ୍ରଭାବିତ କରିବ ତାହା ଏବେଠାରୁ ଆକଳନ କରାଯାଇପାରିବନାହିଁ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ।

୨୪ ଘଣ୍ଟା ପାଇଁ କାଳବୈଶାଖୀ ଆଲର୍ଟ

ସେପଟେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଥିବାରୁ ୧୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ଏହି ଜିଲ୍ଲାଗୁଡ଼ିକ ହେଲା ମୟୂରଭଞ୍ଜ, କେଉଁଝର, ସୁନ୍ଦରଗଡ଼, କନ୍ଧମାଳ, ରାୟଗଡ଼ା, କୋରାପୁଟ୍, ବାଲେଶ୍ବର ଓ ଭଦ୍ରକ ଜିଲ୍ଲା । ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ବିଶେଷ ପ୍ରଭାବିତ ହୋଇପାରେ ବୋଲି ଆକଳନ କରାଯାଇଛି। ଏଥିସହିତ ପବନର ବେଗ ୪୦-୫୦ କିଲୋମିଟର ଯାଏ ରହିବ।  ସେହିପରି ରାୟଗଡ଼ା, କୋରାପୁଟ୍, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର,ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ମଧ୍ୟ କାଳବୈଶାଖୀ ପ୍ରକୋପ ଅନୁଭୂତ ହେବ।  ଏଭଳି କାଳବୈଶାଖୀର ପ୍ରଭାବ ଆସନ୍ତା ୧୫ ତାରିଖ ଯାଏ ରହିବ।

Also Read: ଓଡ଼ିଶାକୁ ଘାରିଲା ବାତ୍ୟା ଭୟ ! ୧୧ରେ ଲଘୁଚାପ ସମ୍ଭାବନା, ୧୩ ତାରିଖ ସୁଦ୍ଧା ସ୍ପଷ୍ଟ ହେବ ଚିତ୍ର​​​​​​​

ସୋମବାରଠାରୁ କମିବ ଟ୍ରାପଲାଇନ ପ୍ରଭାବ

ସେପଟେ ପାଣିପାଗ ବିଶେଷଜ୍ଞ କହିଛନ୍ତି ବଙ୍ଗୋପସାଗର ଭିତରେ ରହିଛି ଟ୍ରାପ୍ ଲାଇନ୍ । ଯାହାକି ଓଡ଼ିଶା ଦେଇ ଗତି କରୁଛି।  କିନ୍ତୁ ସୋମବାରଠାରୁ ଏହାର ପ୍ରଭାବ କମିବ। ପ୍ରଭାବରେ ଓଡ଼ିଶାରେ ବର୍ଷାର ପ୍ରକୋପ କମିବ। ତେବେ ଦକ୍ଷିଣ ପଶ୍ଚିମ ଦିଗରୁ ପବନ ବହୁଥିବା ବେଳେ ୭୫ ପ୍ରତିଶତ ଜଳୀୟବାଷ୍ପ ରହୁଛି। ଓଡ଼ିଶାରେ କେତେକ ସ୍ଥାନରେ କାଳ ବୈଶାଖୀ ପ୍ରଭାବ ରହିବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ।